2 ମିନିଟରେ ଦାନ୍ତ କଷ୍ଟ ଦୂର କରିବାର ଘରୋଇ ଉପାୟ ! Home Remedy for Toothache

ବନ୍ଧୁଗଣ ଦାନ୍ତରେ ସମସ୍ଯା ହେବା ଏକ ଏଭଳି ସମସ୍ଯା ଅଟେ । ଯାହା ଛୋଟ ପିଲା ଠାରୁ ଆରମ୍ଭ କରି ବୁଢା ସମସ୍ତଙ୍କୁ ହୋଇଥାଏ । ଏପରିକି ଦାନ୍ତକୁ ଯତ୍ନରେ ରଖୀ ମଧ୍ୟ ଦାନ୍ତରେ ସମସ୍ଯା ଦେଖାଯାଇଥାଏ । ତେବେ ଦାନ୍ତରେ ଯନ୍ତ୍ରଣା ବିଭିନ୍ନ ପ୍ରକାର କାରଣ ଯୋଗୁ ହୋଇଥାଏ । ଯେପରି ଦାନ୍ତ ନୂଆ ଉଠିବା, ଦାନ୍ତରେ ପୋକ ଲାଗିବା, ଦାନ୍ତରେ କୌଣସି ପ୍ରକାର ସଂକ୍ରମଣ ଆଦି ଅନେକ କାରଣରୁ ଦାନ୍ତରେ ଗଭୀର ଯନ୍ତ୍ରଣା ହୋଇଥାଏ ।

ତେବେ ଏହି ସବୁ ଦାନ୍ତ କଷ୍ଟରୁ ମୁକ୍ତି ପାଇବା ପାଇଁ ଆପଣଙ୍କୁ ଆଜି ଏକ ବହୁତ ଭଲ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ । ଯାହାର ପ୍ରୟୋଗ କରି ଆପଣ ନିଜ ଦାନ୍ତକୁ ଯନ୍ତ୍ରଣା ଠାରୁ ଦୂର କରିପାରିବେ । ଏହି ଉପଚାରଟିକୁ ପ୍ରସ୍ତୁତ କରିବା ପାଇଁ ଆପଣ ଏକ ଗ୍ଳାସ ସାଧାରଣ ପାଣି ନିଅନ୍ତୁ । ତାପରେ ଦିତୀୟ ସାମଗ୍ରୀ ରୂପେ ଆପଣ ଖଣ୍ଡେ ଫିଟିକିରେ ଆଣନ୍ତୁ । ତାପରେ ସେହି ଫିଟିକିରୀ ଖଣ୍ଡକୁ ନେଇ ଆପଣ ସେହି ରଖିଥିବା ଗ୍ଳାସ ପାଣିରେ ପକାଇ ଦିଅନ୍ତୁ ।

ତାପରେ ଆପଣ ପାଖାଆଖି ଅଧ ଘଣ୍ଟା ପର୍ଯ୍ୟନ୍ତ ସେହି ଫିଟିକିରୀକୁ ପାଣି ଭିତରେ ବୁଡାଇ ରଖନ୍ତୁ । ତାପରେ ତାହାକୁ ଚାମଚ ସାହାଜ୍ଯରେ ପାଣି ମଧ୍ୟରେ ଗୋଳାଉ ତନ୍ତୁ । ତାପରେ ଧୀରେ ଧୀରେ ପାଣିର ରଙ୍ଗରେ ପରିବର୍ତ୍ତନ ଆସିଯିବ । ଆପଣ ତାପରେ ପାଣି ମଧ୍ୟରୁ ସେହି ଫିଟିକିରୀ ଖଣ୍ଡକୁ ବାହାର କରି ଦିଅନ୍ତୁ । ତାପରେ ଆପଣ ସେହି ପାଣିରେ ଦିନକୁ ଅତି କମ 2 ଥର ମୁହଁ ଅର୍ଥାତ ପାଟିର କୁଳି କରନ୍ତୁ ।

ସେହି ପାଣିକୁ ପାଟିରେ ରଖି କିଛି ସମୟ ପର୍ଯ୍ୟନ୍ତ କୁଳି କରନ୍ତୁ । ତାପରେ ଏହି ପାଣିକୁ କୁଳି କରିବାରର 2 ରୁ 3 ଦିନ ମଧ୍ୟରେ ଦାନ୍ତରେ ଅନେକ ଫରକ ଦେଖିବାକୁ ମିଳିବ । ଏହି ପାଣିକୁ ପାଟିରେ ପୁରାଇ କୁଳି କରିବା ଦ୍ଵାରା ଦାନ୍ତରେ ହେଉଥିବା ଅସହ୍ୟ କଷ୍ଟ ଯନ୍ତ୍ରଣା ପୁରା ଦୂର ହୋଇଯିବ ।

ଯଦି ଅତି ଅଧିକ ଯନ୍ତ୍ରଣା ଦାନ୍ତରେ ହେଉଥାଏ । ତେବେ ମଧ୍ୟ ଆପଣ ଏହି ପାଣିକୁ ଦିନରେ 3 ରୁ 4 ଥର କୁଳି ପାଇଁ ବ୍ୟବହାର କରିପାରିବେ । ଏହି ପାଣିର ବ୍ୟବହାର ଦ୍ଵାରା ଆପଣଙ୍କ ପାଟିକୁ କୌଣସି ପ୍ରକାର ମଧ୍ୟ କ୍ଷତି ପହଞ୍ଚିବ ନାହିଁ ।

ବନ୍ଧୁଗଣ ପୋଷ୍ଟଟି ଆପଣ ମାନଙ୍କୁ କିପରି ଲାଗିଲା ? ଆପଣଙ୍କର ମତାମତ ଆମକୁ କମେଣ୍ଟ କରିକି ଜଣାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଜମାରୁ ବି ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *