ଦମ୍ପତି 4 ବର୍ଷର ଝିଅକୁ ମାରି ନିଜେ କଲେ ଆତ୍ମହତ୍ୟା- କାରଣ ଥିଲା କିଛି ଏମିତି

ନୂଆଦିଲ୍ଲୀ ମହାରାଷ୍ଟ୍ର ର ଠାଣେ ରେ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି । ଯେଉଁଠି ଏକ ଦମ୍ପତି ନିଜ 4 ବର୍ଷର ଝିଅର ହତ୍ୟା କରି ନିଜକୁ ଫାଶୀ ଦେଇଥିଲେ । ସୂଚନା ଅନୁଯାୟୀ ଘର ଲୋକଙ୍କ ଉପରେ ବିରକ୍ତ ହୋଇ ଏମିତି କରିଛନ୍ତି । ଘଟଣା ବିଷୟରେ ଜାଣିବା ପରେ ପୋଲିସ ସେଠାରେ ପହଞ୍ଚି ବଡିକୁ ପୋଲିସ ପୋଷ୍ଟମର୍ଟମ ପାଇଁ ପଠେଇଛନ୍ତି ଏବଂ ମାମଲାକୁ ଯାଞ୍ଚ କରୁଛନ୍ତି ।

ପୋଲିସଙ୍କ କହିବା ଅନୁଯାୟୀ ମୋବାଇଲରେ ଦମ୍ପତିଙ୍କ ଏକ ସୁଇସାଇଡ ନୋଟ ମିଳିଛି ।

ଯେଉଁଥିରେ ଲେଖାଯାଇଛି କି ପରିବାର ଲୋକେ ତାଙ୍କୁ ବହୁତ ପରିଶାନ କରୁଥିଲେ, ଯେଉଁ କାରଣରୁ ଦମ୍ପତି ଏମିତି ପଦକ୍ଷେପ ନେଇଥିଲେ । ଦମ୍ପତିଙ୍କ ସମ୍ପର୍କୀୟ ପୋଲିସ ଙ୍କୁ ସୋମବାର ସକାଳେ ସୂଚନା ଦେଇଥିଲେ । ଶିଳ ଡାୟଘର ପୋଲିସ ଥାନାର ନିରିକ୍ଷମକ ଆରକେ ମୋହିତେ ଘଟଣା ବିଷୟରେ କହିଛନ୍ତି କି, ଯେବେ ସେ ଦମ୍ପତିଙ୍କ ଘରେ ପହଞ୍ଚିଲେ ତ ଦମ୍ପତି ଓ ତାଙ୍କ ପିଲାର ଶବ ଘରର ଛାତ ରେ ଲଟକିଥିଲା । ମୃତକ ଙ୍କ ନାମ ଶିବରାମ ପାଟିଲ ଓ ଦୀପିକା, ଝିଅଟିର ନା ଅନୁଷ୍କା ।

Leave a Reply

Your email address will not be published. Required fields are marked *