ଧନତେରସ ଦିନ ଘରକୁ ନେଇ ଆସନ୍ତୁ ଏହି ସବୁ ଜିନିଷ, ସାରା ବର୍ଷ ଧନର ଅଭାବ ହେବ ନାହିଁ… ଭିକାରି ବି ହୋଇଯିବେ କୋଟିପତି!

ବନ୍ଧୁଗଣ 5 ଦିନ ଯାଏଁ ପାଳିତ ହେବାକୁ ଥିବା ଦୀପାବଳିର ଏହି ପାବନ ପର୍ବ ରେ ଧନତେରସ ପର୍ବ କୁ ପ୍ରଥମେ ମାନାଯାଏ । ହିନ୍ଦୁ ପୌରାଣିକ ମାନ୍ୟତା ଅନୁଯାୟୀ ଏହି ତିଥିରେ ଭଗବାନ ଧନବନ୍ତରି ଙ୍କ ଜନ୍ମ ହୋଇଥିଲା । ଏହି ଦିନ ଭଗବାନଙ୍କୁ ପୂଜା କରିବା ଦ୍ଵାରା ଜୀବନରେ ସୁଖ, ସମୃଦ୍ଧି ଓ ଭଲ ସ୍ଵାସ୍ଥ୍ୟର କୃପା ପ୍ରାପ୍ତ ହୋଇଥାଏ । ଏହା ସହ ଏହି ଦିନ କିଣାକିଣି କରିବାର ପ୍ରଥା ମଧ୍ୟ ରହିଛି । ଏହି ଦିନ ସୁନା, ଚାନ୍ଦି, ନୂଆ ବାସନ କିନା ଯାଇଥାଏ । ଆଜି ଆମେ ଜାଣିବା ଏହି ଦିନ ଦିନ କେଉଁ ଜିନିଷ କିଣିବା ଉଚିତ ହୋଇଥାଏ ।

1- ଝାଡୁ: ଧନତେରସ ଦିନ ନୂଆ ଝାଡୁ କିଣିବା ବହୁତ ଶୁଭ ମାନାଯାଏ । ନୂଆ ଝାଡୁ ଏହି ଦିନ ପୂଜା କରି ପ୍ରୟୋଗ କରିଲେ ଘରେ ଥିବା ନେଗେଟିଭ ଊର୍ଜା ଦୂର ହୁଏ । ଘରେ ସୁଖ ସମୃଦ୍ଧିର ବାସ ହୋଇଥାଏ । ଏହି ଦିନ ଝାଡୁର ଗୁପ୍ତ ଦାନ କରିବା ଉଚିତ ।

2- ଧନିଆ : ଏହି ଦିନ ନିଶ୍ଚୟ ଧନିଆ କିଣି ଆଣନ୍ତୁ । ଦୀପାବଳି ଦିନ ଧନିଆ ପୂଜା କରି ଘରର ଚାରି ପାଖରେ ଫିଙ୍ଗି ଦେଲେ ଧନର ବୃଦ୍ଧି ହୋଇଥାଏ । 3- ଲୁଣ : ଏହି ଦିନ ଲୁଣ ମଧ୍ୟ କିଣିକି ଆଣିବା ଉଚିତ । ଘରେ ପୋଛା ଲଗାଇବା ସମୟରେ ଲୁଣ ପକାଇଲେ ଦାରିଦ୍ରତା ଦୂର ହୋଇଥାଏ ଓ ନେଗେଟିଭ ଉର୍ଜ ଦୂର ହୁଏ । ଏହି ଦିନ ଲୁଣ ଘରକୁ ଆଣିଲେ ଧନ ବଢିଥାଏ ।

4- ଗୋମତିଚକ୍ର : ଏହି ଦିନ ଗୋମତିଚକ୍ର ନିଶ୍ଚୟ ଘରକୁ ଆଣନ୍ତୁ । ଏହା ଦ୍ଵାରା ସୁଖ ସୌଭାଗ୍ୟ ଓ ସମୃଦ୍ଧିର ବୃଦ୍ଧି ହୋଇଥାଏ । ଗୋମତିଚକ୍ର ଆଣିଲେ ପରିବାର ଲୋକଙ୍କ ମଧ୍ୟରେ ଆତ୍ମବିଶ୍ଵାସ ବଢିଥାଏ ।

5- କଉଡି : କୁହାଯାଏ ଯେଉଁ ଘରେ କାଦୁଇ ଥାଏ ସେଠାରେ ମା ଲକ୍ଷ୍ମୀ ସର୍ବଦା ବାସ କରିଥାନ୍ତି । ଧନତେରସ ଦିନ 5, 7, 11 ଟି କଉଡି ଆଣି ଦୀପାବଳି ଦିନ ପୂଜା କରି ନାଲି କପଡାରେ ବାନ୍ଧି ଧନ ରଖୁଥିବା ଜାଗାରେ ରଖନ୍ତୁ । ଏହା ଦ୍ଵାରା ଧନର ବୃଦ୍ଧି ହୋଇଥାଏ ।

6- ଶ୍ରୀଯନ୍ତ୍ର : ଯେଉଁ ଘରେ ଶ୍ରୀଯନ୍ତ୍ର ଥାଏ ବା ନିୟମିତ ପୂଜା ହୋଇଥାଏ ସେଠାରେ ଧନର ଅଭାବ ହୋଇ ନ ଥାଏ । ଧନତେରସ ଦିନ ଶ୍ରୀଯନ୍ତ୍ର କିଣି ଆଣିଲେ ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୁଏ ।

7- ସାତମୁଖୀ ରୁଦ୍ରାକ୍ଷ : ଏହି ଦିନ ରୁଦ୍ରାକ୍ଷ ଆଣି ବିଧି ବିଧାନ ଅନୁଯାୟୀ ପୂଜା କରାଯାଏ ତେବେ ଘରେ ସମସ୍ଯା କଷ୍ଟ ଦେଖାଯାଏ ନାହିନ । କି ଅକାଳ ମୃତ୍ୟୁର ଭୟ ନ ଥାଏ ।

8- ମାଟି ଦୀପ : ଧନତେରସ ଦିନ 13ଟି ମାଟି ଦୀପ ଜାଳିଲେ ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥାଏ । ଗରିବ ଲୋକଙ୍କୁ ମାଟି ଦୀପ ଦାନ ମଧ୍ୟ କରନ୍ତୁ ।

9- ମା ଲକ୍ଷ୍ମୀ ଓ ଗଣେଶଜୀଙ୍କ ମୂର୍ତ୍ତି : ଏହା ଆଣି ଘରେ ସ୍ଥାପନ କରିବା ଦ୍ଵାରା ଈଶ୍ବରଙ୍କ କୃପା ପ୍ରାପ୍ତ ହୋଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *