ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ହିନା ରବାନୀ ଧାରା ୩୭୦ ଉଚ୍ଛେଦ ପରେ ଦେଲେ ବଡ ବୟାନ- କହିଲେ ବିଜେପି

ବର୍ତ୍ତମାନ ଚର୍ଚ୍ଚାର ବିଷୟ କଣ ଏହା ତ ଆପଣ ମାନେ ଜାଣିଥିବେ, ଧାରା ୩୭୦ ।  ଭାରତୀୟ ଜନତା ପାର୍ଟିର ଏହି ବଡ ପଦକ୍ଷପ ପାକିସ୍ତାନକୁ ଦୋହେଲେଇ ଦେଇଛି । ଆମ ଦେଶର ବିରୋଧୀ ଦଳର ନେତା ଯେମିତି ଏହି କଥାକାଉ ନେଇ ଅନେକ ମନ୍ତବ୍ୟ ଦେଉଛନ୍ତି ସେମିତି ପଡୋଶୀ ଦେଶର ପ୍ରତିକ୍ରିୟା ମଧ୍ୟ କିଛି କମ ନୁହେଁ । ତେବେ ସେମାନେ ଏମିତି ବି କେବେ ଆମ ସରକାର ଙ୍କ କଥାକୁ ସମର୍ଥନ କରନ୍ତି ନାହିଁ । ଏହି ଘଟଣା ପରେ ସମସ୍ତ ପାକିସ୍ତାନୀ ମନ୍ତ୍ରୀ ମାନେ ତାଙ୍କର ମନ୍ତବ୍ୟ ଦେବା ଆରମ୍ଭ କରିସାରିଲେଣି ।

ତେବେ ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ହିନା ରବାନୀ ମଧ୍ୟ ଏହି  ୩୭୦ଧାରା ଉଚ୍ଛେଦ ହେବା ପରେ ନିଜର ମୁହଁ ଖୋଲିଛନ୍ତି । ସେ ପାକିସ୍ତାନ ନ୍ୟୁଜ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ଓ ନିଜ ଟ୍ବିଟରରେ ବିଜେପି ବିରୋଧରେ ଏକ ବଡ଼ ବୟାନ ରଖିଛନ୍ତି ।

ହିନା ରବ୍ବାନୀ ବିଜେପି ସରକାରକୁ ଏହି ନିଷ୍ପତ୍ତି ପାଇଁ ବିରୋଧ କରିଛନ୍ତି । ହିନା ନିଜ ଟ୍ବିଟରରେ ଭାରତକୁ ଔପନିବେଶିକବାଦୀ ବୋଲି ଦର୍ଶାଇ କହିଛନ୍ତି ଯେ ମୋଦି ଭାରତକୁ ପରିବର୍ତ୍ତନ କରିଛନ୍ତି । ବିଜେପି ନିଜ ଏଜେଣ୍ଡା ପାଇଁ କ୍ଷମତା ଓ ଶାସନର ଅପବ୍ୟବହାର କରୁଛି ।

ତେବେ ମୋଦି ସରକାର ଜାମ୍ମୁ କାଶ୍ମୀରକୁ କେନ୍ଦ୍ର ଶାସିତ ପ୍ରଦେଶ ଘୋଷଣା କରିଛନ୍ତି । ଏହା ସହ କାଶ୍ମୀରକୁ ବିଶେଷ ରାଜ୍ୟର ମାନ୍ୟତା ଦେଇ ୩୭୦ଧାରା ଏବଂ ୩୫ଏ କୁ ଉଚ୍ଛେଦ କରିଛନ୍ତି । ଏହା ରାଜ୍ୟସଭା ଓ ଲୋକସଭାରେ ସବୁଜ ସଙ୍କେତ ପାଇଛି ।

 

ଏହି ନିଷ୍ପତ୍ତି ପରେ ପାକିସ୍ତାନ ଉତ୍ତେଜିତ ହୋଇଯାଇଛି । ଏବଂ ବର୍ତ୍ତମାନ ସମଝୋତା ଟ୍ରେନ କୁ ବାତିଲ କରିଛି ।  ପାକିସ୍ତାନର ସମସ୍ତ ମନ୍ତ୍ରୀ ଭାରତର ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି । ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଏହି ନିଷ୍ପତ୍ତି ପାଇଁ ମିଳିତ ଜାତିସଙ୍ଘର ସହାୟତା ନେବାକୁ ଧମକ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *