ନବରାତ୍ରିର ଅନ୍ତିମ ଦିନ ମା’ଙ୍କର ଏହି ଉପାୟ କରନ୍ତୁ- ଆପଣଙ୍କ ପରିବାରକୁ କୌଣସି ସଙ୍କଟ ଛୁଇଁବି ପାରିବନି

ଏବେ ବାସନ୍ତିକ ନବରାତ୍ରି ଚାଲିଛି ଓ ସମସ୍ତେ ମାଙ୍କ ଆରାଧନା କରିବାରେ ଲାଗିଛନ୍ତି । ତେବେ ଆମେ ଆପଣଙ୍କୁ ନବରାତ୍ରି ଅନ୍ତିମ ଦିନ ବିଷୟରେ କିଛି ବିଶେଷ ଉପାୟ କରିବା ପାଇଁ କହିବାକୁ ଯାଉଛୁ ଯାହା ଆପଣଙ୍କ ପାଇଁ ବହୁତ ଲାଭକାରୀ ରହିବ । କେତେ ଲୋକ ମାଙ୍କ ଭକ୍ତି ରେ ୯ ଦିନ ଓପାସ ରଖନ୍ତି ତେବେ କେହି ନିଜ ପାଦୁକା ନବରାତ୍ରି ସମୟ ପାଇଁ ତ୍ୟାଗ କରନ୍ତି । ତେବେ ଆଜି ଆମେ ଆପଣଙ୍କୁ ଅଲଗା କିଛି ଉପାୟ କହିବାକୁ ଯାଉଛୁ ।

ନବରାତ୍ରି ହିନ୍ଦୁ ଧର୍ମ ଅନୁଯାଇ ବହୁତ ବଡ ପର୍ବ ଏହାକୁ ଲୋକ ବହୁତ ଧୂମ ଧାମ ସହ ପାଳନ କରନ୍ତି ତେବେ ଏହି ସମୟ ରେ ଲୋକ ମା ଦୂର୍ଗାଙ୍କୁ ପୂଜା କରନ୍ତି ଓ ତାଙ୍କୁ ନିଜ ଦୁଃଖ ସୁଖ ସବୁ ବିଷୟରେ କୁହନ୍ତି ଓ ମନ ଧ୍ୟାନ ଦେଇ ପୂଜା କରନ୍ତି ।

 

ତେବେ ଆସନ୍ତୁ ଆପଣଙ୍କୁ ଏହି ଉପାୟ ବିଷୟରେ କହିବା ଯାହା ଦ୍ଵାରା ଆପଣ ମାଁ ଦୂର୍ଗାଙ୍କୁ ପ୍ରଶନ କରି ପାରିବେ :

୧. ଯଦି ଆପଣଙ୍କ ସ୍ଵାମୀ ଉପରେ ସବୁବେଳେ ଅସୁବିଧା ରହୁଛି ତେବେ ବିବାହିତା ମହିଳାଙ୍କୁ ଏହି ଉପାୟ କରିବା ଅତି ଆବଶ୍ୟକ ଅଟେ । ତେବେ ଗୋଟେ ନାଲି ଚୂନରୀ ଆଣନ୍ତୁ ଏହା ପରେ ବିବାହିତା ମହିଳାଙ୍କ ଶୃଙ୍ଗାର ଜିନିଷ ଯେମିତିକି ସିନ୍ଦୁର ଅଳତା, ବିନ୍ଦି, ମେହେନ୍ଦି ଇତ୍ୟାଦି ଜିନିଷ ସେହି ଚୂନରୀରେ ବାନ୍ଧି ଦିଅନ୍ତୁ ।

ଏହା ପରେ ସେହି ଚୂନରୀ ନିଜ ସ୍ଵାମୀ ଉପରୁ ୯ ଥର ବୁଲେଇ ଆଣନ୍ତୁ ଏହା ପରେ ସେହି ଚୂନରୀ ନେଇ ପାଖ ଦୂର୍ଗା ମନ୍ଦିରକୁ ଯାଆନ୍ତୁ ଓ ଗୋଟେ କଣ ରେ ବାନ୍ଧି ଦିଅନ୍ତୁ ଏହା ପରେ ମା ପାଖରେ ଆସି ପୂଜା ଅର୍ଚନା କରନ୍ତୁ ଓ ଗୋଟେ ନଡିଆ ଭୋଗ କରନ୍ତୁ ଏହା ମନେ ରଖନ୍ତୁ ଯେ ସେହି ଭୋଗ ନଡିଆ ସମ୍ପୂର୍ଣ ଆପଣଙ୍କ ସ୍ଵାମୀ ଖାଇବେ ଅନ୍ୟ କେହି ଏହାକୁ ଖାଇବେ ନାହିଁ । ଏହା ଦ୍ଵାରା ଆପଣଙ୍କ ସ୍ଵାମୀଙ୍କ ସବୁ କଷ୍ଟ ଦୂର ହୋଇଯିବ ।

୨. ନିଜ ସମ୍ପୂର୍ଣ ପରିବାର ପାଇଁ ଏହି ଉପାୟ କରିବା ଆବଶ୍ୟକ ଅଟେ, ଶୁକ୍ରବାର ଦିନ ଘରେ ମାତାରଣୀ ଭଜନ ଆୟୋଜନ କରନ୍ତୁ ଏହି ପୂଜା ରେ ଆପଣଙ୍କ ସମସ୍ତ ପରିବାର ଲୋକଙ୍କୁ ବସିବା ପାଇଁ କୁହନ୍ତୁ, ଏହା ପରେ ଭଜନ ସମାପ୍ତ ପରେ ୯ଟି କନ୍ୟାଙ୍କୁ ଖାଇବା ପାଇଁ ଦିଅନ୍ତୁ ଏହା ସହ ଗୋଟେ ବ୍ରାହ୍ମଣଙ୍କୁ ପେଟ ଭର୍ତି ଭୋଜନ କରାନ୍ତୁ, ଏହା ପରେ ନିଜ ଘର ଲୋକଙ୍କୁ ଭୋଜନ ଦିଅନ୍ତୁ ଓ ଯାହା ବଞ୍ଚିଚି ସେହି ଖାଦ୍ୟ ଭିକାରିକୁ ଦେଇ ଦିଅନ୍ତୁ । ପ୍ରତି ମାସ ରେ ଥରେ ଏହି ଉପାୟ କରନ୍ତୁ ଏହା ଆପଣଙ୍କ ପରିବାର ପାଇଁ ସୁରକ୍ଷା କବଚ ଭଳି କାମ କରିଥାଏ ଓ ମା ଦୂର୍ଗାଙ୍କ ଆଶୀର୍ବାଦ ଆପଣଙ୍କ ଘର ପରିବାର ଲୋକଙ୍କ ଉପରେ ସଦେବ ରହିବ ।

Leave a Reply

Your email address will not be published. Required fields are marked *