ବଲିଉଡ୍ ର ମହାନ୍ କଳାକାରଙ୍କ ହୃଦୟ ଜିତିନେଲା ଏହି ନିରିହ ଛୁଆଙ୍କ Selfi, ଅନେକ ବଲିଉଡ କଳାକାର ଏହି ଫୋଟୋରେ ଟୁଇଟ କରିଲେ ନିଜ ହୃଦୟର କଥା

ନମସ୍କାର ବନ୍ଧୁଗଣ, ସ୍ଵାଗତ କରୁଛି ଆମର ଏହି ଲେଖାକୁ । ବନ୍ଧୁଗଣ ଆପଣ ମାନେ ତ ଦେଖୁଥିବେ ଆଜିକାଲିର ସମୟ କେତେ ପରିବର୍ତ୍ତନ ହେଲାଣି । ଆଗରୁ ଆମେ ଯେମିତି ଚଲୁଥିଲେ ଆଜିକାଲିର ପିଲାମାନେ ସେ ସବୁ ବିଷୟରେ କିଛି ବି ଜାଣୁ ନାହାନ୍ତି । କାହିଁକି ନା ଆଜି ଦୁନିଆ ବହୁତ ଆଗକୁ ବଢିଲାଣି, ଟେକ୍ନୋଲୋଜୀ ଏତେ ପ୍ରଗତି କଲାଣି ଯେ ଆଜି ଆମେ ସବୁ କିଛି ଅତି ସହଜ ସରଳରେ କରିପାରୁଛେ ।

ସେହି ହିସାବରେ ଆଜି କାଲି ଛୁଆଙ୍କ ଚାଲି ଚଳନ କଥା ବାର୍ତ୍ତା ମଧ୍ୟ ଆଧୁନିକ ହେବାକୁ ଲାଗିଲାଣି । ସେମାନଙ୍କ ମଧ୍ୟରେ ଖେଳ କୁଦ କମ୍ ଓ ପ୍ରତିଯୋଗିତା ଅଧିକା ଦେଖିବାକୁ ମିଳୁଛି ।  ସମସ୍ତେ ଚାହାନ୍ତି ସେମାନଙ୍କ ପିଲାମାନେ ପଢିବା ସହ ଅନ୍ୟ ଦିଗରେ ମଧ୍ୟ ସବୁ ଛୁଆଙ୍କ ଠାରୁ ଅଧିକ ଚାଲାକ୍ ଚତୁର ହେଉ । ଛୁଆଙ୍କ ପାଇଁ  କେବଳ ଶିକ୍ଷା ନୁହେଁ ବରଂ ଶିକ୍ଷା ସହ ସଂସ୍କାର ବି ବହୁତ ଜରୁରୀ ଅଟେ । କିନ୍ତୁ ଯାହା ଆଜି କାଲିର ଛୁଆଙ୍କ ମଧ୍ୟରେ ଖୁବ କମ୍ ଦେଖିବାକୁ ମିଳୁଛି ।

ବେଳେବେଳେ ଜୀବନରେ ବିତିଥିବା ପୁରୁଣା ସ୍ମୃତିକୁ ମନେ ପକାଇ ଅତୀତକୁ ପୁଣି ଫେରିଯିବାକୁ ମନ ହୁଏ ।  ସମସ୍ତଙ୍କର ପିଲାବେଳ ଅତି ଆନ୍ଦମୟ ଥାଏ । ଛୁଆ ମାନଙ୍କୁ ସମସ୍ତେ ଭଲ ପାଆନ୍ତି, କାହିଁକି ନା ସେମାନେ ନିଜ କାର୍ଯ୍ୟ ଓ ନିଜର ନମ୍ରତା ଦ୍ୱାରା ସମସ୍ତଙ୍କ ମନକୁ କିଣି ନିଅନ୍ତି ।  ତେବେ ଆଜି ଆମେ ସେହିଭଳି ଏକ ଖବର ଆପଣଙ୍କ ପାଇଁ ଆଣିଛୁ ଯେଉଁଥିରେ ଅଛି ଏହି ଛୋଟ ପିଲା ମାନଙ୍କ ବିଷୟରେ କିଛି କଥା ।

ଏବେ କିଛି ଦିନ ହେବ ସୋସିଆଲ୍ ମିଡିଆରେ ଛୁଆଙ୍କ ଏକ ଫଟୋ ବହୁତ ଭାଇରାଲ୍ ହୋଇଛି । ସେହି ଫଟୋରେ ଛୁଆମାନେ ନିଜର ସେଲ୍ଫି ନେଉଛନ୍ତି । ହେଲେ ସେମାନେ କେଉଁ ଫୋନେରେ ନୁହେଁ ବରଂ ଏକ ଚପଲ ଦ୍ୱାରା ସେଲ୍ଫି ନେଉଥିବାର ଦେଖାଯାଉଛି ।  ଆଉ ଏବେ ସେହି ଫଟୋ ସୋସିଆଲ୍ ମିଡିଆରେ ବହୁତ ଭାଇରାଲ୍ ହେଇଛି । ବଲିଉଡ୍ ର ପ୍ରସିଦ୍ଧ ଅଭିନେତା ସୁନିଲ୍ ସେଟ୍ଟି, ବୋମନ୍ ଇରାନି , ଅନୁପମ ଖେର୍ , ଆଦି ଷ୍ଟାର୍ ମାନେ ନିଜର ଏକାଉଣ୍ଟରୁ ଏହା ଫୋଟୋକୁ ସେୟାର୍ କରିଛନ୍ତି ।

ଏହି ଫଟୋ ଅମିତାଭ ବଚ୍ଚନ ଲେଖିଲେ କି ଏହି ଫଟୋ ଫଟୋସପ୍ ରେ ଏଡିଟ୍ କରାଯାଇଥିବା ଫଟୋ ଅଟେ । ଯଦି ଆପଣ ଏହି ଫଟୋ କୁ ଜୁମ୍ କରିକି ଦେଖିବେ ତେବେ ଆପଣ ସ୍ପଷ୍ଟ ଭାବେ ଜାଣିପାରିବେ କି ଛୁଆଙ୍କ ହାତରେ ଥିବା ଏହି ଚପଲ୍ ଆକାରରେ ଅନ୍ତର ସ୍ପଷ୍ଟ ଭାବେ ଦେଖାଯାଉଛି ।

ଆପଣମାନଙ୍କୁ କେମିତି ଲାଗିଲା ନିରୀହ ପିଲାମାନଙ୍କର ଏହି ସେଲଫି, ଭଲ ଲାଗିଲେ ଗୋଟେ ଶେୟାର ନିଶ୍ଚୟ କରିବେ ।

Leave a Reply

Your email address will not be published. Required fields are marked *