ଦିବ୍ୟା ଭାରତିଙ୍କ ଜୀବନର କିଛି ରାଜ ଯାହା ଆଜି ଆମେ ଆପଣଙ୍କୁ କହିବୁ

ଦିବ୍ୟା ଭାରତି କେବଳ ୧୪ ବର୍ଷ ବୟସରେ ବଲୀଉଡ ଜଗତରେ କାମ କରିଥିଲେ ତେବେ ସେ ୧୯୯୨ରେ ଫିଲ୍ମ ଜଗତରେ ଆସିଲେ ଓ ୧୯୯୩ରେ ସେ ୧୪ ଫିଲ୍ମରେ କାମ କରି ସାରିଥିଲେ ଦିବ୍ୟାଙ୍କ ଜୀବନ ସଫଳତା ବିଷୟରେ ବହୁତ କମ ଲୋକ କାହା ହୋଇଥାନ୍ତି, ତେବେ ତାଙ୍କ ନିଧନ ଏମିତି ଗୋଟେ ରହସ୍ୟ ହୋଇଥିଲା ଯେ ଆଜିବି ଲୋକ ତାଙ୍କ ନିଧନ ସତ୍ୟତା ଜାଣିବା ପାଇଁ ଉତ୍ସୁକ ଅଛନ୍ତି । ଦିବ୍ୟା ଭାରତିଙ୍କୁ କେହି ଅଭିନୟ କରିବା ଶିଖେଇ ନଥିଲେ ତଥାପି ତାଙ୍କ ଅଭିନୟ ରେ ଏତେ ସତ୍ୟତା ଥିଲା ଯେ ଦର୍ଶକ ମାନଙ୍କୁ ତାଙ୍କ ଅଭିନୟ ବହୁତ ପସନ୍ଦ ଆସୁଥିଲା ।

Image Courtesy: Google

ଦିବ୍ୟା ଭାରତୀୟ କିଛି ଦିନ ଭିତରେ ପୂଜା ଭଟ ଭଳି ଅଭିନେତ୍ରୀ ମାନଙ୍କ ସହ କମ୍ପେୟର କରା ଗଲେ କିନ୍ତୁ କିଛି ଦିନ କାମ କଲା ପରେ ତାଙ୍କ ଅଭିନୟ ଓ ତାଙ୍କ ସୁନ୍ଦରତା ଦେଖି ଦର୍ଶକ ତାଙ୍କୁ ମାଧୁରୀ ଓ ଶ୍ରୀ ଦେବୀ ସହ ତାଙ୍କୁ ତୁଳନା କରିଥିଲେ ଦର୍ଶକ । ଖବର ଅନୁଯାଇ ଦିବ୍ୟା ନିଜ ଇଛାରେ ଅଭିନୟ କରିବା ପାଇଁ ଆସି ନଥିଲେ ତାଙ୍କ ଉପରେ ଜୋର କରା ଯାଇଥିଲା କିନ୍ତୁ ଅଭିନୟ ତାଙ୍କ ରକ୍ତରେ ଏମିତି ଥିଲା ଯେମିତି ରକ୍ତ ତାଙ୍କୁ କୌଣସି ଜିନିଷ ନା ଅଭିନୟ ନା ନାଚ କିଛି ଶିଖେଇବାକୁ ପଡିଲା ନାହିଁ । ଦିବ୍ୟାଙ୍କ ଜନ୍ମ ୨୫ ଫେବ୍ରୁଆରି ୧୯୭୪ରେ ମୁମ୍ବାଇରେ ହୋଇଥିଲା ତାଙ୍କ ପିତାଙ୍କ ନାମ ଓମ ପ୍ରକାଶ ଭାରତି ଥିଲା, ତାଙ୍କ ପିତା ଗୋଟେ ଇଂସୁରେନ୍ସ କମ୍ପାନୀରେ ଅଫିସର ଥିଲେ ଦିବ୍ୟା ତାଙ୍କ ଦୁତୀୟ ପତ୍ନୀ ମିତା ଭାରତୀଙ୍କ ଝିଅ ଥିଲେ ।

Image Courtesy: Google

ଦିବ୍ୟାଙ୍କୁ ପାଠ ଜମା ପସନ୍ଦ ନଥିଲା, ତେବେ ତାଙ୍କ ରୂପ ଦେଖି କେବଳ ୧୪ – ୧୫ ବୟସରେ ତାଙ୍କୁ ବହୁତ ଫିଲ୍ମ ପାଇଁ ଅଫର ଆସିଲା କିନ୍ତୁ ବାପା ମା ମନା କଲେ ଏହା ପରେ ଦିବ୍ୟା ମାକୁ ପଚାରିଲେ ଯଦି ମୁଁ ଅଭିନୟ କରିବି ତେବେ ମୋ ପାଠର କଣ ହବ ମା କହିଲେ ପାଠ ବନ୍ଦ କରିବାକୁ ହବ ବାସ ଏହି କଥା ଶୁଣି ପାଠରୁ ନିଜ ଜୀବନ ବଞ୍ଚେଇବା ପାଇଁ ଦିବ୍ୟା ଚଳଚିତ୍ର କରିବା ପାଇଁ ରାଜି ହୋଇଗଲେ ଓ ତାଙ୍କ ଅଭିନୟ ଦୁନିଆ ଆରମ୍ଭ ହୋଇଗଲା, ସେ ନିଜ କେରିଆର ତେଲୁଗୁ ଫିଲ୍ମ ଦ୍ଵାରା ଆରମ୍ଭ କଲେ ଯାହା ପରେ ହିନ୍ଦୀ ଫିଲ୍ମରେ ମଧ୍ୟ ତାଙ୍କୁ ବହୁତ ଭଲ ଭଲ ଅଭିନୟ କରିବାକୁ ସୁଯୋଗ ପ୍ରାପ୍ତ ହେଲା । ୧୦ ମେ ୧୯୯୨ରେ ଦିବ୍ୟା ସାଜିଦ ନାଡିଆବାଲା ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବିବାହ କଥା କାହାକୁ କୁହା ଗଲା ନାହିଁ କାହିଁକିନା ଦିବ୍ୟାଙ୍କର ଭଲ ଅଭିନୟ ସମୟ ଚାଲିଥିଲା ଓ ଏହା ତାଙ୍କ ଚଳଚିତ୍ର ଉପରେ ବହୁତ ପ୍ରଭାବ ପକେଇଥାନ୍ତା ।

Image Courtesy: Google

ତେବେ ୫ ଏପ୍ରିଲ ୧୯୯୩ରେ ସେହି ସମୟ ଆସିଲା ଯେତେବେଳେ ଦିବ୍ୟା ପୁରା ସଂସାର ଛାଡି ଚାଲି ଗଲେ । ଖବର ଅନୁଯାଇ ସେହି ଦିନ ଦିବ୍ୟ ନୂଆ ଘର କିଣିଥିଲେ ଓ ବହୁତ ଖୁସି ଥିଲେ, ରାତିରେ ଯେତେବେଳେ ସେ ଘରକୁ ଫେରିଲେ ତାଙ୍କ ଘରେ ସାଜିଦ ଓ ତାଙ୍କ ଡିଜାଇନର ନିତା ଲୁଲା ସହ ତାଙ୍କ ଚାକରାଣୀ ମଧ୍ୟ ଥିଲେ ସମସ୍ତେ ମଦ ପିଉଥିଲେ ଓ କଥା ହାଉଥିଲେ ଚାକରାଣୀ ରୋଷେଇ କରୁଥିଲେ ଏହା ପରେ ଦିବ୍ୟା ଝରକା ଉପରେ ବସି କଥା ହାଉଥିଲେ ହଟାତ ସନ୍ତୁଳନ ଖରାପ ହବା ଦ୍ଵାରା ସେ ତଳକୁ ପଡିଗଲେ, ସବୁ ଦିନ ସେହି ଜାଗାରେ ବହୁତ କାର ଥାଏ କିନ୍ତୁ ଦୁର୍ଭାଗ୍ୟ ବସ ସେ ଦିନ କୌଣସି କାର ବା ଗାଡି ନଥିଲା ତେବେ ଏତେ ଉପରୁ ପଡିବା ଦ୍ଵାରା ଦିବ୍ୟାଙ୍କ ନିଧନ ହୋଇଥିଲା ।

Leave a Reply

Your email address will not be published. Required fields are marked *