ଠାକୁର ପୂଜା ବେଳେ ପାଇଲେ ଏହି ସଂକେତ, ଜାଣନ୍ତୁ ଭଗବାନ ଆପଣଙ୍କ ସହିତ ଅଛନ୍ତି…ହିନ୍ଦୁ ଧର୍ମରେ ପ୍ରତ୍ଯେକ ଘରେ ଘରେ ଠାକୁର ପୂଜା କରିବା ଅର୍ଥାତ ଦେବାଦେବୀ ମାନଙ୍କର ପୂଜାକୁ ବହୁତ ଗୁରୁତ୍ଵ ଦିଆଯାଇଥାଏ । ପ୍ରତ୍ଯେକ ବ୍ୟକ୍ତି ଘରେ 2 ଟି ସମୟ ଅର୍ଥାତ ସକାଳେ ଓ ସନ୍ଧ୍ଯା ବେଳେ ଠାକୁରଙ୍କର ପୂଜା ଅର୍ଚନା କରିବା ସହ ପ୍ରଭୁଙ୍କର ଆରାଧନା କରିଥାଏ । କାରଣ ଭଗବାନଙ୍କ ପୂଜା କରିବା ଦ୍ଵାରା ତାଙ୍କର ଆଶ୍ରୀବାଦ ସବୁବେଳେ ଆମ ସହ ରହିଥାଏ ।
ଏଥିସହ ପୂଜା କରିବା ଦ୍ଵାରା ବ୍ୟକ୍ତିର ମନକୁ ଶାନ୍ତି ମିଳିଥାଏ । ତେବେ ଯଦି ଠାକୁର ପୂଜା କରିବା ସମୟରେ ଯଦି ଆପଣ ମାନେ ମଧ୍ୟ ଏହିଭଳି କିଛି ଗୁରୁତ୍ଵପୂର୍ଣ୍ଣ ସୂଚନା ପାଉଥାନ୍ତି । ତେବେ ଆପଣଙ୍କ ଉପରେ ଭଗବାନଙ୍କର ବିଶେଷ କୃପା ରହିଛି ବୋଲି ଜାଣନ୍ତୁ ।
1- ପୂଜା କରିବା ସମୟରେ ଜଳା ଯାଇଥିବା ଦୀପର ଶିଖା ଯଦି ଜୋରରେ ଉଠି ଜଳିବାକୁ ଲାଗିଥାଏ । ତେବେ ଏହାର ଅର୍ଥ ହେଉଛି । ଆପଣଙ୍କ ପୂଜାରେ ପ୍ରଭୁ ପ୍ରସନ୍ନ ହୋଇଛନ୍ତି । ଆପଣଙ୍କ ଉପରେ ତାଙ୍କର ଆଶ୍ରୀବାଦ ରହିଅଛି ।
2- ଯେତେବେଳେ ଆପଣ ପୂଜା କରୁଥାନ୍ତି । ସେତେବେଳେ ଯଦି ଘରକୁ କୌଣସି ଅତିଥି ଆପଣଙ୍କ ପାଇଁ କିଛି ନେଇକି ଆସିଥାଏ । ତେବେ ସେଠାରେ ଆପଣ ଙ୍କୁ ବୁଝିଯିବାର ଅଛି । ଯେ ଏହା ଭଗବାନଙ୍କର ଆପଣଙ୍କ ଉପରେ କୃପା ଅଟେ ।
3- ସମସ୍ତେ ଠାକୁର ପୂଜା କରିବା ସମୟରେ ପ୍ରଭୁଙ୍କର ଫୋଟ ଅଥବା ମୂର୍ତ୍ତିରେ ଫୁଲ ଚଢାଇଥାନ୍ତି । ଯଦି ଠାକୁର ପୂଜା କରିବା ବେଳେ ବା ତା’ ର କିଛି ସମୟ ମଧ୍ୟରେ ପ୍ରଭୁଙ୍କ ଉପରେ ଚଢା ଯାଇଥିବା ଫୁଲଟି ଖସିବାର ଆପଣ ଦେଖିବାକୁ ପାଇଥାନ୍ତି । ତେବେ ଏହା ବହୁତ ବଡ ଶୁଭ ସଂକେତ ଆପଣ ତଥା ଆପଣଙ୍କ ପରିବାର ପାଇଁ ଅଟେ । ଆପଣଙ୍କର କୌଣସି ଏକ ଇଛା ଭଗବାନ ଖୁବ ଶୀଘ୍ର ପୂରଣ କରିବାକୁ ଯାଉଅଛନ୍ତି ।
4- ଯଦି ଘରେ ପୂଜା କରିବା ସମୟରେ ବା ଆଳତୀ କରିବା ସମୟରେ ଅନ୍ୟ କୌଣସି ସ୍ଥାନରୁ ଘଣ୍ଟି ବ ଶଙ୍ଖର ଆବାଜ ଶୁଣିବାକୁ ମିଳିଥାଏ । ତେବେ ଏହା ମଧ୍ୟ ବହୁତ ମଙ୍ଗଳମୟ ସମୟ ହୋଇଥାଏ । ଅଥବା ଆପଣଙ୍କ ଘର ନିକଟକୁ କେହି ବନ୍ଧୁ, ବ୍ରାହ୍ମଣ ବା ଭିକାରୀ ସେହି ସମୟରେ ଘରକୁ ଆସିଥାନ୍ତି । ତେବେ ଏଥିରୁ ଜାଣନ୍ତୁ । ଭଗବାନ ସବୁବେଳେ ଆପଣଙ୍କ ସାଥିରେ ଅଛନ୍ତି । ତେବେ ଏହିସବୁ ଲୋକଙ୍କୁ କେବେବି ଘରୁ ଖାଲି ହାତରେ ବିଦା କରନ୍ତୁ ନାହିଁ ।
ବନ୍ଧୁଗଣ ଆଶା କରୁଛୁ । ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ପସନ୍ଦ ଆସିଥିଲେ । ଆମ ପେଜକୁ ଗୋଟିଏ ଲାଇକ୍ କରିବା ସହ ଆମ ସହ ଆଗକୁ ଯୋଡି ହୋଇ ଏହିଭଳି ମହତ୍ଵପୂର୍ଣ୍ଣ ସୂଚନା ପାଇଁ ପେଜକୁ ଅନ୍ୟ ମାନଙ୍କ ସହ ଶେୟାର ନିଶ୍ଚୟ କରନ୍ତୁ । ଧନ୍ୟବାଦ