ଆଇପିଏସ ଡ଼ି ରୂପା ଏକ ଏମିତି ନାଁ ଅଟେ ଯାହାକୁ ଶୁଣିବା ପରେ ଅ-ପ-ରା-ଧୀଙ୍କ ସହ ବଡ ବଡ ନେତା ବି ଭୟଭୀତ ହୋଇ ଯାଆନ୍ତି । ଆପଣ ବହୁତ ଆଇପିଏସ ଓ ଆଇଏଏସ ଅଫିସରଙ୍କ ବିଷୟରେ ଶୁଣିଥିବେ ଓ ତାଙ୍କର ସାହାସିକତା ବିଷୟରେ ବି ଜାଣିଥିବେ ।
କିନ୍ତୁ ଆଇପିଏସ ଡ଼ି ରୂପା ସେହି ସମସ୍ତଙ୍କ ଠାରୁ ପୂରାପୂରି ଭିନ୍ନ ଅଟନ୍ତି । ଅ-ପ-ରା-ଧୀ ଦୂରର କଥା ସେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ବି ଗିରଫତାର କରିବାକୁ ପହଞ୍ଚି ଯାଇଥିଲେ । ତେବେ ଚାଳନ୍ତୁ ଜାଣିବା ତାଙ୍କ ବିଷୟରେ । ଆଇପିଏସ ଡ଼ି ରୂପା ହେଉଛନ୍ତି କର୍ଣାଟକ କ୍ୟାଡର ୨୦୦୦ ବ୍ୟାଚର ଆଇପିଏସ ଅଫିସର ଅଟନ୍ତି । ସେ ଅତିରିକ୍ତ ଜେନେରାଲ ଅଫିସର, ସିଭିଲ ଡ଼ିଫେନ୍ସରେ ଆଡିସନାଳ କାମଡାଣ୍ଡ ପଦରେ କାମ କରିଛନ୍ତି, ଟ୍ରାଫିକ ଓ ରୋଡ ସେଫ୍ଟି ଡିପାର୍ଟମେଣ୍ଟରେ କମିଶନର, କର୍ଣାଟକ ଜେଲରେ ଡେପୁଟି ଇନ୍ସପେକ୍ଟର ଜେନେରାଲ ଭାବରେ କାମ କରିସାରିଛନ୍ତି ।
ଡ଼ି ରୂପା ଦେଶର ପ୍ରଥମ ଆଇପିଏସ ଅଧିକାରୀ ଥିଲେ ଯାହାଙ୍କୁ ୨୦୧୩ରେ ସାଇବର କ୍ରା-ଇ-ମ ଏକ ମାମଲାରେ ତଦନ୍ତର ଦାୟିତ୍ଵ ଦିଆଯାଇ ଥିଲା ଓ ସେହି ସମୟରେ ସାଇବର କ୍ରା-ଇ-ମକୁ ଅଟକାଇବାରେ ପୋଲିସକୁ ବହୁତ ସଫଳତା ମଧ୍ୟ ମିଳିଥିଲା । କିନ୍ତୁ ଆଇପିଏସ ଡ଼ି ରୂପା ସେହି ସମୟରେ ଅଧିକ ପାପୁଳାର ହେଲେ ଓ ଲୋକମାନେ ତାଙ୍କୁ ଲେଡି ସିଙ୍ଘମ ବୋଲି ସେତେବେଳେ ଜାଣିଲେ ଯେତେବେଳେ ସେ ୨୦୦୪ରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଥିବା ଉମା ଭାରତୀଙ୍କୁ ଗିରଫ କରିବାକୁ ପହଞ୍ଚି ଯାଇଥିଲେ ।
କହିବାକୁ ଗଲେ ଉମା ଭାରତୀଙ୍କ ବିରୁଦ୍ଧରେ ୧୦ ବର୍ଷ ପୁରୁଣା ମାମଲାରେ ଜାମିନୀ ବିହୀନ ୱାରେଣ୍ଟ ଜାରି କରାଯାଇଥିଲା । ଉମା ଭାରତୀ ଅଗଷ୍ଟ ୧୫ ୧୯୯୪ରେ କର୍ଣାଟକର ହୁବଲିର ଏକ ତିରଙ୍ଗା ଉଡାଇ ଥିଲେ ଓ ଯାହା ପରେ ସେ ସାମ୍ପ୍ରଦାୟିକ ସଦଭାବନାକୁ ଆଘାତ କରିଥିବା ଅଭିଯୋଗ ସାମ୍ନାକୁ ଆସିଥିଲା । ହୁବଲି କୋର୍ଟରୁ ୱାରେଣ୍ଟ ଜାରି କରିବା ସମୟରେ ଡ଼ି ରୂପା କର୍ଣାଟକର ଏକ ଜିଲ୍ଲାର ଏସପି ଥିଲେ । ୱାରେଣ୍ଟ ପାଇବା ମାତ୍ରେ ହିଁ ସେ ମୁଖ୍ୟମନ୍ତ୍ରୀ ଉମା ଭାରତୀଙ୍କୁ ଗିରଫ କରିବା ପାଇଁ ମଧ୍ୟପ୍ରଦେଶ ଯାଇଥିଲେ ।
କିନ୍ତୁ ଗିରଫ ହେବା ପୂର୍ବରୁ ଉମା ଭାରତୀୟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଦେଲେ । ୨୦୧୭ରେ ଅନ୍ୟ ଏକ ଘଟଣାକୁ ବି ନେଇ ଡ଼ି ରୂପା ଚର୍ଚାରେ ଆସିଥିଲେ । ଯେତେବେଳେ ଜୟଲଳିତାଙ୍କ ପାର୍ଟି AIATMKର ନେତା ଶଶିକଳା ଜେଲରେ ଥିଲେ ସେହି ସମୟରେ ଡ଼ି ରୂପା ଜେଲ ବିଭାଗରେ ଥିଲେ ଓ ଯେଉଁ ଜେଲରେ ଶଶିକଳା ରହିଥିଲେ ଥରେ ସେହି ଜେଲର ନିରୀକ୍ଷଣରେ ଡ଼ି ରୂପା ଯାଇଥିଲେ । ଏହା ପରେ ସେ ଗୋଟିଏ ରିପୋର୍ଟ ଦାଖଲ କରିଥିଲେ ।
ଯେଉଁଥିରେ ଶଶିକଳାଙ୍କୁ ଜେଲରେ ଭିଆଇପି ସୁବିଧା ମିଳୁଛି ବୋଲି ସେ ଅଭିଯୋଗ ହୋଇଥିଲା । ଜେଲରେ ତାଙ୍କ ପାଇଁ ୫ ଭଖରା ଭଳି ରୁମ ସହ ସମସ୍ତ ପ୍ରକାରର ସୁବିଧା ଥିଲା । ଏହା ସହ ଡ଼ି ରୂପା ନିଜର ରିପୋର୍ଟରେ ଲେଖିଥିଲେ କି ଶଶିକଳାଙ୍କୁ ଜେଲରେ ସମସ୍ତ ସୁବିଧା ଦେବା ପାଇଁ ଜେଲର କର୍ତ୍ତୁପକ୍ଷଙ୍କୁ ୨ କୋଟି ଟଙ୍କା ଦିଆଯାଇଛି ।
ଡ଼ି ରୂପା କେବଳ ଆଇପିଏସ ଅଧିକାରୀ ନୁହନ୍ତି ସେ ଜଣେ ଭାରତନାଟ୍ୟମ ଡାନ୍ସର ସହ, ଗୀତ ମଧ୍ୟ ଗାଆନ୍ତି । ଏହା ସହିତ ଡ଼ି ରୂପା ଜଣେ ସାର୍ପ ସୁ-ଟ-ର ହୋଇଥିବା ସହ ସୁ-ଟି-ଙ୍ଗ ପାଇଁ ସେ ବହୁତ ପୁରଷ୍କାର ଦ୍ଵାରା ସମ୍ମାନିତ ମଧ୍ୟ ହୋଇଛନ୍ତି ।