ଦେଖୁ ଦେଖୁ ବାପା ଆଗରେ ନଦୀ ପାଣିରେ ଭାସିଗଲେ 3 ପିଲା, ଆଉ ତା ପରେ ଯାହା ହେଲା… ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସାରା ରାଜ୍ୟରେ ଲଗାଣ ବର୍ଷା କାରଣରୁ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଯାହା ପାଇଁ ଅନେକ ଅଘଟଣ ଘଟିବାରେ ଲାଗିଛି । ବର୍ତ୍ତମାନ ସମୟରେ ସେହି ଭଳି ଏକ ହୃଦୟ ବିଦାରକ ଘଟଣା ସାମନା କୁ ଆସିଛି । ଆଜ୍ଞା ହଁ ଦର୍ଶକ ବନ୍ଧୁ ଗୋଟେ ବାପା ଆଗରେ ୩ ଜଣ ପିଲା ପାଣିରେ ଭାସିଯିବେ ଆଉ ବାପର ହୃଦୟ କେମିତି ବା ସମ୍ଭଳି ରହିବ । ତେବେ ବାପା କିଛି ଆଗ ପଛ ନ ଭାବି ନିଜ ଛୁଆଙ୍କୁ ଉଧାର କରିବା ଲାଗି ପାଣି ଭିତରେ ଡେଇଁ ପଡିଲେ । ତେବେ ସ୍ଥିତି ବହୁତ ସାଂଘାତିକ ହୋଇ ପଡିଲା ବାପା ପାଣି ର ପ୍ରଖର ସୁଅ ରେ ଡେଇଁ ପଡିବାରୁ ।

ତେବେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଏଗଡା ନାଗାବଳୀ ନଦୀରେ । ନାଗାବଳୀ ନଦୀ ର ଝୁଲା ପୋଲ ନିକଟରେ ଭଳି ଏକ ଛାତିଥରା ଘଟଣା ଘଟି ଯାଇଛି । ବୁଡି ଯାଇଥିବା ୩ ଜଣ ପିଲାଙ୍କ ମଧ୍ୟରୁ ୨ ଜଣ ଛୁଆ ଙ୍କୁ ଉଧାର କରିବାରେ ସଫଳ ହୋଇଛି ବାପା । ଆଉ ଏବେ ବି ଆଉ ଜଣେ ନାବାଳକ ପାଣି ରେ ନିଖୋଜ ଅଛନ୍ତି ।

ଯାହା କୁ ଏବେ ପାଣିରେ ବୁଡି ଖୋଜିବାରେ ଲାଗିଛି ନିରିହ ବାପା ଟି । ଏହି ଖବର ପାଇବା ପରେ ଅଗ୍ନିସମ ବାହିନୀ ପହଞ୍ଚି ସାରିଛି ଆଉ ନିଖୋଜ ଥିବା ନାବାଳକ କୁ ଖୋଜିବାରେ ନିଜର ସବୁ ପ୍ରକାରର ଚେଷ୍ଟା ଚଳାଇଛି । ସୂଚନା ଅନୁଯାୟୀ ନାଗାବଳୀ ନଦୀ ରେ ବାପା ଙ୍କ ସହ ତାଙ୍କର ୩ ଜଣ ପିଲା ଗାଧୋଇବାକୁ ଆସିଥିଲେ ।

ବାପା ଅନ୍ୟ କାମରେ ବ୍ୟସ୍ତ ଥିବା ବେଳେ ୩ ଜଣ ଛୁଆ କିଛି ନ ଜଣାଇ ନଦୀ ଭିତରକୁ ଗାଧୋଇବାକୁ ଚାଲିଗଲେ । ନଦୀ ରେ ଗାଧୋଇବା ସମୟରେ ୩ ଜଣ ଛୁଆଙ୍କର ଗୋଡ ପାଣିରେ ଖସି ଯାଇଥିଲା । ଆଉ ବାପା ନିଜ ଛୁଆଙ୍କୁ ରକ୍ଷା କରିବା ପାଇଁ ଜୋର ରେ ଚିତ୍କାର କରିଥିଲେ କିନ୍ତୁ କିଛି ଲାଭ ହେଲା ନାହି ।

ଶେଷରେ ବାପା କିଛି ନ ଭାବି ନିଜ ଜୀବନକୁ ବାଜି ଲଗାଇ ନିଜ ଛୁଆଙ୍କୁ ରକ୍ଷା କରିବାକୁ ପାଣିର ପ୍ରଖର ସୁଅ ଭିତରକୁ ଡେଇଁ ପଡିଲେ । ନାଗାବଳୀ ନଦୀର ପ୍ରଖର ସ୍ରୋତ ରୁ ଦୁଇ ପିଲାଙ୍କୁ ଉଦ୍ଧର କରିଛନ୍ତି ବାପା କିନ୍ତୁ ଆଉ ଜଣେ ଏବେ ଯାଏଁ ନିଖୋଜ ଅଛି । ପ୍ରଖର ସ୍ରୋତ ଆଗରେ ଗୋଟେ ନିରୀହ ଛୁଆ ବାପା ଆଗରେ ଭାସିଗଲା ଯାହାକୁ ଏବେ ସ୍ଥାନୀୟ ଅଗ୍ନିସମ ବାହିନୀ ଖୋଜିବାରେ ଲାଗିଛି ।

ଦୀର୍ଘ ସମୟ ନଦୀ ମଝି ରେ ଫସି ରହିବା ପରେ ଓଡ୍ରାଫ ଟିମ ଉଧାର କାର୍ଯ୍ୟ ଜାରି ରଖିଛି । ବାପା କୁ ପାଣିରୁ ଉଧାର କରା ଯାଇଥିଲେ ବି ଭାସି ଯାଇଥିବା ଶିଶୁର ଏ ଯାଏଁ କୌଣସି ସନ୍ଧାନ ମିଳି ନାହି । ସତରେ ବାପା ପାଇଁ ନିଜ ପିଲାକୁ ହରାଇବା କେତେ କଷ୍ଟକର କଥା । ବନ୍ଧୁଗଣ ଆପଣ ଅମାନଙ୍କର ଏହି ଘଟଣା ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *