ଏହି ଚମତ୍କାରୀ ଫୁଲଟି ଆପଣଙ୍କୁ କରିବ କୋଟିପତି ! Vastu tips

ବନ୍ଧୁଗଣ ମନ୍ଦାର ଫୁଲକୁ ପାରିଜାତ ଫୁଲ ମଧ୍ୟ କୁହାଯାଇଥାଏ । ଦେବୀ ମା’ ଙ୍କ ପୂଜାରେ ନାଲି ରଙ୍ଗର ଫୁଲର ଅନେକ ମହତ୍ଵ ରହିଥାଏ । ତେବେ ନାଲି ମନ୍ଦାର ଫୁଲ ପ୍ରାୟ ସମସ୍ତ ଦେବୀ ମା’ଙ୍କର ଅତ୍ୟନ୍ତ ପ୍ରିୟ ଫୁଲ ହୋଇଥାଏ । ତେବେ ମନ୍ଦାର ଫୁଲର କିଛି ବିଶେଷତା ଉପରେ ଆଜି ଏଠାରେ ଆଲୋଚନା କରିବା । ଦେବୀ ଦୂର୍ଗାଙ୍କୁ ପ୍ରସନ୍ନ କରିବା ପାଇଁ ଭକ୍ତିର ସହ ମନ୍ଦାର ଫୁଲ ଅର୍ପଣ କରନ୍ତୁ । 9, 11 କିମ୍ବା 21 ସଂଖ୍ୟାରେ ମନ୍ଦାର ଫୁଲ ଦୂର୍ଗା ମା’ ଙ୍କୁ ଅର୍ପଣ କରନ୍ତୁ ।

ମା’ ଦୂର୍ଗାଙ୍କ ସମେତ ମା’ ଲକ୍ଷ୍ମୀଙ୍କୁ ମଧ୍ୟ ମନ୍ଦାର ଫୁଲ ବହୁତ ପ୍ରିୟ ହୋଇଥାଏ । ଏଥିସହ ଭଗବାନ ହନୁମାନଙ୍କର ମଧ୍ୟ ମନ୍ଦାର ଫୁଲ ପ୍ରିୟ ହୋଇଥାଏ । ଯେଉଁ ବ୍ୟକ୍ତି ମଙ୍ଗଳବାର ଦିନ ନାଲି ରଙ୍ଗର ମନ୍ଦାର ଫୁଲ ପ୍ରଭୁ ବଜରଙ୍ଗୀବାଲୀଙ୍କୁ ଅର୍ପଣ କରେ । ସେହି ବ୍ୟକ୍ତିର ସବୁ ସଙ୍କଟ ପ୍ରଭୁ ଦୂର କରିଥାନ୍ତି । ଶୁକ୍ରବାର ଦିନ ମା’ ଲକ୍ଷ୍ମୀଙ୍କୁ  ମନ୍ଦାର ଫୁଲ ଅର୍ପଣ କରନ୍ତୁ । ଯେଉଁ ବ୍ୟକ୍ତି ନବ ଦୂର୍ଗା ଓ ପ୍ରଭୁ ସୂର୍ଯ୍ୟ ନାରାୟଣଙ୍କର ଉପାସନା କରୁଥାନ୍ତି ।

ସେହି ବ୍ୟକ୍ତିଙ୍କ ପାଇଁ ଏହି ମନ୍ଦାର ଫୁଲ ଅତ୍ୟନ୍ତ ଶୁଭଦାୟକ ହୋଇଥାଏ । ମନ୍ଦାର ଫୁଲରୁ ମାତ୍ର ଗୋଟିଏ ମନ୍ଦାର ଫୁଲ ଯଦି ଆପଣ ଭକ୍ତି ଭାବନାରେ ମା’ ଦୂର୍ଗାଙ୍କୁ ଅର୍ପଣ କରନ୍ତି । ତେବେ ସେହି ବ୍ୟକ୍ତିର ସମସ୍ତ ଶତ୍ରୁ ମାନଙ୍କ କବଳରୁ ସେହି ବ୍ୟକ୍ତିଙ୍କୁ ସୁରକ୍ଷା ଦେଇଥାନ୍ତି । ମା’ ତାଙ୍କର ସବୁ ମନବାଞ୍ଛାକୁ ପୂରଣ କରିଥାନ୍ତି ।

ସେହି ନାଲ ମନ୍ଦାରକୁ ଜଳର ପକାଇ ଯଦି ସୂର୍ଯ୍ୟ ନାରାୟଣଙ୍କୁ ଆପଣ ଅର୍ପଣ କରିବେ । ତେବେ ଆପଣଙ୍କୁ ଦୀର୍ଘାୟୁ ପ୍ରାପ୍ତ ହୋଇବ । ଏଥିସହ ଆପଣଙ୍କର ସବୁ ରୋଗ, ବେମରୀ ନାଶ ହୋଇଥାଏ । ଘରେ ଥିବା ଫୁଲ ତୋଡାରେ ମନ୍ଦାର ଫୁଲକୁ ଯଦି ସୁନ୍ଦର ଭାବରେ ସଜାଡି ରଖନ୍ତି । ତେବେ ପରିବାର ସଦସ୍ୟଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଥାଏ ।

ସମସ୍ତଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିଥାଏ । ପରିବାରରେ ଏକତା ଦେଖାଯାଇଥାଏ । ଯଦି ଘରେ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ସବୁବେଳେ ଝଗଡା, କଳହ ଲାଗିକି ରହୁଥାଏ । ସବୁବେଳେ ମନ ଦୁଃଖ ଓ ନୈରାଶ୍ୟରେ ସମୟ ବିତୁଥାଏ । ତେବେ ମଙ୍ଗଳବାର ଦିନ ସେହି ବ୍ୟକ୍ତି ପ୍ରଭୁ ବଜରଙ୍ଗୀବାଲୀଙ୍କୁ 11 ଟି ମନ୍ଦାର ଫୁଲ ଅର୍ପଣ କରନ୍ତୁ ।

ତେବେ ଯାଇ ଦାମ୍ପତ୍ୟ ଜୀବନରେ ଥିବା ସବୁ ଅଶାନ୍ତି ଦୂର ହୋଇଥାଏ । ବନ୍ଧୁଗଣ ଆଶା କରୁଛୁ ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ଏହାକୁ ଲାଇକ୍ କରିବା ସହ ଅନ୍ୟ ମାନଙ୍କ ସହ ମଧ୍ୟ ନିହାତି ଭାବେ ଶେୟାର କରିବାକୁ ଭୁଲନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *