‘ମୀରା ବାଇ’ ର ଛୋଟ ମୀରା ଏବେ ହୋଇଯାଇଛି ଏତେ ବଡ, ତାଙ୍କର ସୁନ୍ଦରତା ଦେଖି ତାଙ୍କୁ ଚିହ୍ନି ପାରିବେ ନାହିଁ ଆପଣ

ଯଦି ଟିଭି ଦୁନିଆର କଥା ହେବା ଆଜିକାଲି ସବୁ ସିରିଏଲ ରେ ଛୁଆଙ୍କ ମାନ ପ୍ରତିଷ୍ଠା ଅଛି । ଏବେ ସିରିଏଲରେ କେବଳ ଶାଶୁ ବୋହୁ ନୁହେଁ, ଛୋଟ ପିଲାଙ୍କ କ୍ୟାରେକ୍ଟରକୁ ବି ମୁଖ୍ୟରେ ରଖାଯାଉଛି । ଆପଣଙ୍କର ମନେ ଥିବ କି ଷ୍ଟାର ପ୍ଲସ ରେ କିଛି ସମୟ ପୂର୍ବରୁ ମୀରା ବାଇ ନାମକ ଏକ ସିରିଏଲ ଆସୁଥିଲା । ଏହି ସିରିଏଲରେ ଯେଉଁ ଛୋଟ ପିଲାଟି ମିରାର ରୋଲ କରୁଥିଲା, ସେ ଏବେ ଏତେ ବଡ ହୋଇଯାଇଛି ଯେ ତାକୁ ଚିହ୍ନିବା ବହୁତ କଷ୍ଟ ।

ଏହି ସିରିଏଲରେ ସେ ସବୁବେଳେ କୃଷ୍ଣ ଭକ୍ତିରେ ଲୀନ ନଜର ଆସିଥାନ୍ତି । ଏହି ସିରିଏଲ ବହୁତ ଦିନରୁ ବନ୍ଦ ହୋଇସାରିଲାଣି ଏବଂ ଏହି ସମୟ ଭିତରେ ଛୋଟ ମୀରା ବହୁତ ବଡ ହୋଇସାରିଲାଣି ।

 

ମିରାର ଭୂମିକାରେ ଅଭିନୟ କରୁଥିବା ଏହି ପିଲାର ନାମ ଆସିକା ଭାଟିଆ । ଯଦି ଆମେ ଆସିକା ର କ୍ୟାରିୟର ବିଷୟରେ କଥା ହେବା ତ ସେ ତାଙ୍କ ପ୍ରଥମ ସୋ ରେ ବହୁତ ପପୁଲର ହୋଇସାରିଛନ୍ତି । ତାଙ୍କର ପ୍ରଥମ ସିରିଏଲ ଯାହା କୃଷ୍ଣ ଭକ୍ତି ଉପରେ ଆଧାରିତ ଥିଲା ଏବଂ ଯେଉଁ ଥିରେ ମୀରା ର ଭକ୍ତି ଦେଖାଯାଇଥିଲା । ଏହା ଛଡା ଆସିକା ସଲମାନ ଖାନଙ୍କ ଫିଲ୍ମ ପ୍ରେମ ରତନ ଧନପାୟୋ ରେ ରାଜକୁମାରୀ ରାଧିକା ଭୂମିକାରେ ଅଭିନୟ କରିଛନ୍ତି । ସେ ସୋନି ଟିଭିରେ ପ୍ରସାରିତ କୁଛ ରଙ୍ଗ ପ୍ୟାର କେ ସିରିଏଲ ବି ଅଭିନୟ କରିଛନ୍ତି ।

 

ଆସିକା ବଡ ହେବା ପରେ ତାଙ୍କ ଲୁକ ବହୁତ ବଦଳି ଯାଇଛି । ଯାହା ପାଇଁ ଏବେ ତାଙ୍କୁ ଗର୍ଲଫ୍ରେଣ୍ଡ ଏବଂ ସ୍ତ୍ରୀ ରୋଲ ବି ମିଳିବାରେ ଲାଗିଛି । ଯେମିତିକି ସିରିଏଲ ସ୍ଵାଭିମାନରେ ବିଶାଲ ସିଂହ ରାଠୋର ଙ୍କ ସ୍ତ୍ରୀ ର ଭୂମିକା ନିଭାଇ ଥିଲେ । ଆସିକା ୨୧ ବର୍ଷର ଅଟନ୍ତି, କିନ୍ତୁ ସେ ଟିଭି ଦୁନିଆରେ ନିଜର ଏକ ଖାସ ନାମ କରିସାରିଛନ୍ତି ।

 

ଆସିକାଙ୍କ ପ୍ରିୟ ଫିଲ୍ମ ‘ଜବ ଉଇ ମେଟ’ ଅଟେ । ଏବେ ସେ ଏତେ ସୁନ୍ଦର ହୋଇଯାଇଛନ୍ତି ଯେ କେହିବି ଫିଦା ହୋଇଯିବେ । ସେ ଟ୍ରାଡିସନାଲ ଏବଂ ପାରମ୍ପାରିକ ଢଙ୍ଗରେ ସେ ଆହୁରି ବି ସୁନ୍ଦର ଦେଖାଯାନ୍ତି । ଆସିକା ସବୁବେଳେ ସୋସିଆଲ ମିଡିଆରେ ନିଜର ଫଟୋ ଶେୟର କରିଥାନ୍ତି । ବର୍ତ୍ତମାନ ସେ ଟିଭିର କୌଣସି ବି ସିରିଏଲରେ କାମ କରୁନାହାଁନ୍ତି, କିନ୍ତୁ ଆମେ ଭାବୁଛୁ କି ଜଲ୍ଦି ସେ ଟିଭି ରେ କିଛି ଭଲ ସୋ ସହିତ ଫେରିବେ ।

Leave a Reply

Your email address will not be published. Required fields are marked *