” D ” ଅକ୍ଷରରୁ ଆରମ୍ଭ ନାମର ଲୋକ ନିହାତି ଜାଣନ୍ତୁ, ସଂପୂର୍ଣ୍ଣ ବ୍ୟକ୍ତିତ୍ବର ପରିଚୟ ! Name Astrology

ହିନ୍ଦୁ ଧର୍ମରେ ପ୍ରତ୍ଯେକ ବ୍ୟକ୍ତିଙ୍କ ନାମକରଣ ସେମାନଙ୍କ ରାଶିର କୁଣ୍ଡଳୀ ଆଧାରରେ କରାଯାଇଥାଏ । ସେଥିପାଇଁ ପ୍ରତ୍ଯେକ ବ୍ୟକ୍ତିଙ୍କ ଜୀବନରେ ସେମାନଙ୍କ ନାମର ବହୁତ ଅଧିକ ଗୁରୁତ୍ଵ ରହିଥାଏ । କାରଣ ନାମର ପ୍ରଥମ ଅକ୍ଷର ବ୍ୟକ୍ତିର ଜୀବନ ଉପରେ ବହୁତ ପ୍ରଭାବ ପକାଇଥାଏ । ନାମର ପ୍ରଥମ ଅକ୍ଷରରୁ ସେହି ବ୍ୟକ୍ତିର ବ୍ୟକ୍ତିତ୍ଵ ବିଷୟରେ ଜଣାପଡିଯାଇଥାଏ । ତେବେ ନାମର ପ୍ରଥମ ଅକ୍ଷର d ଲେଟରରୁ ଆରମ୍ଭ ହେଉଥିଲେ । ସେହି ବ୍ୟକ୍ତିଙ୍କର ବ୍ୟକ୍ତିତ୍ବ କିପରି ହୋଇଥାଏ ଚାଲନ୍ତୁ ଜାଣିବା ।

d ଲେଟରରୁ ଆରମ୍ଭ ହୋଇଥିବା ଲୋକମାନେ ସ୍ମାର୍ଟ ଓ ଦେଖିବାକୁ ମଧ୍ୟ ଭଲ ହୋଇଥାନ୍ତି । ଏମାନେ ବହୁତ ପରିଶ୍ରମୀ ହୋଇଥାନ୍ତି । ତେଣୁ ଏମାନେ ନିଜ କାମକୁ ସଂପୂର୍ଣ୍ଣ ବିଶ୍ବାସର ସହ କରିଥାନ୍ତି । ଏହି ଲୋକମାନେ ବହୁତ ଗପସପ କରିବା ସ୍ଵଭାବର ହୋଇଥାନ୍ତି । ତେଣୁ ଅନ୍ୟ ମାନଙ୍କ ସହ କଥା କହି ବହୁତ ଶୀଘ୍ର ସେହି ଲୋକଙ୍କ ସହ ବନ୍ଧୁତା କରିଦେଇଥାନ୍ତି ।

ଏହି ଲୋକମାନେ ସ୍ଵଭାବରେ ବହୁତ ରାଗୀ ମଧ୍ୟ ହୋଇଥାନ୍ତି । ଯେତେବେଳେ ତାଙ୍କ ମୁଣ୍ଡକୁ ଥରେ ରାଗ ଚଢି ଯାଇଥାଏ । ସେତେବେଳେ ସେ ନିଜ ମନର କଥା ମଧ୍ୟ ଶୁଣିନଥାନ୍ତି । ହେଲେ ଯେତେ ଶୀଘ୍ର ଏମାନେ ରାଗିଥାନ୍ତି ସେତେ ଶୀଘ୍ର ଏମାନେ ଥଣ୍ଡା ମଧ୍ୟ ହୋଇଯାଇଥାନ୍ତି । ତେଣୁ ଏହି ଲୋକଙ୍କ କ୍ଷେତ୍ରରେ ଏହା ହେଉଛି ସବୁଠାରୁ ଭଲ କଥା । ଯେ ଏମାନେ ଯେତେ ରାଗିଥିଲେ ବି ନିଜ ମନକୁ ପୁଣି ଥରେ ବୁଝାଇ ଶାନ୍ତ ହୋଇ ଯାଇଥାନ୍ତି ।

ଏମାନେ କୌଣସି ପରିସ୍ଥିତିରେ ବି ଅଧିକ ବିଚଳିତ ହୋଇନଥାନ୍ତି । ସବୁ ପରିସ୍ଥିତିକୁ ଶାନ୍ତ ମୁଣ୍ଡରେ ସାମ୍ନା କରିବାକୁ ଚେଷ୍ଟା କରିଥାନ୍ତି । ଏହି b ନାମର ଲୋକ ସବୁବେଳେ ନିଜ ମନର କଥାକୁ ଅଧିକ ପ୍ରାଧାନ୍ୟ ଦେଇଥାନ୍ତି । ଯେଉଁ କାରଣରୁ ଏମାନେ ଅନ୍ୟର କଥା ଶୁଣିବା ଅପେକ୍ଷା ନିଜ ମନର କଥା ଅଧିକ ଶୁଣିଥାନ୍ତି । ଏମାନଙ୍କୁ ଅନ୍ୟ କାହା କାମରେ ହସ୍ତକ୍ଷେପ କରି କାହାକୁ ହଇରାଣରେ ପକାଇବାକୁ ଭଲ ଲାଗିନଥାଏ ।

ଯେତେବେଳେ କାହାର ସାହାଜ୍ଯର ଆବଶ୍ୟକତା ପଡିଥାଏ । ଏମାନେ ସେଠାରେ ଯାଇ ତୁରନ୍ତ ଛିଡା ହୋଇଥାନ୍ତି । ଏମାନେ କାର୍ଯ୍ୟ କ୍ଷେତ୍ରରେ ପରିଶ୍ରମୀ ହୋଇଥିଲେ ମଧ୍ୟ ନିଜ ପରିଶ୍ରମ ଅନୁଯାଇ ଫଳ ପାଇପାରିନଥାନ୍ତି । ଏମାନଙ୍କ ଭଲ ଗୁଣ ଯୋଗୁ ଅଧିକାଂଶ ଲୋକଙ୍କର ପ୍ରିୟ ମଣିଷ ହୋଇଥାନ୍ତି । ଏମାନଙ୍କୁ ପ୍ରେମ କ୍ଷେତ୍ରରେ ଯେତିକି ଆଶା ରଖିଥାନ୍ତି । ତା’ ଠାରୁ ଅଧିକ ଭଲ ପାଇବା ମିଳିଥାଏ ।

ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ବହୁ ମାତ୍ରାରେ ଅନ୍ୟ ମାନଙ୍କ ସହ ଶେୟାର କରିବାକୁ ମଧ୍ୟ ଭୁଲନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *