ଧରା ପଡିଲା Pak ରୁ ଆସିଥିବା ଆତଙ୍କବାଦୀ! ବଖାଣିଲା ପାକିସ୍ଥାନ ର ଭୟଙ୍କର ଷଡଯନ୍ତ୍ର ! ଦେଖନ୍ତୁ Video କଣ କହୁଛି ସେ…

ନମସ୍କାର ବନ୍ଧୁଗଣ । ନିଜର ସୁସାଇଟ ମିସନ ସମ୍ପର୍କରେ କ୍ୟାମେରା ଆଗରେ ବଖାଣିଛି ଆତଙ୍କବଦୀ । ଆତଙ୍କବଦୀ କହିଛି ମୋତେ ୩୦ ହଜାର ପାକିସ୍ତାନୀ ମୁଦ୍ରା ଦେଇ ଭାରତୀୟ ସେନକୁ ଟାର୍ଗେଟ କରିବାକୁ ପଠାଇଥିଲେ ପାକିସ୍ତାନର ଚୌଧୁରୀ ୟୁନୁସ । ପାକ ଅଧିକୃତ କାଶ୍ମୀର ରୁ ଆସୁଥିବା ଆତଙ୍କବାଦୀ ତବ୍ରକ ହୋସେନ ଙ୍କୁ ଗତ ୨୧ରେ ଅନୁ ପ୍ରବେଶ ଉଦ୍ୟମ ବେଳେ ଏଲଓସି ନିକଟରେ ଧରିଥିଲା ଭାରତୀୟ ସେନା । ଜାମୁ କାଶ୍ମୀର ସେକ୍ଟର ନୌସେନାରେ ସେ ଗୁରୁତର ଅବସ୍ଥାରେ ଧରା ପଡିଥିଲା । ତାକୁ ଭାରତୀୟ ସେନା ପକ୍ଷରୁ ଚିକିତ୍ସା କରାଯାଉଛି ।

ତବ୍ରକ ହୋସେନଙ୍କ ଘର ପିଓକେ ଅଧିନସ୍ଥ ସବସକୋଟ ହୋଇଥିବା ବେଳେ ସେ ପୂର୍ବରୁ ୨୦୧୬ରେ ଏଲଓସି ଡେଇଁ ଭାରତ ଆସିଥିବା କହିଛି । ତାକୁ ଚିକିତ୍ସ କରୁଥିବା ସେନା ଡାକ୍ତର ବ୍ରିଗେଡିଅର ରାଜୀବ ନାୟକ କହିଛନ୍ତି ଯେ ତବ୍ରକର ଜଙ୍ଘ ଓ କାନ୍ଧରେ ୨ଟି ଗୁଳି ଲାଗି ଥିବାରୁ ତାର ଶରୀରକୁ ପ୍ରଚୁର ରକ୍ତ ବାହାରିଥିଲା ।

ତାକୁ ବଞ୍ଚିବା ପାଇଁ ସର୍ଜରୀ କରା ଯାଇଥିବା ସହ ୩ ବୋତଲ ବିରଳ O ନେଗେଟିଭ ଗ୍ରୁପର ରକ୍ତ ମଧ୍ୟ ଦିଆଯାଇଛି । ଏବେ ସେ ସେନା ହସ୍ପିଟାଲ ଆସିୟୁ ରେ ଅଛି ଆଉ ତାର ସ୍ୱାସ୍ଥ୍ୟ ଅବସ୍ଥା ଠିକ ଅଛି । ସେ ଯେଉଁ ଭାରତୀୟ ସେନାଙ୍କ ରକ୍ତ ବୁହାଇବାକୁ ଆସିଥିଲା ସେହି ଭାରତୀୟ ସେନା ତାକୁ ରକ୍ତ ଦେଇ ତାର ଜୀବନ ବଞ୍ଚାଇଛନ୍ତି ବୋଲି କହିଛନ୍ତି ବ୍ରିଗେଡିଅର ନାୟକ ।

ଅନ୍ୟ ପକ୍ଷରେ ଗତ ୪୮ ଘଣ୍ଟା ମଧ୍ୟରେ ଦୁଇଟି ବଡ ବଡ ଅନୁପ୍ରବେଶ ରୋକା ଯାଇଥିବା ସେନା ପକ୍ଷରୁ କୁହାଯାଇଛି । ଏଥିୟରେ ୨ ଜଣ ଅନୁପ୍ରବେଶକାରି ପ୍ରାଣ ହରାଇଛନ୍ତି, ବନ୍ଧୁକ, ଗୁଳି ଓ ପାକିସ୍ତାମୀ ମୁଦ୍ରା ଆସି ଜବତ କରା ଯାଇଛି । ଧରା ପଡିଥିବା ଆତଙ୍କବାଦୀ ତବ୍ରକ ୨୦୧୬ରେ ଅନୁପ୍ରବେଶ କରି ଧରା ପଡିଥିଲା ଓ ୨୦୧୭ରେ ମାନବିକତା ଦେଖାଇ ତାକୁ ଭାରତ-ପାକିସ୍ତାନକୁ ପଠାଇଥିଲା ବୋଲି ସେନା ତରଫରୁ କୁହାଯାଇଛି ।

ତବ୍ରକର ଏବେ ଚିକିତ୍ସା ଚାଲିଛି ଆଉ ସେଠାରେ ତାକୁ ଗଣମାଧ୍ୟମ ପ୍ରତିନିଧି ଅନେକ ପ୍ରଶ୍ନ ପଚାରୁଛନ୍ତି ଆଉ ସେ ସବୁ ସତ କଥା କହୁଛି ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଚୌଧୁରୀ ୟୁନିସ ଆର୍ମୀ ରେ ଅଛନ୍ତି ପାକିସ୍ତାନ ରେ ବୋଲି ତବ୍ରକ କହିଛନ୍ତି ।

ଗଣ ମାଧ୍ୟମରେ ତାଙ୍କୁ ପ୍ରଶ୍ନ ପଚାର ଯାଉଛି ଯେବେ ଗୁଳି ବାଜିଲା କିଏ ବଞ୍ଚିଲା ତୁମକୁ ଉତ୍ତରରେ ସେ କହିଛନ୍ତି ଭାରତୀୟ ସେନା ମାନେ । ୟୁନୁସ ତବ୍ରକ ଙ୍କୁ ୨୫ରୁ ୩୦ ହଜାର ଟଙ୍କା ଦେଇ ଭାରତୀୟ ସେନା ଙ୍କ ଉପରେ ଆକ୍ରମଣ କରିବାକୁ କହିଥିଲା ବୋଲି ତବ୍ରକ କହିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *