ବିବାହର କେବଳ ତିନିଦିନ ଭିତରେ ହିଁ ପ୍ରେମୀ ଯୋଡି କଲେ ଆତ୍ମହତ୍ୟା ,କାରଣ ଚମକାଇ ଦେବ

ତେଲଙ୍ଗାନାରେ ଏକ ପ୍ରେମୀ ଯୋଡି ବିବାହର କେବଳ ତିନିଦିନ ଭିତରେ ହିଁ ଆତ୍ମହତ୍ୟା କରିବାର ଘଟଣା ସାମ୍ନାକୁ ଆସିଛି । ପୋଲିସ କହିଛି କି ଯାଦଦ୍ରି ଭୋଗିର ଜିଲ୍ଲାରେ ରହୁଥିବା ଯୋଡି ବିବାହର ତିନିଦିନ ଭିତରେ ଆତ୍ମହତ୍ୟା କରିଛନ୍ତି ,କାରଣ ତାଙ୍କୁ ଡର ଥିଲା କି ତାଙ୍କ ବିବାହକୁ ତାଙ୍କ ପରିବାର ଲୋକ ସ୍ଵୀକାର କରିବେ ନାହିଁ । ବାଳିଗୋଡା ବ୍ଲକର ଜଗରେଡ୍ଡିପଲ୍ଲି ଗାଁର ୨୩ବର୍ଷର ଆଲାକୁନ୍ତା ସ୍ଵାମୀ ଏବଂ ୧୯ବର୍ଷର ଶିବାରାତ୍ରି ଉମା ରାନୀ ସମ୍ପର୍କୀୟ ଅଟନ୍ତି ।

ଏହି ଦୁଇଜଣ ଗୋଟେ ଦିନ ରାତିରେ ଭୋଗିରରେ ଏକ ହୋଟେଲ କୁ ଗଲେ ଏବଂ ବିଷ ଖାଇ ଆତ୍ମହତ୍ୟା କଲେ । ଏହି ଖବର ପୋଲିସ ଅଧିକାରୀ ଦେଇଛନ୍ତି ।

ଭୋଗିର ପୋଲିସ ଇଂଶ୍ପେଟର ପି କାଶି ରେଡି ହିନ୍ଦୁସ୍ଥାନ ଟାଇମ୍ସରେ କହିଛନ୍ତି କି ସକାଳେ ହୋଟେଲର ଷ୍ଟାଫ ଦେଖିଲେ କି ସେ ଦୁଇଜଣ ଅଚେତ ଅବସ୍ଥାରେ ବେଡ ଉପରେ ପଡିଛନ୍ତି । ଏହାପରେ ସେ ଆମକୁ ସୂଚନା ଦେଲେ । ଇଂସ୍ପେକ୍ଟର ଆଗକୁ କହିଛନ୍ତି କି ଏହାପରେ ଆମେ ତାଙ୍କୁ ହସ୍ପିଟାଲରେ ଭର୍ତି କରିଲୁ ,ଯେଉଁଠାରେ ସ୍ଵାମୀକୁ ମୃତ ବୋଲି ଘୋଷଣା କରାଗଲା ,କିନ୍ତୁ ଉମା ରାନୀ ଜୀବନ ସହିତ ଲଢୁଥିଲେ । ତାଙ୍କୁ ତୁରନ୍ତ ହାଇଦ୍ରାବାଦର ଗାନ୍ଧୀ ହସ୍ପିଟାଲକୁ ସିଫ୍ଟ କରାଗଲା ,କିନ୍ତୁ ପରେ ସେ ବି ମରିଗଲେ ।

ପି କାଶି ରେଡିଙ୍କ ଆନୁସାରେ ,ସ୍ଵାମୀ ଏବଂ ଉମା ରାନୀ କିଛି ସମୟରୁ ପ୍ରେମରେ ଥିଲେ । ଦୁଇଜଣ ସମାନ ଜାତିର ଥିଲେ ଏବଂ ସେମାନେ ସମ୍ପର୍କୀୟ ବି ଥିଲେ । ତାଙ୍କ ମାତାପିତା ଏବଂ ତାଙ୍କ ପରିବାର ଭିତରେ ବିବାଦର କାରଣରୁ ତାଙ୍କ ବିବାହକୁ ନେଇ ସହମତ ନଥିଲେ । ୧୬ ଫେବୃୟାରୀ ରେ ପ୍ରସିଦ୍ଧ ଯାଦଗିରିଗୁଟ୍ଟା ମନ୍ଦିରରେ ଦୁଇଜଣ ବିବାହ କରିଥିଲେ ।

ପରେ ସେମାନେ ମେଧାଚଳ ଜିଲ୍ଲାର ତହତ ଘାଟକେସର ପୋଲିସଙ୍କ ସହିତ ଯୋଗାଯୋଗ କଲେ ଏବଂ ତାଙ୍କ ଠାରୁ ସୁରକ୍ଷା ମାଗିଥିଲେ । ପୋଲିସ ତାଙ୍କ ମାତାପିତାଙ୍କୁ ସୂଚନା ଦେଲେ । ପ୍ରେମୀ ଯୋଡି ନିଜର ଜୀବନକୁ ଶେଷ କରିଦେବାର ନିଷ୍ପତ୍ତି ନେଲେ ,କାରଣ ତାଙ୍କୁ ଡର ଥିଲା କି ତାଙ୍କ ମାତାପିତା ତାଙ୍କ ବିବାହକୁ ସ୍ଵୀକାର କରିବେ ନାହିଁ ଏବଂ ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିବେ । ପୋଲିସ ମାମଲା ଦର୍ଜ କରିଛି । ଆତ୍ମହତ୍ୟା ସବୁ ସମସ୍ୟାର ସମାଧାନ ନୁହେଁ ।

Leave a Reply

Your email address will not be published. Required fields are marked *