ଧନତେରସ ବା ଦୀପାବଳି ଦିନ ଘରକୁ ଏହି ସବୁ ଜିନିଷ ନେଇ ଆସନ୍ତୁ, କେବେ ବି ଧନର ଅଭାବ ହେବ ନାହିଁ…

ବନ୍ଧୁଗଣ ଏବେ ପର୍ବ ପର୍ବାଣି ର ଦିନ ଆରମ୍ଭ ହୋଇ ସାରିଛି । 5 ଦିନ ଯାଏଁ ଚାଲୁଥିବା ଦୀପାବଳି ପର୍ବ ରେ ଯେଉଁ ଧନତେରସ ଦିନ ଟି ପଡିଥାଏ ତାହାକୁ କିଣାକିଣି ର ବିଶେଷ ଦିନ ବୋଲି ମାନା ଯାଇଥାଏ । ବହୁତ ଶୁଭ ମଧ୍ୟ ମାନାଯାଏ । ଧନତେରସ ରେ ଲୋକ ମାନେ ସୁନା ଚାନ୍ଦି କିଣିଥାନ୍ତି । କିନ୍ତୁ ସୁନା ଚାନ୍ଦି ଛଡା ଅନ୍ୟ କିଛି ଜିନିଷ କିଣିଲେ ଘରକୁ ମା ଲକ୍ଷ୍ମୀ ବିଜେ କରିଥାନ୍ତି । ଓ ଗୃହରେ ମା ଲକ୍ଷ୍ମୀ ଙ୍କ କୃପା ବର୍ଷା ହେବ । ଆଜି ଆମେ ଆପଣଙ୍କୁ କହିବୁ ଧନତେରସ ଦିନ ଏମିତି କେଉଁ ଜିନିଷ ଆଣିଲେ ଧନର ବୃଦ୍ଧି ହୋଇଥାଏ ।

1- କଇଁଛ ମୁଦି : ଏହି ଦିନ କଇଁଛ ର ମୁଦି ଚାନ୍ଦି ରେ ତିଆରି କରି ପିନ୍ଧିବେ ତେବେ ମା ଲକ୍ଷ୍ମୀ ଙ୍କ କୃପା ଲାଭ ହୁଏ । ଯଦି ଚାନ୍ଦି ନ କିଣିପାରିବେ ତେବେ ପିତଳର ମଧ୍ୟ କିଣି ପାରିବେ ।

2- ମା ଲକ୍ଷ୍ମୀ ଓ ଗଣେଶଙ୍କ ଫୋଟୋ : ଧନତେରସ ଦିନ ମା ଲକ୍ଷ୍ମୀ ବା ଭଗବାନ ଗଣେଶ ଙ୍କ ମୂର୍ତ୍ତି ବା ଫୋଟୋ ନେଇ ଆସନ୍ତୁ । ଏହା ଶୁଭ ହୋଇଥାଏ ।

3- ମୟୁର ପଙ୍ଖ : ମୟୂର ପଙ୍ଖ କୁ ବହୁତ ଶୁଭ ମାନା ଯାଇଥାଏ । ଏହି ମୟୂର ପଙ୍ଖ ମୁଖ୍ୟଦ୍ଵାର ବା ଘରେ ଯେଉଁଠି ଭଗବାନ କୃଷ୍ଣ ଙ୍କ ଫୋଟୋ ଅଛି ସେଠାରେ ଲଗାଇ ଦିଅନ୍ତୁ । ଏହା ଦ୍ଵାରା ମା ଲକ୍ଷ୍ମୀ ଙ୍କ କୃପା ହେବ ସହ ଧନର ବର୍ଷା ହେବ ।

4- ଶଙ୍ଖ : ପବିତ୍ର ଧନତେରସ ଦିନ ଶଙ୍ଖ ନିଶ୍ଚୟ କିଣି ଆଣନ୍ତୁ । ଶଙ୍ଖ କୁ ବହୁତ ଶୁଭ ମାନା ଯାଇଥାଏ ।

5- ମା ଲକ୍ଷ୍ମୀଙ୍କ ଚରଣ ପାଦୁକା : ଧନତେରସର ଦିନ ମା ଲକ୍ଷ୍ମୀଙ୍କ ଚରଣ ପାଦୁକା ଆଣି ପୂଜା ଘରେ ସ୍ଥାପନ କରନ୍ତୁ । ଘରେ ଧନର ଅଭାବ କେବେ ବି ହେବ ନାହିଁ ।

6- ପଦ୍ମ ଫୁଲ : ଧନତେରସ ଦିନ ମା ଲକ୍ଷ୍ମୀ ଙ୍କୁ ପ୍ରସନ୍ନ କରିବା ପାଇଁ ପଦ ଫୁଲ ନିଶ୍ଚୟ ଆଣନ୍ତୁ । ଏହା ଦ୍ଵାରା ମା ଲକ୍ଷ୍ମୀ ବହୁତ ଖୁସି ହୋଇଥାନ୍ତି ।

ଏହା ଛଡା ଧନତେରସ ଦିନ ଧନିଆ ନିଶ୍ଚୟ ଆଣନ୍ତୁ । ଏହା ଦ୍ଵାରା ମା ଲକ୍ଷ୍ମୀ ବହୁତ ଖୁସି ହୋଇଥାଏ । ଦୌଡୁଥିବା 7ଟି ଘୋଡା ର ଫୋଟୋ ଏହି ଦିନ ଆଣିଲେ ଏହା ଦ୍ଵାରା ଧନର ଅଭାବ କେବେ ବି ହେବ ନାହିଁ । ଏହାକୁ ବହୁତ ଲାଭକାରୀ ମାନା ଯାଇଥାଏ । ଏହି ସବୁ ଜିନିଷ ଧନତେରସ ଦିନ ଆଣିଲେ ମା ଲକ୍ଷ୍ମୀ ଙ୍କ ଆଶୀର୍ବାଦ ପ୍ରାପ୍ତ ହୁଏ ।

ଏହି ଦିନ ନୂଆ ଝାଡୁ ଘରକୁ ଆଣି ଦୀପାବଳି ଦିନ ପୂଜା କରିଲେ ମା ଲକ୍ଷ୍ମୀ ଙ୍କ କୃପା ଲାଭ ହୁଏ । କାରଣ ଝାଡୁ ରେ ମା ଲକ୍ଷ୍ମୀ ଙ୍କ ନିବାସ ହୋଇଥାଏ । ଏହି ଦିନ କଉଡି ଆଣି ଦୀପାବଳି ଦିନ ପୂଜା କରନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *