କରୋନା ସହ ଲଢିବା ପାଇଁ ମୋଦୀ ସରକାର ଖୋଲିବେ ଖଜାନା, ଅଲଗା ଅଲଗା ସେକ୍ଟରକୁ ଦିଆ ଯିବ ଟଙ୍କା

କେନ୍ଦ୍ର ସରକାର କରୋନା ଭଳି ମହାମାରୀ ସହ ଲଢିବା ପାଇଁ ଅଲଗା ଅଲଗା ଯୋଜନା ପାଇଁ ଟଙ୍କା ଖର୍ଚ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି, କ୍ୱାରଂଟାଇନ କ୍ଷମତା ବିକସିତ କରିବା, ଥର୍ମଲ ସ୍କ୍ରୀନିଂଗ ସୁବିଧା, ସ୍ୱଚ୍ଛତା ପାଇଁ ସେନେଟାଇଜର ଓ ଅନ୍ୟ ଆବଶ୍ୟକ ଜିନିଷ କିଣିବା ପାଇଁ ଖର୍ଚ କରିବା ଲାଗି ନିଷ୍ପତ୍ତି କରା ଯାଇଛି, ଏହି କାମ ପାଇଁ ଗତ ନିୟମ ଗୁଡିକ ସାହାୟକ ହୋଇ ପାରେ ବୋଲି କୁହା ଯାଉଛି ।

ସରକାର ସହ ଯଡିତ ସୂତ୍ର ଦ୍ଵାରା ଏହା ଜଣା ପଡିଛି ଯେ ବିତୀୟ ନିୟମ ଏହି କାମରେ ଅସୁବିଧା କରିବେ ନାହିଁ, କିନ୍ତୁ ଏପର୍ଯ୍ୟନ୍ତ ବିଶେଷ ପ୍ଯାକେଜ ଉପରେ ନିଷ୍ପତ୍ତି କରା ଯାଇ ନାହିଁ ।

କିନ୍ତୁ ଦରକାର ପଡିଲେ ସରକାର ଏହା ଉପରେ ମଧ୍ୟ ବିଶେଷ ନିଷ୍ପତ୍ତି କରି ପାରେ, ଓ ସାହାୟତା ପ୍ରଦାନ କରି ପାରନ୍ତି । ଆର୍ଥିକ ଅବସ୍ତା ଅନୁଯାଇ ଅଲଗା ଅଲଗା ବିଭାଗ ପାଖରେ ଯଥେଷ୍ଠ ଫଣ୍ଡ ଅଛି ଯାହା ଦ୍ଵାରା ସରକାର ଲୋକଙ୍କ ସାହାଯ୍ୟ କରି ପାରିବେ ଏବଂ ସରକାର ଏହାର ଉପଯୋଗ ମଧ୍ୟ କରୁଛନ୍ତି । ସୂତ୍ର ଅନୁଯାଇ କରୋନା ବିଷୟରେ ସୂଚିତ ହେଲା ପରେ, ଏସଡିଆରଏଫ ଟଙ୍କା କରୋନା ପାଇଁ ଖର୍ଚ କରା ଯିବ ବୋଲି ଆଗରୁ ଅନୁମତି ଦିଆ ଯାଇଛି ।

ଏହାଛଡା ସରକାରୀ ବଜଟ ଅଧିକାରୀମାନଙ୍କୁ ଆଗରୁ ବିପତି ପାଇଁ ନୂଆ ବଜଟ ତିଆରି କରି ରଖିବା ପାଇଁ କୁହା ଯାଇଛି । ତାଙ୍କୁ କେନ୍ଦ୍ର ତରଫରୁ ଅତିରିକ୍ତ ସାହାଯ୍ୟ ମଧ୍ୟ ପ୍ରଦାନ ହବ ବୋଲି କୁହା ଯାଇଛି । ସୂତ୍ର ଅନୁଯାଇ ସରକାର ପ୍ରତିଦିନିୟା କାମ କରୁଥିବା ଲୋକଙ୍କ ପାଇଁ ମଧ୍ୟ କିଛି ଯୋଜନା ଆରମ୍ଭ କରିବେ, କାମ ନ କରି ପାରୁଥିବା ସ୍ଥିତି ରେ ପ୍ରତିଦିନ କାମ କରୁଥିବା ଲୋକଙ୍କୁ ସରକାର ତରଫରୁ ପ୍ରତିଦିନ ଭର୍ତା ଦବାର ଯୋଜନା ଚାଲିଛି । ସରକାର ଅନୁଯାଇ ବଜେଟ ଅନୁଯାଇ ଟଙ୍କା କରୋନା ରେ ଲାଗି ରହିଛି ତେବେ ଡେଲି ବୋର୍କର ପାଇଁ କିଛି ନିଷ୍ପତ୍ତି କରା ଯାଇ ନାହିଁ ।

ତେବେ ଏହି କରୋନା ଆତଙ୍କରେ ସାରା ଦେଶ ଭୟଭୀତ ଥିବାବେଳେ ସରକାର ତାଙ୍କ ତରଫରୁ ସବୁ ବ୍ୟବସ୍ଥା କରିବାରେ ଲାଗିଛନ୍ତି । କିନ୍ତୁ ଯେତେ ଯାହା କଲେ ମଧ୍ୟ ଯଦି ଆମେ ନିଜେ ସତର୍କ ନ ରହିବା ତେବେ ସରକାରଙ୍କୁ ପଛରେ ଦୋଷ ଦେଇ ମଧ୍ୟ ଲାଭ ନାହିଁ ।

Leave a Reply

Your email address will not be published. Required fields are marked *