୨୪ ମାର୍ଚ୍ଚକୁ ବଦଳିବ ମଙ୍ଗଳ ଗ୍ରହଙ୍କ ଚଳନ, ଏହି ରାଶି ଲୋକଙ୍କୁ ରଖିବାକୁ ହେବ ବିଶେଷ ଧ୍ୟାନ- ଜାଣନ୍ତୁ ଅପାଣଙ୍କ ରାଶି ନାହିଁ ତ ?

ମଙ୍ଗଳ ଗ୍ରହକୁ ବଳବାନ ଗ୍ରହ କୁହା ଯାଏ, ଏହାର ଜୀବନ ଉପରେ ବ୍ୟାପକ ପ୍ରଭାବ ପଡିଥାଏ, ମଙ୍ଗଳ ଚାଲି ଆଉ ଥରେ ବଦଳି ଯାଇଛି । ୨୪ ମାର୍ଚ କୁ ଊର୍ଜା ଓ କ୍ରୋଧର ପ୍ରତିକ ମଙ୍ଗଳ ଗ୍ରହ ରାଶି ପରିବର୍ତନ କରିବାକୁ ଯାଉଛନ୍ତି, ଏହି ରାଶି ପରିବର୍ତନ ରେ ମଙ୍ଗଳ ମକର ରାଶି ରେ ପ୍ରବେଶ କରିଛନ୍ତି ଓ ୪ ମଇ ପର୍ଯ୍ୟନ୍ତ ଏହି ରାଶି ରେ ବିରାଜମାନ ରହିବେ । ମକର ରାଶିରେ ମଙ୍ଗଳ ଗୋଚର ଦ୍ଵାରା କିଛି ରାଶିଙ୍କ ଉପରେ ବ୍ୟାପକ ପ୍ରଭାବ ଦେଖିବାକୁ ମିଳୁଛି ।

ତେବେ ଆସନ୍ତୁ ଜାଣିବା କେଉଁ କେଉଁ ରାଶି ଓ ମଙ୍ଗଳ ପ୍ରଭାବ କୁ କେଉଁ ଭାବରେ କମ କରା ଯାଇ ପାରିବ ।

ମକର ରାଶି ଲୋକଙ୍କ ପାଇଁ ଅଶୁଭ ସମୟ :

ମକର ରାଶି ଜାତକ ଲୋକଙ୍କ ପାଇଁ ମଙ୍ଗଳ ରାଶି ପରିବର୍ତନ ଶୁଭ ନୁହଁ, ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ମଙ୍ଗଳ ଗୋଚର କାରଣରୁ ଅଧିକ କ୍ରୋଧ ଆସିବ, ପାରିବାରିକ ଜୀବନ ଉପରେ ମଧ୍ୟ ଏହାର ନକାରାତ୍ମକ ପ୍ରଭାବ ରହିବ, ବ୍ୟାପାରିକ ଜୀବନରେ ମଧ୍ୟ ସମସ୍ଯା ସାମ୍ନା କରିବାକୁ ପଡିବ । ସମ୍ପର୍କ ଖରାପ ହୋଇ ପାରେ ସେଥିପାଇଁ ସାବଧାନ ରୁହନ୍ତୁ,

ଉପାୟ – ମଙ୍ଗଳବାର କୁ ପୂଜା ସମୟରେ ବଜରଙ୍ଗ ବାଣ ପାଠ କରନ୍ତୁ ।

ମିଥୁନ ରାଶି ଲୋକଙ୍କୁ ହବ ଅସୁବିଧା :

ମିଥୁନ ରାଶି ଜାତକମାନଙ୍କ ପାଇଁ ମଙ୍ଗଳ ରାଶି ପରିବର୍ତନ ଅଶୁଭ ଅଟେ, ମଙ୍ଗଳ ଗୋଚର ପାଇଁ ଏହି ରାଶି ଲୋକଙ୍କୁ କେତେ ପ୍ରକାର ଅସୁବିଧା ସାମ୍ନା କରିବାକୁ ପଡିପାରେ । ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ଯା ରହିବ, ଧ୍ୟାନ ରଖିବା କଥା ଏହା ଯେ ଲୋକଙ୍କ ସହ ମଧୁର ବ୍ୟବହାର ରଖିବା ଆବଶ୍ୟକ ଅଟେ ନଚେତ ଅସୁବିଧା ହୋଇ ପାରେ ।

ଉପାୟ – ମଙ୍ଗଳବାର ଦିନ ହନୁମାନ ମନ୍ଦିରରେ ନାଲି ସିନ୍ଦୁର ଚଢାନ୍ତୁ ।

କୁମ୍ଭ ରାଶି ଲୋକ ରୁହନ୍ତୁ ସାବଧାନ :

କୁମ୍ଭ ରାଶି ଜାତକ ଲୋକଙ୍କ ଉପରେ ମଙ୍ଗଳ ରାଶି ପରିବର୍ତନ ଅଶୁଭ ପ୍ରଭାବ ରହିବ, ଜ୍ଯୋତିଷ ଶାସ୍ତ୍ର ଅନୁଯାଇ ମଙ୍ଗଳ ଗୋଚର କାରଣ ଖର୍ଚ ବଢି ପାରେ, ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ସାମ୍ନା କରିବାକୁ ପଡି ପାରେ, ଦାମ୍ପତ୍ୟ ଜୀବନ ରେ ମଧ୍ୟ ସମସ୍ଯା ହୋଇପାରେ ।

ଉପାୟ – ମଙ୍ଗଳବାର ଦିନ ନାଲି ମସୁର ଡାଲି ଦାନ କରନ୍ତୁ ।

ଆଶା କରୁଛୁ ଆମ ଦ୍ଵାରା ଦିଆଯାଉଥିବା ତଥ୍ୟ ଆପଣଙ୍କୁ ପସନ୍ଦ ଆସୁଥିବ, ଆଗକୁ ଆମ ସହ ରହିବାକୁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *