ରିସର୍ଚରୁ ଜଣା ପଡିଲା କରୋନା ବିଷୟରେ ବଡ କଥା, ସିଗ୍ରେଟ ପିଇବା ଲୋକଙ୍କ ପାଇଁ ଅଧିକ ବିପଦ

କରୋନା ଭାଇରସ ପୁରା ଦୁନିଆରେ ବ୍ୟାପୀ ଯାଇଛି ଏହା ବାହାରିଲା ପରେ ଲୋକଙ୍କୁ ବହୁତ ପ୍ରକାର ଅସୁବିଧା ହେଉଛି କିନ୍ତୁ ବହୁତ ପ୍ରକାର ରିସର୍ଚ ମଧ୍ୟ କରା ଯାଇଛି, ଏହି ଅଧ୍ୟୟନ ଗୁଡିକ କରା ଯାଉଛି କାହିଁକିନା ସମୟରେ ଏହି ଭାଇରସ କୁ ଅଟକେଇବା ପାଇଁ କିଛି ରାସ୍ତା ମିଳି ଯାଉ । ପୁରା ଦୁନିଆରେ ଏପର୍ଯ୍ୟନ୍ତ ୮ ଲକ୍ଷ ଠାରୁ ଅଧିକ ଲୋକଙ୍କୁ ଏହି ସଂକ୍ରମଣ ବ୍ୟାପୀ ଯାଇଛି । ୪୨ ହଜାର ଠାରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଯାଇଛି ।

ଭାରତରେ ମଧ୍ୟ କରୋନା ସଂକ୍ରମଣ ହୋଇଯାଇଛି ଯାହା ଦେଶକୁ ହାନି କରୁଅଛି ଓ ଏହାକୁ ଅଟକେଇବା ପାଇଁ ପିଏମ ମୋଦୀ ୨୧ ଦିନ ପାଇଁ ଲକଡାଉନ କରିଛନ୍ତି ।

 

ତେବେ ୟୁରୋପିଅନ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଏଣ୍ଡ ପ୍ରେଭେନ୍ସନ ଅନୁଯାଇ ଧୂମ୍ରପାନ କରୁଥିବା ଲୋକଙ୍କୁ କରୋନା ସଂକ୍ରମଣ ଅଧିକ ହୋଇଥାଏ କିଛି ଅନ୍ୟ ରିପୋର୍ଟରେ ମଧ୍ୟ ଏହି କଥା କୁହା ଯାଇଛି । ଆପଣମାନେ ସମସ୍ତେ ଏହି କଥା ଜାଣିଛନ୍ତି ଯେ ଧୂମ୍ରପାନ କରିବା ଆପଣଙ୍କ ଲଙ୍ଗସ୍ ଉପରେ ଖରାପ ପ୍ରଭାବ ପକାଇ ଥାଏ, କରୋନା ଭାଇରସ ବିଷୟରେ ବିଶେଷଜ୍ଞ କହିବା ଅନୁଯାଇ ଏହି ସଂକ୍ରମଣ ଆମ ଲଙ୍ଗସ୍ ରେ ପହଞ୍ଚି ଥାଏ ଓ ନିଶ୍ଵାସ ନବାରେ ଅସୁବିଧା କରିଥାଏ ।

 

ଲଙ୍ଗସ୍ ରେ ପହଞ୍ଚି ଏହା ଆମ ଶରୀର ରକ୍ତ ପ୍ରବାହ ଉପରେ ପ୍ରଭାବ ପକାଇଥାଏ ଓ ରକ୍ତକୁ ଅଲଗା ଅଙ୍ଗ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଅଟକେଇଥାଏ । ଏମିତି ପରିସ୍ଥିତି ରେ ଲଙ୍ଗସ୍ ଦୁର୍ବଳ ହବା ମନୁଷ୍ୟ ପାଇଁ ବହୁତ ଘାତକ ଅଟେ ଏମିତି ଲୋକଙ୍କୁ ସଂକ୍ରମଣ ଖୁବ ଶୀଘ୍ର ହୋଇଥାଏ ଯଦି ଆପଣଙ୍କ ଲଙ୍ଗସ୍ ମଜବୁତ ହବ ତେବେ ଆପଣଙ୍କୁ ଏହି ସଂକ୍ରମଣ ଅଧିକ ଆଘାତ କରିବ ନାହିଁ, ୟୁରୋପିଅନ ୟୁନିଅନ ହେଲ୍ଥ ଏଜେନ୍ସି ରିପୋର୍ଟ ଅନୁଯାଇ ଧୂମ୍ରପାନ କରୁଥିବା ଲୋକଙ୍କ ଶରୀର ସଂବେଦନ ଶୀଳ ହୋଇଥାଏ ଯାହା ଗମ୍ଭୀର ରୋଗ ସମ୍ଭାଳି ପାରେ ନାହିଁ ।

 

ସେଥିପାଇଁ ଧୂମ୍ରପାନ କରନ୍ତୁ ନାହିଁ ଏହା ଛଡା ପୌଷ୍ଟିକ ଖାଦ୍ୟ ଖାଇବା ପାଇଁ ଚେଷ୍ଟା କରନ୍ତୁ, ଧୂମ୍ରପାନ କରୁଥିବା ଲୋକଙ୍କ ସଂକ୍ରମଣ ହେଲା ପରେ ଭଲ ହବା ବହୁତ କଷ୍ଟକର ହୋଇଯାଉଛି । ୟୁରୋପିଅନ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଏଣ୍ଡ ପ୍ରିଭେନ୍ସନ ଅନୁଯାଇ ଧୂମ୍ରପାନ କରୁଥିବା ଲୋକରେ କରୋନା ଭାଇରସ ସଂକ୍ରମଣ ବହୁତ ଶୀଘ୍ର ହବାର ଲକ୍ଷଣ ଥାଏ ।

Leave a Reply

Your email address will not be published. Required fields are marked *