କିଛି ଏଭଳି ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯ % ଲୋକ ହେଲ ଏଫେଲ, କଣ ଆପଣ ଦେଇ ପାରିବେ?

ଆଗ କାଳରେ ଖେଳରେ ମଧ୍ୟ ଛୁଆଙ୍କ ମସ୍ତିସ୍କ ବଢେଇବା ପାଇଁ ଖେଳା ଯାଉଥିଲା । ତେବେ ଆଗରୁ କେତେ ପ୍ରକାର ଠଗ ଓ ପ୍ରହେଳିକା ଯାହା ତୁଳନାରେ କାହା ବୁଢୀ କେତେ ଅନୁମାନ କରା ଯାଉଥିଲା ଯିଏ ସବୁ ଉତ୍ତର ଦଉଥିଲା ସେ ଅଧିକ ବୁଦ୍ଧିମାନ ବୋଲି କୁହାଯାଉଥିଲା । କିନ୍ତୁ ବର୍ତମାନ ସମୟରେ ପ୍ରଶ୍ନ ଉତ୍ତର ଖେଳ ଅଛି ଯାହା କେବଳ ସ୍କୁଲରେ ଖେଳା ଯାଏ କିନ୍ତୁ ଘରେ ଛୁଆ କେବଳ ମୋବାଇଲରେ ଗେମ ଖେଳି ନିଜ ଆଖି ଖରାପ କରୁଛନ୍ତି ।

Image Courtesy: Google

ଡାଳ ନାହିଁ କି ପତ୍ର ନାହିଁ,

ଫୁଲ ନାହିଁ କି ଫଳ ନାହିଁ

ରଙ୍ଗ ତାର କଳା ଆଉ ଗଛ ସିଏ ଲତା ମଣିଷକୁ ଛାଇ ଦିଏ ଖରାକୁ ସେ ଛତା

ଉତ୍ତର : କେଶ

ଦୁହେଁ ମିଶିଲେ କରଇ ଶବ୍ଦ ଜନ୍ତ୍ର ନୁହେଁ ସେ ତଥାପି ବାଦ୍ୟ

ଉତ୍ତର : ହାତ ତାଳି

ଏମିତି ବାଘ ସେ ଛାଡେନି ଘର ଖାଏନି ମଣିଷ ପିଏ ସେ କ୍ଷୀର ମା ନଦେଖିଲେ ମାଉସୀ ଦେଖ ଲୋ କୁକୁରକୁ ତାର ପ୍ରବଳ ଡର

ଉତ୍ତର : ବିଲେଇ

Image Courtesy: Google

ନିମିସେ ପଡେ କବାଟ ତାର ନିମିସେ ପଡିଲେ ବିଜୁଳି କଟଇ ଅନ୍ଧାର ଦିଶଇ ଗୋଲା

ଉତ୍ତର : ଆଖି

ଲାଞ୍ଜ ଅଛି ହେଲେ ଡେଣା ନାହିଁ ଆକାଶରେ ଉଡେ ପାଇଁ ପାଇଁ ଏହି ଉତ୍ତର କହିବ ଯିଏ ମକର ଚାଉଳ ଖାଇବ ସିଏ

ଉତ୍ତର : ଗୁଡି

ଦଉଡି ଦେଇ ଗଛରେ ଝୁଲେ

ଖୁସୀ ହୁଅନ୍ତୁ ଦେଖିଲେ ପିଲେ

ବସନ୍ତୁ ଯାଇ ତା ଉପରେ ଗାଆନ୍ତି ଗୀତ ମନ ଖୁସିରେ

ଉତ୍ତର : ଦୋଳି

Image Courtesy: Google

ଅଧା ଫୁଲ ମୁଁ ଅଧା ଫଳ

ହେଲେ ତୋଳା ହୁଏ ନାହିଁ ଗଛରୁ

ଡଉଲ ଡାଉଲ ଖଇର ରଙ୍ଗ ମୋ

ଝରେ ରସ ମୋ ଦେହରୁ

ଉତ୍ତର : ଗୋଲାପ ଜାମୁ

ଗଛ ଦାରୁ ପତ୍ର ସରୁ

ଫୁଲ ଧଳା ଫଳ କଳା

ସେ ଫଳ ଯଦି ଖାଇବ

ପାଖରେ ପାଣି ଥୋଇବ

ଉତ୍ତର : କଞ୍ଚାଲଙ୍କା

ପବନ ଖାଏ ସେ ପବନ ପିଏ

ପବନରେ ତାର ଜୀବନ ଥାଏ

ବାଜିଗଲେ କଣ୍ଟା ଦେହରେ ତାହାର

ଅକାଳରେ ତାର ଜୀବନ ଯାଏ

ଉତ୍ତର : ବେଲୁନ

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *