ଧନର ଅଭାବ ହେଉଛି କି ? କାର୍ତ୍ତିକ ମାସରେ ରଖି ଦିଅନ୍ତୁ ଏହି ସ୍ଥାନରେ ତୁଳସୀପତ୍ର- ଆଜିର ଅନୁଚିନ୍ତା

ବନ୍ଧୁଗଣ ଭଗବାନ ବିଶୁଣୁଙ୍କର ଏହି ପ୍ରିୟ କାର୍ତ୍ତିକ ମାସରେ ବ୍ରତ, ଉପବାସ, ତପ ଦ୍ଵାରା ମୁକ୍ତି ପ୍ରାପ୍ତ ହୋଇଥାଏ । କାର୍ତ୍ତିକ ମାସରେ ଈଶ୍ବରୀୟ ଶକ୍ତି ମଧ୍ୟ ଶକ୍ତିଶାଳୀ ହୋଇଥାଏ । ଏହି ମାସରେ ଭଗବାନ ବିଶୁଣୁ ଯୋଗ ନିଦ୍ରା ରୁ ଉଠି ସଂସାର ରେ ଆନନ୍ଦ ଓ କୃପାର ବର୍ଷା କରିଥାନ୍ତି । ଆସନ୍ତୁ ଜାଣିବା କିଛି ଅନୁଚିନ୍ତା ବିଷୟରେ ।

1- କାର୍ତ୍ତିକ ମାସରେ ତୁଳସୀ ପୂଜା, ରୋପଣ ଓ ତୁଳସୀ ପତ୍ର ଖାଇବା ଉପରେ ବିଶେଷ ଗୁରୁତ୍ଵ ଦିଆଯାଇଛି । ଏହି ମାସରେ ତୁଳସୀ ପୂଜା କରିଲେ ବିବାହରେ ଆସୁଥିବା ବାଧା ଦୂର ହୁଏ ।

2- ଏହି ମାସରେ ସବୁଠୁ ମହତ୍ବପୂର୍ଣ୍ଣ ଦାନ ହେଉଛି ଦୀପ ଦାନ କରିବା । ଏହି ମାସରେ ନଦୀ, ପୋଖରୀ ବା ଘରର କୌଣସି ଦିଗରେ ଦୀପ ଜଳାଇବା ଉଚିତ । ଏହା ଦ୍ଵାରା ଶୁଭ ଫଳ ପ୍ରାପ୍ତ ହୁଏ ।

3- କାର୍ତ୍ତିକ ମାସରେ ଭୂମିରେ ଶୋଇବା ଏକ ଜରୁରୀ ନିୟମ ଭାବେ ବିବେଚନା କରାଯାଏ । ଏହା ଦ୍ଵାରା ଶୁଦ୍ଧତା ର ଭାବନା ଆସିଥାଏ ଓ ରୋଗ ବ୍ୟାଧି ଡିଉ ହୁଏ ।

4- ଏହି ମାସରେ ଶରୀରରେ ତେଲ ଲଗାଇବା ନିଷେଧ ଅଟେ । ଏହି ମାସରେ କେବଳ ନାରକୀ ଚତୁର୍ଦ୍ଦଶୀ ଦିନ ତେଲ ଲଗାଇବା ଉଚିତ ହୋଇଥାଏ ।

5- ଏହି ମାସରେ ଡାଲି ଖାଇବା ଯଥା ବିରି, ମୁଗ, ମସୁର ଡାଲି ଖାଇବା ନିଷେଧ ଅଟେ । ଏହି ମାସରେ ଉପବାସର ମଧ୍ୟ ମହତ୍ଵ ରହିଛି । କାର୍ତ୍ତିକ ପୂର୍ଣ୍ଣିମା ଠାରୁ ଆରମ୍ଭ କରି ଉପବାସ ଓ ପ୍ରତେକ ପୂର୍ଣ୍ଣିମା ଦିନ ରାତିରେ ଉଜାଗର ରହିବା ଦ୍ଵାରା ସବୁ ଇଚ୍ଛା ପୂରଣ ହୁଏ ।

6- ପୁରାଣ ଅନୁସାରେ ଏହି ମାସରେ କୁମାର କାର୍ତ୍ତିକେୟ ତାରକାଶୁର କୁ ବଧ କରିଥିଲେ । କାର୍ତ୍ତିକେୟ ଙ୍କ ସାହସକୁ ସମ୍ମାନ ଦେବା ପାଇଁ ଏହି ମାସକୁ କାର୍ତ୍ତିକ ମାସ କୁହାଯାଏ ।

7- ଏହି ମାସରେ ଯେଉଁ ମାନେ ନିୟମିତ ସ୍ନାନ ଓ ପୂଜା କରନ୍ତି ସେମାନଙ୍କୁ କୁବେର ଙ୍କ କୃପା ପ୍ରାପ୍ତ ହୁଏ । ଏହି ମାସଶରେ ଶ୍ରୀ ହରୀଙ୍କୁ ପୂଜା କରିଲେ ବ୍ୟକ୍ତି ବୈକୁଣ୍ଠ ପ୍ରାପ୍ତ ହୁଏ ।

8- ଏହି ମାସରେ ସୂର୍ଯ୍ୟ ଉଦୟ ପୂର୍ବରୁ ନଦୀ ବା ପୋଖରୀରେ ସ୍ନାନ କରିଲେ ଭାଗବତ ପ୍ରାପ୍ତ ହୁଏ । ଏହା ସହ ପାପରୁ ମୁକ୍ତି ମିଳେ । ଏହି ମାସରେ ଗଙ୍ଗାରେ ସ୍ନାନ କରିବା ପାଇଁ ଦେବତା ମାନେ ପୃଥିବୀ କୁ ଆସିଥାନ୍ତି ଏମିତି ମାନ୍ୟତା ଅଛି ।

9- ଏହି ମାସରେ ଖାଲି ପେଟରେ ତୁଳସୀ ପତ୍ର ଖାଇବା ଦ୍ଵାରା ଶରୀର ରୋଗ ମୁକ୍ତ ହୋଇଥାଏ । ଏହି ମାସରେ ଖାଦ୍ୟ ଶସ୍ଯ, ପଶମ ପୋଷାକ, ଦୀପ ଦାନ କରିବା ଦ୍ଵାରା ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୁଏ ।

10- ଏହି ମାସରେ ମୂଳା, କଦଳୀ, ଗାଜର, ମିଠା ଆଳୁ ଖାଇବା ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ । ତୁଳସୀର 11ଟି ପତ୍ର ଭଗବାନ ବିଶୁଣୁଙ୍କ ପ୍ରତିମା ଉପରେ ରଖିବା ଦ୍ଵାରା ଘରେ ଧନର ଅଭାବ ହୁଏ ନାହିଁ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *