ଆପଣଙ୍କ ଦେହର ଏଭଳି କେଉଁ ଅଂଶ ରହିଛି, ଯାହା ପାଣିରେ ପଡିଲେ ବି ଓଦା ହୋଇନଥାଏ ! Clever Question and Answer

ବର୍ତ୍ତମାନର ସମୟରେ ଲୋକ ଏତେ ମାତ୍ରାରେ ନିଜର କାମକୁ ନେଇ ବ୍ୟସ୍ତ ରହୁଛନ୍ତି । ଯେ ହସିବା କ’ଣ ସେ ଭୁଲିଯାଇଛନ୍ତି । ତେଣୁ ଆମର କିଛି ମଜାଳିଆ ତଥା ଜ୍ଞାନପୂର୍ଣ୍ଣ ଢଗଢମାଳୀ ମାଧ୍ୟମରେ ଆପଣଙ୍କୁ ହସାଇବାର ଏକ ପ୍ରୟାସ କରିଛୁ । ଯାହା ଦ୍ଵାରା ଆପଣଙ୍କର ମନୋରଞ୍ଜନ ହେବା ସହ ଅନେକ କିଛି ଜ୍ଞାନ ମଧ୍ୟ ଏଥିରୁ ପାଇପାରିବେ । ତେବେ ବନ୍ଧୁଗଣ ଆଉ ବିଳମ୍ବ ନକରି ଚାଲନ୍ତୁ ତାହା ଆଲୋଚନା କରିବା ।

1- ଗୋଟିଏ ରୁମାଲର ଚାରିଟି କୋଣ । ଗୋଟିଏ କୋଣ କାଟିଦେଲେ ଆଉ ରହିବ କେତେ କୋଣ ?

ଉତ୍ତର;- 5 ଟି ।

2- କଞ୍ଚା ବେଳେ ଡାକନ୍ତି ଗୋଟିଏ ନାଁ ।ଶୁଖିଲା ପରେ ଡାକନ୍ତି ଆଉ ଗୋଟିଏ ନାଁ । ତାହା କଣ ?

ଉତ୍ତର;- ପଇଡ ଏବଂ ନଡିଆ ।

3- ଛୋଟ ପିଲା ମାନଙ୍କର ଏମିତି ଏକ ଖେଳଣା ଯାହାକୁ ଦୁନିଆର ସବୁଠାରୁ ବଡ ଲୋକ ମଧ୍ୟ କିଣିପାରିବେ ନାହିଁ । ତାହା କଣ ?

ଉତ୍ତର;- ଜନ୍ମ ମାମୁଁ ।

4- କେଉଁଠିକି ଶହେ ଲୋକ ଗଲେ ଫେରନ୍ତି ଅନେଶତ ?

ଉତ୍ତର;- ମଶାଣି ।

5- କେଉଁଠିକି ଶହେ ଲୋକ ଗଲେ ଫେରନ୍ତି ଶହେ ଏକ ଲୋକ ?

ଉତ୍ତର;- ବାହାଘର ।

6- ଆପଣଙ୍କ ଦେହର କେଉଁ ଅଂଶ ପାଣିରେ ପଡିଲେ ମଧ୍ୟ ଓଦା ହୁଏ ନାହିଁ ?

ଉତ୍ତର;- ଦେହର ଛାଇ ପାଣିରେ ପଡିଲେ ମଧ୍ୟ ଓଦା ହୁଏ ନାହିଁ ।

7- ଏମିତି କଣ, ଯାହାର ମୁଣ୍ଡରେ ପଥର ଥାଏ ଏବଂ ତାହାର ପେଟ ଭିତରେ ଆଙ୍ଗୁଳି ପୁରେଇଲେ ଆପଣ ବହୁତ ଖୁସି ହୁଅନ୍ତି ?

ଉତ୍ତର;- ମୁଦି ।

8- ଯିଏ କିଣିବ, ସେ ବ୍ୟବହାର କରିପାରିବ ନାହିଁ, ଯିଏ ବ୍ୟବହାର କରିପାରିବ ସେ କିଣି ପାରିବ ନାହିଁ, ତାହା କଣ ?

ଉତ୍ତର;- କୋକେଇ ।

9- ଘର ଗୋଟିଏ ବାର ବଖରା ତିନି ସିପାହୀ ଦିଅନ୍ତି ପହରା ତାହା କଣ ?

ଉତ୍ତର;- ଘର ଗୋଟିଏ ବାର ବଖରା ତିନି ସିପାହୀ ଦିଅନ୍ତି ପହରା ତାହା ହେଉଛି ଘଣ୍ଟା ।

10- ତାହା କେଉଁ ଗାଡି ଯାହାକୁ ଆଗରୁ ଭଗବାନ ଗଢିଥିଲେ ଓ ପଛରୁ ମଣିଷ ଗଢିଲା ?

ଉତ୍ତର;- ବଳଦ ଗାଡି ।

ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ଆମ ସହ ଆଗକୁ ମଧ୍ୟ ଏହିଭଳି ଭାବେ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *