ଧନକୁ ଆକର୍ଷିତ କରୁଥିବା ଏହି 3ଟି ଜିନିଷ ଉତ୍ତର ଦିଗରେ ନିଶ୍ଚୟ ରଖନ୍ତୁ, ତା ପରେ ଦେଖନ୍ତୁ ଚମତ୍କାର- Vaastu Tips

ଭଗବାନ ବିଶ୍ଵକର୍ମାଙ୍କୁ ବାସ୍ତୁ ଶାସ୍ତ୍ରର ରଚୟତା କୁହାଯାଏ । କାରଣ ସେ ବାସ୍ତୁ ଶାସ୍ତ୍ରର ରଚନା କରିଥିଲେ । ଭଗବାନ ବିଶୁଣୁଙ୍କ ଠାରୁ ଆରମ୍ଭ କରି ଭଗବନା କୃଷ୍ଣଙ୍କ ସବୁ ଭବନର ନିର୍ମାତା ହେଉଛି ବିଶ୍ଵକର୍ମା । ମାନ୍ୟତା ରହିଛି ଘରର ଦିଗ ବାସ୍ତୁ ଅନୁସାରେ ନ ରହିଲେ ଘରେ ଅନେକ ପ୍ରକାରର ଦୋଷ ସୃଷ୍ଟି ହୋଇଥାଏ । ଅନେକ ସମୟରେ ଆମେ ଭୁଲ ଦିଗରେ ଭୁଲ ବସ୍ତୁ ରଖିଥାଉ ଯାହା ଦ୍ଵାରା ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ । ଏହା ଦ୍ଵାରା ଆମ ଜୀବନରେ ସମସ୍ଯା ଆସିଥାଏ ।

ଘର ତିଆରି କରିବା ସମୟରେ ସଠିକ ଦିଶା ଓ ହାନି ଲାଭ ବିଷୟରେ ଜାଣିଥିଲେ ଘରେ ରହୁଥିବା ସଦସ୍ୟଙ୍କ ପାଇଁ ବହୁତ ଶୁଭ ଫଳ ହୋଇଥାଏ । ଅନେକ ସମୟରେ ଧନ ଜନିତ ସମସ୍ଯା ମଧ୍ୟ ସୃଷ୍ଟି ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ଉତ୍ତର ଦିଗରେ କେଉଁ ଜିନିଷ ରଖିବା ଦ୍ଵାରା ଧନ ହାନି ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ । ଉତ୍ତର ଦିଗ ବୁଧ ଗ୍ରହକୁ ମାନାଯାଏ ।

କୁବେର ମହାରାଜା ଉତ୍ତର ଦିଗ ଦେଇ ପ୍ରବେଶ କରିଥାନ୍ତି ବୋଲି ମାନ୍ୟତା ରହିଛି । ଯଦି ଆପଣଙ୍କ ଘରର ଉତ୍ତର ଦିଗରେ ବାସ୍ତୁ ଦୋଷ ରହିଥାଏ ତେବେ କୁବେର ମହାରାଜା ପ୍ରବେଶ କରିବେ ନାହି । ଘରର ଉତ୍ତର ଦିଗ ସଂପୂର୍ଣ୍ଣ ଭାବେ ବନ୍ଦ ହେବା ଉଚିତ । ଘରର ଉତ୍ତର ଦିଗରେ ଆଲୋକ ନ ପଡୁଥିବା କୌଣସି ବସ୍ତୁ ରହିବା ଅନୁଚିତ ।

ତେଣୁ ଉତ୍ତର ଦିଗରେ ଯେପରି ପବନ ବା ଆଲୋକ ପଡୁଥିବା ତାହା ପ୍ରତି ଧ୍ୟାନ ଦେବା ଉଚିତ । ଉତ୍ତର ଦିଗ ଆଡକୁ ଯଦି କୌଣସି ଫର୍ନିଚର ବା ବସ୍ତୁ ରହିଛି ଯାହା ମାର୍ଗରେ ବାଧା ସୃଷ୍ଟି କରୁଛି ତେବେ ତୁରନ୍ତ ତାହା ବାହାର କରି ଦିଅନ୍ତୁ । ଏପରି କରିବା ଦ୍ଵାରା ଧନ ଜନିତ ସମସ୍ଯା ଦେଖାଯାଏ । ଦିତୀୟ କଥା ହେଉଛି ଉତ୍ତର ଦିଗରେ କେବେ ବି ବାଥୃମ ବା ଅଳିଆ ରଖୁଥିବା ଜାଗା ହେବା ଉଚିତ ।

ଏହା ଦ୍ଵାରା ଗୃହରେ ଧନ ହାନି ହୋଇଥାଏ । ଅପାନ ଯେତେ ଟଙ୍କା ରୋଜଗାର କରିଲେ ମଧ୍ୟ ଅଭାବ ଲାଗି ରହିବ । ଏହା ସହ ପରିବାର ଲୋକଙ୍କ ମଧ୍ୟରେ ବାଦ ବିବାଦ ଲାଗି ରହିବ । ତେଣୁ ଏହି କଥାର ଧ୍ୟାନ ରଖିବା ଉଚିତ । ତୃତୀୟ କଥା ହେଉଛି ଉତ୍ତର ଦିଗରେ କାଚ ଜିନିଷ ରଖିବା ଅନୁଚିତ ।

ଉତ୍ତର ଦିଗରେ ହଳଦିଆ ରଙ୍ଗ ବା ହରାଭରା ହୋଇଥିବା ବଗିଚା ରଖିଲେ ଭଗବନା କୁବେର ପ୍ରସନ୍ନ ହୋଇଥାନ୍ତି । କିତନୁ କଣ୍ଟା ଜାତୀୟ ଗଛ ଉତ୍ତର ଦିଗରେ ଲଗାଇବା ଅନୁଚିତ । ଉତ୍ତର ଦିଗରେ ଘରର ମୁଖ୍ୟ ଦ୍ଵାରା ରହିଲେ ଶୁଭ ହୋଇଥାଏ । ଉତ୍ତର ଦିଗରେ ପାରଦରେ ପ୍ରସ୍ତୁତ ଶିବଲିଙ୍ଗ ରଖିଲେ ଧନ ବୃଦ୍ଧି ହୋଇଥାଏ ।

ପ୍ରତି ଦିନ ଏହି ଶିବଲଙ୍ଗର ପୂଜା କରିବା ଶୁଭ ହୋଇଥାଏ । ଶିବଲିଙ୍ଗରେ ପ୍ରତିଦିନ ଜଳ ଅର୍ପଣ କରିବା ସହ ଦୀପ ଜଳାଇବା ଉଚିତ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *