COVID ସଂକ୍ରମଣ ରୋଗୀ ସଂସ୍ପର୍ଶରେ ଆସିଲେ, କଣ କରିବେ ? Dr. Sanghamitra Pati

ବନ୍ଧୁଗଣ, ଆପଣ ଯଦି କୌଣସି କୋଭିଡ ରୋଗୀ ଙ୍କ ସଂସ୍ପର୍ଶରେ ଆସିଛନ୍ତି ତେବେ, କେତେ ଦିନ ପର୍ଯ୍ୟନ୍ତ ତାଙ୍କ ସଂସ୍ପର୍ଶରେ ଥିଲେ, ପ୍ରଥମେ ତାହା ଚିନ୍ତା କରନ୍ତୁ । ବନ୍ଧୁଗଣ ନିୟମ ଅନୁଯାୟୀ ଯଦି ଆପଣଙ୍କର ଶିମଟମ ଆସି ଯାଉଛି ତେବେ ଆପଣଙ୍କୁ ସାଙ୍ଗେ ସାଙ୍ଗେ ଟେଷ୍ଟ କରିବା କଥା ନ ହେଲେ ୩ ଦିନରୁ ୫ ଦିନ ପର୍ଯ୍ୟନ୍ତ ମଧ୍ୟରେ ଟେଷ୍ଟ କରାଇବା ଉଚିତ । ବନ୍ଧୁଗଣ ୫ ଦିନ ରେ ଟେଷ୍ଟ କରାଇବା ନିହାତି ଆବଶ୍ୟକ ବୋଲି କୁହା ଯାଇଛି । ଯଦି ସେହିଦିନ ନେଗେଟିଭ ଆସୁଅଛି ତେବେ, ଆପଣ ସୁନିଶ୍ଚିତ ରୁହନ୍ତୁ ।

ମାତ୍ର ଆପଣ ଯଦି ରୋଗୀ ସହିତ ନିୟମିତ ଭାବେ ଜଡିତ ହୋଇ ଅଛନ୍ତି ତେବେ, ଆପଣଙ୍କୁ କୌଣସି ଶିମଟନ ଯଦି ପରିଲକ୍ଷିତ ହେଉନାହିଁ ତେବେ ଆପଣ ୩ ଦିନରେ ଟେଷ୍ଟ କରାଇବା ଆବଶ୍ୟକ ।

ବନ୍ଧୁଗଣ ଯଦି ଆପଣ ସଂକ୍ରମିତ ରୋଗୀ ସହିତ ଜଡିତ ଅଛନ୍ତି ଏବଂ ଆପଣଙ୍କର ଶିମଟନ ମଧ୍ୟ ଦେଖାଯାଉଅଛି ତେବେ ଆପଣ ୫ ଦିନ ପର୍ଯ୍ୟନ୍ତ ଯଦିଓ ଟେଷ୍ଟ କରାଇ ନାହାନ୍ତି ତେବେ ମନେକରି ୫ ମ ଦିନରେ ଟେଷ୍ଟ ଅବଶ୍ୟ କରାଇ ନିଅନ୍ତୁ । ଯଦି ଆପଣ ନିୟମ ଅନୁଯାୟୀ ଟେଷ୍ଟ କରାନ୍ତି ତେବେ ଆପଣଙ୍କର ଭାଇରସ ଧରାପଡିବାର ସମ୍ଭାବନା ରହିଅଛି । ବନ୍ଧୁଗଣ ଆପଣ ଟେଷ୍ଟ କରାଇଲେ ମାତ୍ର ଯେ ପର୍ଯ୍ୟନ୍ତ ଆପଣଙ୍କର ରିପୋର୍ଟ ଆସିନାହିଁ ଆପଣ କଣ କରିବେ ସେହି ସମୟରେ ଆସନ୍ତୁ ଜାଣିବା ।

ବନ୍ଧୁଗଣ ପ୍ରଥମେ ଟେଷ୍ଟ କରାଇଲେ ମେସେଜ ଆସୁ ନଥିଲା ମାତ୍ର ବର୍ତ୍ତମାନ ଆପଣ ଟେଷ୍ଟ କରାଇଲେ ଆପଣଙ୍କ ମୋବାଇଲ କୁ ଗୋଟିଏ ମେସେଜ ଆସି ଯାଉଛି । ମାତ୍ର ଆପଣ ମାନେ ଧ୍ୟାନ ରଖିବେ ଯେପର୍ଯ୍ୟନ୍ତ ଆପଣଙ୍କ ରିପୋର୍ଟ ଆସିନାହିଁ ସେ ପର୍ଯ୍ୟନ୍ତ ଆପଣ ନିଜକୁ ସେଲ୍ଫ ଆଇଶୋଲେଟ କରି ରଖିବେ । ଏହା ସହିତ ମାସ୍କ ପିନ୍ଧି ରହିବେ । ବନ୍ଧୁଗଣ ଆପଣ ମାନେ ଯଦି ଟୀକା ନେଇ ସାରିଛନ୍ତି, ଏହାପରେ ମଧ୍ୟ କୋଭିଡ ନିୟମର ପାଳନ କରନ୍ତୁ ।

ଯେଉଁମାନେ କୋଭିଡ ର ୨ ଟି ଟୀକା ନେଇ ସାରିଛନ୍ତି ଏହା ପରେ ମଧ୍ୟ ଆପଣ ନିୟମିତ ଭାବେ ମାସ୍କ ପିନ୍ଧନ୍ତୁ । ଆପଣ ଆପ୍ରୋପ୍ରିଏଟ ପ୍ରୋଟୋକଲ ମଧ୍ୟ ପାଳନ କରନ୍ତୁ । ମାତ୍ର ଯଦି ଆପଣ କୋଭିଡ-19 ପଜେଟିଭ ବ୍ୟକ୍ତିଙ୍କ ସଂସ୍ପର୍ଶର ଅଛନ୍ତି ତେବେ ମଧ୍ୟ ଆପଣ ନିଜକୁ ସେଲ୍ଫ ଆଇଶୋଲେଟ କରି ରଖନ୍ତୁ । ମାତ୍ର ଯଦି ଶିମଟମ ଆସୁ ନାହିଁ ଏବଂ ଆପଣଙ୍କୁ ଠିକ ଲାଗୁଛି । ତଥାପି ଆପଣ ୩ ରୁ ୫ ଦିନ ମଧ୍ୟରେ ଟେଷ୍ଟ କରାଇ ପାରିବେ । ବନ୍ଧୁଗଣ ମୋଟ ଉପରେ କହିବାକୁ ଗଲେ, କୋଭିଟ ଟୀକା ନେଇଥିଲେ ମଧ୍ୟ ଆପଣଙ୍କୁ ପୁଣିଥରେ ସଂକ୍ରମିତ ହେବାର ସମ୍ଭାବନା ରହିଅଛି ।

ମାତ୍ର ଏଥିପାଇଁ ଯାହା ଯାହା ମୌଳିଖ ନିୟମ ମାନ ରହିଅଛି ତାହାକୁ ପାଳନ କରିବା ନିହାତି ଆବଶ୍ୟକ । ବନ୍ଧୁଗଣ ଆପଣ ଡାକ୍ତରଙ୍କ ସହିତ ଘରେ ରହି ମଧ୍ୟ ପରାମର୍ଶ କରିପାରିବେ, ଏଥିପାଇଁ ନମ୍ବର ମଧ୍ୟ ରହିଅଛି ତାହା ହେଉଛି,-  ୧୦୪ ନମ୍ବର, ୧୯୨୯ ନମ୍ବର ଅଥବା ନିକଟସ୍ଥ ଟେଲି ମିଡିଆ ନମ୍ବର ଯାହା ଅଛି, ସେଟାକୁ ଆପଣ ଫୋନ କରି ସିଧାସଳଖ ଭାବେ ଡାକ୍ତରଙ୍କ ସହିତ କଥା ମଧ୍ୟ ହୋଇପାରିବେ ।

ବନ୍ଧୁଗଣ ଆପଣଙ୍କୁ ଏହି ବିଶେଷ ଟିପ୍ପଣୀ ଟି ଭଲ ଲାଗୁଥିଲେ ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଏହିଭଳି ଅନେକ ଖବର ସହ ଜଡିତ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *