କରୋନା ଭାଇରସ ସମାପ୍ତ କରିବା ପାଇଁ କେବଳ ଲକ୍ ଡାଉନ୍ କରିବା ପର୍ଯ୍ୟାପ୍ତ ନୁହଁ : WHO

ଦୁନିଆ ସାରା କରୋନା ଆତଙ୍କ ଦିନକୁ ଦିନ ବଢିବାକୁ ଲାଗିଲାଣି, ଏପର୍ଯ୍ୟନ୍ତ ଏହି ଭାଇରସ ୧୫ ହଜାର ଠାରୁ ଅଧିକ ଲୋକଙ୍କ ଜୀବନ ନେଇ ସାରିଲାଣି, ୩ ଲକ୍ଷ ୫୦ ହଜାର ଠାରୁ ଅଧିକ ଲୋକ ଏହା ଦ୍ଵାରା ସଂକ୍ରମିତ ହୋଇ ସାଇଲେଣି, କେବଳ ଚୀନ ଓ ଇଟାଲୀ ରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ସଂଖ୍ୟା ୭ ହଜାର ଠାରୁ ଅଧିକ ଅଟେ, କେତେକ ଦେଶ ଅନିର୍ଦ୍ଧିଷ୍ଟ କାଳ ପାଇଁ ଲକଡାଉନ ଘୋଷଣା କରିଛନ୍ତି । ଭାରତରେ ମଧ୍ୟ ବହୁତ ରାଜ୍ୟରେ ରବିବାର ଦିନ ଲକଡାଉନ କରା ଯାଇଥିଲା କିନ୍ତୁ ପ୍ରଶ୍ନ ଏହା ଉଠେ ଯେ କଣ ଲକଡାଉନ କଲେ କରୋନା ଭାଇରସ ବ୍ୟାପିବା କମିଯିବ ।

ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଅନୁଯାଇ ଏହା ନୁହଁ, ସଂଗଠନ ଆପାତକାଳ ବିଶେଷଜ୍ଞ ମାଇକ ରାୟନ କହିବା ଅନୁଯାଇ ଏହି ଭାଇରସ ପ୍ରଭାବ ଆଗକୁ ଆହୁରି ବଢିପାରେ ସେଥିପାଇଁ ଏହା ଠାରୁ ବଞ୍ଚିବା ପାଇଁ ସର୍ବଜନିକ ସ୍ୱାସ୍ଥ୍ୟ ଉପାୟ ଆବଶ୍ୟକ ଅଟେ । ରିପୋର୍ଟ ଅନୁଯାଇ ମାଇକ କହିଛନ୍ତି ଆମକୁ ସେହି ଲୋକ ଉପରେ ଧ୍ୟାନ ଦବା ଉଚିତ ଯାହାକୁ ଏହି ଭାଇରସ ହୋଇଛି ଓ ତାଙ୍କୁ ଆଇସୋଲେଟ କରିବା ଉଚିତ, ସେ ଲୋକ କାହା ସମ୍ପର୍କ ରେ ଆସିଥିଲେ ତାଙ୍କ ବିଷୟରେ ଜାଣିବା ଆବଶ୍ୟକ ଓ ତାଙ୍କୁ ମଧ୍ୟ ଆଇସୋଲେଟ କରିବା ଉଚିତ ।

ଯଦି ଆମେ କଥା ନମାନୁ ତେବେ ଲକଡାଉନ ପରେ ମଧ୍ୟ ଖତରା କମିବ ନାହିଁ, ଯେତେବେଳେ ଲକଡାଉନ ଉଠିବ ତେବେ ମଧ୍ୟ ଲୋକ ଏହାର ଶିକାର ହୋଇବେ । ଏହି କଥା ପାଇଁ ମାଇକ ଚୀନ, ସିଙ୍ଗାପୁର ଓ ସାଉଥ କୋରିୟା ଉଦାହରଣ ଦେଇଛନ୍ତି ଓ କହିଛନ୍ତି ଏହି ଦେଶ ରେ ବଞ୍ଚିବା ପାଇଁ ବହୁତ ଉପାୟ କରା ଯାଇଛି ଓ ସବୁ ପ୍ରକାର ସନ୍ଦେହ ଉପରେ ଧ୍ୟାନ ଦିଆ ଯାଇଛି, ଥରେ ଯେତେବେଳେ ଏହି ଭାଇରସ କୁ ବ୍ୟାପୀବାରୁ ଅଟକା ହେଲା ଏହା ପରେ ଆହୁରି ଥରେ ସମୀକ୍ଷା କରିବା ଉଚିତ ଅଟେ । ସେ ଏହା ମଧ୍ୟ କହିଛନ୍ତି ଯେ କେତେକ ଦେଶରେ କରୋନା ଭାଇରସ ପାଇଁ ଭ୍ୟାକ୍ସିନ ତିଆରି କରିବା ପାଇଁ ପ୍ରୟାଶ କରା ଯାଉଛି ।

Leave a Reply

Your email address will not be published. Required fields are marked *