ଯେଉଁଠି ଯୌତୁକ ଏକ ପ୍ରଥା ରୂପରେ ଚାଲି ଆସିଛି ସେହି ଦେଶରେ ଏଭଳି ଏକ ଘଟଣା ନଜରକୁ ଆସିଛି ଯାହା ବିଷୟରେ ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ । ଗୋଟେ ଝିଅ ଏମିତି କାମ କରିଛି ଯାହା ସାରା ଦୁନିଆରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଘଟଣାଟି ହିସାରରେ ଥିବା ଏକ ଗରିବ ପରିବାରର ଝିଅ ବିଷୟରେ । ସେହି ଝିଅର ନାଁ ହେଲା ସନ୍ତୋଷ, ତାର ବାପା ଏକ ଦିନ ମଜୁରିଆ ଅଟନ୍ତି । ତେବେ ଚାଲନ୍ତୁ ଜାଣିବା ପୁରା ଘଟଣା କଣ ।
ଏକ ଗରିବ ପରିବାରର ଝିଅ ବାହା ହେବାପରେ ହେଲିକାପ୍ଟରରେ ବିଦା ହୋଇଥିଲା ନିଜ ନିଜ ଶାଶୁଘରକୁ । ଏହି ଘଟଣାଟି ସେହି ଇଲାକାରେ ଚର୍ଚ୍ଚାର ବିଷୟ ପାଲଟିଛି । ରିପୋର୍ଟ ମୁତାବିକ ହିସାରରେ ରହୁଥିବା ସଞ୍ଜୟ, ସନ୍ତୋଷ ନାମକ ଏକ ଝିଅ ସହ ଏକ ଟଙ୍କାର ସଗୁନ ନେଇ କରିଥିଲେ ବିବାହ । କେବଳ ସେତିକି ନୁହେଁ ବରଂ ତାଙ୍କର ବିଦାଇ ମଧ୍ୟ ହେଲିକାପ୍ଟରରେ ସଞ୍ଜୟ ହିଁ କରାଇଥିଲେ । ଏହି ବାବଦରେ ଯେବେ ସଞ୍ଜୟଙ୍କ ବାପା ସତବିରଙ୍କ ସହ କଥା ବାର୍ତ୍ତା ହୋଇଥିଲା ତେବେ ନିଜ ପୁଅର ବିବାହ ବିନା ଯୌତୁକରେ କରି ସେ ଝିଅ ବଞ୍ଚାଅ ସନ୍ଦେଶ ଦେବାକୁ ଚାହୁଁଥିଲେ ।
ତେବେ ଏହି ବାହାଘରର ଚର୍ଚ୍ଚା ନା କେବଳ ସେହି ଗାଁରେ ହେଉଛି ବରଂ ଆଖପାଖ ଗାଁରେ ମଧ୍ୟ ଲୋକ ମାନେ ଏହି ବାହାଘର ବିଷୟରେ ଆଲୋଚନା କରୁଛନ୍ତି । ଏମିତି ଏହି ଗାଁରେ ପ୍ରଥମଥର ହୋଇଛି , ଯେଉଁଠି ବିନା ଯୌତୁକରେ ବିବାହ କରିବାପରେ ତାହାର ବିଦାଇ ପୁଣି ହେଲିକାପ୍ଟର ଦ୍ୱାରା କରାଯାଇଛି । ଖବର ମୁତାବିକ ସଞ୍ଜୟଙ୍କ ବାପା ସତବୀର ଝିଅର ବାପାଙ୍କୁ ପ୍ରଥମେ କହିଦେଇଥିଲେ କି ସେ ଯୌତୁକ ନେବେ ନାହିଁ, କାରଣ ଝିଅ ଜଣେ ଗରିବ ମୁଲିଆ ଘରର ଥିଲେ ।
ଏତିକି ନୁହେଁ ନିଜ ପୁଅର ବାହାଘର ପାଇଁ ସେ ହେଲିକାପ୍ଟରର ବ୍ୟବସ୍ଥା କରାଇଥିଲେ ଓ ନିଜ ବୋହୂର ବିଦା ହେଲିକାପ୍ଟର ଦ୍ୱାରା କରାଇଥିଲେ । ହେଲିକାପ୍ଟର ୧୦ ଫେବୃୟାରୀକୁ ସକାଳ ୧୧:୩୦ ସମୟରେ ହସନଗଡ ଗାଁରେ ଓହ୍ଲାଇଥିଲା । ସନ୍ତୋଷ କହିଲେ କି ମୁଁ କେବେ ସ୍ୱପ୍ନରେ ଭାବିନଥିଲି କି ମୋର ବାହାଘର କରିବା ପାଇଁ କେଉଁ ହେଲିକାପ୍ଟର ଆସିବ, ଭଗବାନ ମୋତେ ବିନା କୌଣସି ଇଚ୍ଛାରେ ଏତେ ଖୁସି ଦେଇଛନ୍ତି , ମୋର ବାପା ଓ ଗାଁ ଲୋକେ ମୋତେ ସବୁବେଳେ ମନେ ରହିବେ, ଏହା ଶୁଣିବା ପରେ ଗାଁ ଲୋକେ ଭାବୁକ ହୋଇଗଲେ । ଯେବେ ସନ୍ତୋଷ ନିଜ ଶାଶୁଘରକୁ ଗଲେ ତେବେ ସେ ହେଲିକାପ୍ଟରରେ ବସିବାପରେ ହାତ ହଲାଇ ତାଙ୍କ ବାପା ମା ତାଙ୍କୁ ବିଦାୟ ଜଣାଇଲେ ।