ଚୁଟି ସଫା କରିବା ସମୟରେ ଏହି ଭୁଲ ବିଲକୁଲ ବି କରନ୍ତୁ ନାହିଁ, ନଚେତ ଭୟଙ୍କର ପରିଣାମ ଭୋଗିବାକୁ ପଡିବ…

ବନ୍ଧୁଗଣ ଝିଅ ମାନେ ଲମ୍ବା, ସୁନ୍ଦର ଓ ଘନ କେଶ ରଖିବା କୁ ବହୁତ ପସନ୍ଦ କରିଥାନ୍ତି । ହେଲେ ଅନେକଙ୍କର କାମ ବ୍ୟସ୍ତତା ଯୋଗୁ ସେମାନେ ନିଜ ଚୁଟି ପାଇଁ ଅଧିକ ସମୟ ବାହାର କରି ପାରିନଥାନ୍ତି କି ଚୁଟିର ଯତ୍ନ ନେଇପାରିନଥାନ୍ତି । ଅନେକ ଜଣ ଭବିଥାନ୍ତି, ଯେ ଚୁଟିକୁ ତେଲ ଲଗାଇବା ଓ ସାମ୍ପୁ କରିବା ଦ୍ଵାରା ଉଚିତ ସଠିକ ପୋଷଣ ମିଳିଯିବ । ଚୁଟି ଜନିତ ଅନେକ ପ୍ରକାର ସମସ୍ଯା ଯେପରି ଚୁଟି ଝଡିବା, ଚୁଟି ଦୁଈ ମୁହାଁ ହେବା, ଚୁଟି ପାଚିଯିବା ଓ ନବଢିବା ଭଳି ଆଦି ଅନେକ ସମସ୍ଯା ରହିଛି ।

ହେଲେ ଆମ ମାନଙ୍କ ମଧ୍ୟରୁ ଅନେକ ଲୋକ ଏପରି ଅଛନ୍ତି । ଯେଉଁମାନେ ଚୁଟିକୁ ଧୋଇବା ସମୟରେ କିଛି ଏପରି ଭୁଲ କରିଦେଇଥାନ୍ତି । ଯେଉଁ କାରଣରୁ ତାଙ୍କ ଚୁଟିକୁ ବହୁତ କ୍ଷତି ପହଞ୍ଚିଥାଏ । ତେବେ ଚୁଟି ଧୋଇବା ସମୟରେ କେଉଁ ସବୁ ଭୁଲ ଅନେକ ଜଣ କରିଦେଇଥାନ୍ତି ଚାଲନ୍ତୁ ଜାଣିବା ।

1- ଚୁଟି ଧୋଇବା ସମୟରେ ବହୁତ ଲୋକ ବହୁତ ଫରାର ସାମ୍ପୁର ବ୍ୟବହାର କରିଥାନ୍ତି । ହେଲେ ଯଦି ଚୁଟି ଧୋଇବା ସମୟରେ ଖରାପ ସାମ୍ପୁର ବ୍ୟବହାର କରନ୍ତି । ତେବେ ତାଙ୍କ ଚୁଟିକୁ ବହୁତ କ୍ଷତି ପହଞ୍ଚିଥାଏ । ତେଣୁ ଚୁଟି ଧୋଇବା ସମୟରେ ଭଲ ତଥା ବିନା କେମିଲାଲର ସାମ୍ପୁ ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ ।

2- ଅନେକ ଜଣ ଚୁଟି ସଫା କରିବା ସମୟରେ ସାମ୍ପୁ କି କଣ୍ଡିସନରରଠିକ ପରିମାଣ ଜାଣି ନପାରି ବହୁତ ଅଧିକ ତାହାର ବ୍ୟବହାର ନିଜ ଚୁଟିରେ କରିଦେଇଥାନ୍ତି । ଯାହା ଫଳରେ ମୁଣ୍ଡର ସ୍କିନ ଶୁଖିଯାଇ ଚୁଟି ଝଡିବା ସହ ଅନେକ ହେୟାର ପ୍ରୋବ୍ଲେମ ବାହାରିଥାଏ । ତେଣୁ ଯେତିକି ଦରକାର ସେତିକି ସାମ୍ପୁ ବ୍ୟବହାର କରିବା ଦରକାର ।

3- ଅନେକ ଲୋକ ଚୁଟି ସାମ୍ପୁରେ ସଫା କରିବା ସମୟରେ ଯେ କୌଣସି ସୁଗନ୍ଧିତ ବ ଅଧିକ ଫେଣଯୁକ୍ତ ସାମ୍ପୁର ବ୍ୟବହାର କରିଥାନ୍ତି । ହେଲେ ଯଦି ସେହି ସବୁ ସାମ୍ପୁରେ କେମିକାଲର ମାତ୍ରା ଅଧିକ ରହିଥାଏ । ତେବେ ତାହା ଆପଣଙ୍କ ଚୁଟିକୁ ଡ୍ୟାମେଜ ପହଞ୍ଚାଇ ପରେ । ଏପରିକି ଅନେକ ଝିଅ ନିଜ ହେୟାରକୁ ସୁନ୍ଦର ଦେଖାଯିବା ପାଇଁ ଅଲଗା ଅଲଗା ପ୍ରଡ଼କ୍ଟର ହେୟାର କଲର ମଧ୍ୟ ବ୍ୟବହାର କରିଥାନ୍ତି । ହେଲେ ସେଥିରେ ସବୁ କେମିକାଲ ରହିଥାଏ । କିଛି ସମୟ ପାଇଁ ସେହି ରଙ୍ଗ ହୁଏତ ଚୁଟିକୁ ସୁନ୍ଦର କରିପାରେ । ହେଲେ ଧୀରେ ସେ ଭଲ ହେୟାରକୁ ବି ନଷ୍ଟ କରିଦେଇଥାଏ ।

4- ଚୁଟି ଧୋଇବା ସମୟରେ ସାଧାରଣ ପାଣି ବା ଯଦି ଚାହୁଁଥାନ୍ତି ତେବେ ଅଳ୍ପ ଉଷୁମ ପାଣିରେ ଚୁଟି ସଫା କରିପାରନ୍ତି । ହେଲେ ଅଧିକ ଉଷୁମ ପାଣିରେ ଚୁଟି ଧୋଇବା ଦ୍ଵାରା ମୁଣ୍ଡର ସ୍କିନ ଶୁଖି ହେୟାର ପ୍ରୋବ୍ଲେମ ଦେଖାଯାଇଥାଏ ।

ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *