ବୃହସ୍ପତି ଚଳିଲେ ମକର ରାଶିକୁ କଣ ରହିବ ୧୨ଟି ରାଶି ଉପରେ ଏହାର ପ୍ରଭାବ- ଜାଣନ୍ତୁ

ଗୁରୁ ଗ୍ରହ ଧନୁ ଓ ମୀନ ରାଶି ସ୍ଵାମୀ ଅଟନ୍ତି, ଉଜ୍ଜେନ ଜ୍ୟୋତିଷ ଆଚାର୍ଯ୍ୟ ଅନୁଯାଇ ଦେବ ଗୁରୁ ବୃହସ୍ପତି ହଳଦିଆ ରଙ୍ଗ ର ହୋଇଥାନ୍ତି । ତାଙ୍କ ମୁଣ୍ଡ ଉପରେ ସୁନା ମୁକୁଟ ଓ ଗଳା ରେ ମାଳ ଅଟେ, ସେ ହଳଦିଆ ରଙ୍ଗ ବସ୍ତ୍ର ଧାରଣ କରନ୍ତି ଓ ପଦ୍ମ ତାଙ୍କ ଆସନ ଅଟେ ଯାହା ଉପରେ ସେ ବିରାଜମାନ ରୁହନ୍ତି । ତାଙ୍କର ୪ଟି ହାତ ଅଛି ଯେଉଁଥିରେ ଦଣ୍ଡ, ରୁଦ୍ରାକ୍ଷ ମାଳା, ପାତ୍ର ଓ ୱରଦମୁଦ୍ରା ଅଟେ, ତେବେ ଆସନ୍ତୁ ଜାଣିବା ଗୁରୁଙ୍କ ପ୍ରଭାବ ବିଷୟରେ କିଛି ବିଶେଷ କଥା ।

Image Courtesy: Google

ସବୁ ୧୨ଟି ରାଶିଙ୍କ ଉପରେ ଗୁରୁ ଗ୍ରହ ପ୍ରଭାବ :

ଗୋଚରରେ ବୃହସ୍ପତିଙ୍କ ରାଶି ପରିବର୍ତ୍ତନ ହେତୁ ମେଷ, କନ୍ୟା, ବିଛା, ଧନୁ, ମକର ଓ ମୀନ ରାଶି ପାଇଁ ସମୟ ଅତ୍ୟନ୍ତ ଶୁଭକାରୀ ଅଟେ, ଏହି ଲୋକଙ୍କୁ ଭାଗ୍ୟର ସାହାଯ୍ୟ ପ୍ରାପ୍ତ ହବ ଓ ଧନ ଲାଭ ମଧ୍ୟ ପ୍ରାପ୍ତ ହବ । କର୍ମରେ ଉନ୍ନତି, ବ୍ୟବସାୟରେ ଲାଭ, ପରିବାରରେ ହସ ଖୁଶିର ବାତାବରଣ ସହ ଆପଣଙ୍କ ଜୀବନରେ କିଛି ବଡ ଖୁଶିର ସମୟ ମଧ୍ୟ ଆସିବ ।

Image Courtesy: Google

ମିଥୁନ, ସିଂହ, ତୁଳା ଏବଂ କୁମ୍ଭ ରାଶି ଲୋକଙ୍କ ପାଇଁ ସମୟ ସାବଧାନ ହୋଇ ରହିବା ଉଚିତ, ଧ୍ୟାନ ରଖନ୍ତୁ, ଆପଣମାନଙ୍କୁ କିଛି ଅସୁବିଧାର ସମ୍ମୁଖୀନ କରିବାକୁ ପଡିପାରେ । ବୃଷ ଓ କର୍କଟ ରାଶି ଲୋକଙ୍କ ଉପରେ ଏହି ଗ୍ରହ ସାମାନ୍ୟ ପ୍ରଭାବ ପକେଇବ, ଏହି ରାଶି ଜାତକ ଲୋକଙ୍କୁ ନିଜ ପରିଶ୍ରମ ଅନୁଯାଇ ଫଳ ପ୍ରାପ୍ତ ହବ ।

Image Courtesy: Google

ଗୁରୁ ଅଶୁଭ ପ୍ରଭାବ ଠାରୁ ବଞ୍ଚିବା ପାଇଁ ଏହି କାମ କରିବା ଉଚିତ ଅଟେ :

ଗୁରୁ ଗ୍ରହ ପ୍ରାୟତଃ ଗୋଟେ ରାଶି ରେ ୧୩ ମାସ ପାଇଁ ବିରାଜମାନ ହୋଇଥାନ୍ତି, କେବେ କେବେ ଏହା ବକ୍ରୀ କାରଣ ପାଇଁ କମ ବା ଅଧିକ ସମୟ ପାଇଁ ରୁହନ୍ତି । ଏହି ଗ୍ରହ ମହାଦଶା ୧୬ ବର୍ଷ ପାଇଁ ହୋଇଥାଏ, ଏହି ଗ୍ରହ ଅଶୁଭ ପ୍ରଭାବ କମ କରିବା ପାଇଁ ଗୁରୁବାର ଦିନ ହଳଦିଆ ବସ୍ତ୍ର, ହଳଦୀ, ଘିଅ, ଅନ୍ନ ଦାନ କରିବା ଉଚିତ ଅଟେ । ଗୁରୁ ମଂତ୍ର ଊଁ ବୃଂ ବୃହସ୍ପତୟେ ନମଃ ଜପ କରନ୍ତୁ, ଗୁରୁବାର ଦିନ ତମ୍ବା ଲୋଟା ରେ କେସର ମିଶ୍ରିତ ଜଳ ଶିବଲିଙ୍ଗ ଉପରେ ଢାଳନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *