ଦିମାଗ ତେଜ କରିବାର ୨ଟି ସବୁଠୁ ସହଜ ଓ ସଠିକ ଉପାୟ , INTELLIGENT ହେବାର ଗ୍ୟାରେଣ୍ଟି

ସାଙ୍ଗମାନେ ଆପଣ ଶୁଣିଥିବେ ସେହି ଲୋକ ବହୁତ ଆଗକୁ ବଢିପାରନ୍ତି ଯେଉଁମାନଙ୍କର ସ୍ମରଣ ଶକ୍ତି ଅଧିକ ଥାଏ । ଏଥିରେ ଆପଣଙ୍କ ସ୍ମରଣ ଶକ୍ତି କେମିତି ବୃଦ୍ଧି କରିବେ ସେହି ବିଷୟରେ କୁହାଯାଇଛି । ଏଥିରେ ଏମିତି କୁହାହେଇନି ଆପଣ ବହୁତ ବାଦାମ ଖାଆନ୍ତୁ ଆପଣଙ୍କର ସ୍ମରଣ ଶକ୍ତି ବୃଦ୍ଧି ହେବ । ଆପଣମାନେ ଚାଲାକ ହେବାର ଅର୍ଥ ଆପଣମାନେ ଜାଣିନଥିବେ ।

ଯେତେବେଳ ଆମେ ଭାବୁ ସେ ଝିଅ ଓ ସେ ପୁଅ ବହୁତ ଚାଲାକ ଅଛି । ଆପଣମାନେ ଭାବନ୍ତି ସେମାନେ ପାଠ ପଢାରେ କିମ୍ବା କଥାବାର୍ତ୍ତା କରିବାରେ ଚାଲାକ ଅଛି । ଯାହାକି ଚାଲାକ ହେବା ଏହି ସବୁ କଥାଠୁ ବହୁତ ଭିର୍ଣ୍ଣ । ଆପାଣମାନେ ଏହିସବୁ ବିଷୟରେ ଜାଣିଲା ପରେ ଆପଣଙ୍କ ମନରେ ଏମିତି ସନ୍ଦେହ ରହିବନି କି ମୁଁ ମୋ ବୁଦ୍ଧିକୁ କେମିତି ପ୍ରଖର କରିବି ।

Image Courtesy: Google

ଏହି ବିଷୟରେ ଜାଣିବା ପୂର୍ବରୁ ଆପଣମାନେ ଜାଣିବା କଥା ସବୁଠୁ ଚାଲାକ କାହାକୁ କହିବା, ସବୁଠୁ ଚାଲାକର ଅର୍ଥ ସବୁଠୁ ବୁଦ୍ଧିମାନ । ବୁଦ୍ଧିମାନ ଲୋକ ଦୁଇ ପ୍ରକାର ହୋଇଥାନ୍ତି,ଯେକୌଣସି କାମକୁ କିମ୍ବା କଥାକୁ ଭଲ ଭାବରେ ଶୀଘ୍ର ଶୀଘ୍ର ଏବଂ ସେହିପରି ଭାବରେ ଶିଖିବା ଏବଂ ତାକୁ ଭବିଷ୍ୟତରେ କାମରେ ଲଗାଇବା ।

ଆବଶ୍ୟକ ସମୟରେ ସେହି କାମକୁ ସଠିକ ପ୍ରଣାଳୀରେ, ସଠିକ ଜାଗାରେ କାମରେ ଲଗାଇବା । ସରଳ ଭାବରେ କହିବାକୁ ଗଲେ ଯଦି ଆପଣ ଏହି ଦୁଇ କାମରେ ମହାରଥୀ ହୋଇଗଲେ ଏବଂ ଜାଣିଲେ ଶିଖିବା କାହାକୁ କୁହନ୍ତି,ଏହାକୁ କିପରି କାମରେ ଲଗାଯାଏ,ଲୋକମାନେ ଏହି କଥା କହିବେ ଏ ପିଲାଟା ବହୁତ ବୁଦ୍ଧିମାନ ଅଛି ।

Image Courtesy: Google

କୌଣସି କାମକୁ ଶିଖିବା ଏବଂ କାମରେ ଲଗାଇବା ଶୁଣିବାକୁ ସହଜ ଲାଗୁଛି, କିନ୍ତୁ ଏହି ୨ଟାକଥା ଅଛି ଯେଉଁଟା ଗୋଟେ ସଫଳ ମଣିଷକୁ ସାଧାରଣ ଲୋକଙ୍କଠୁ ଅଲଗା ବନେଇଥାଏ । ତେଣୁ ମୁଁ ଆପଣଙ୍କୁ ଶିଖେଇବାର ଏବଂ କାମରେ ଲଗେଇବା ଵହି ବିଷୟରେ ସବୁ କିଛି କହିବି, ପୁରା ସରଳ ଶବ୍ଦରେ କହିବି ।

ଏଇଠୁ ପଢିବା ବନ୍ଦ କରନ୍ତୁ ନାହିଁ । ସବୁଠୁ ପ୍ରଥମେ କହୁଛି ଶିଖିବା ବିଷୟରେ, କଣ ଶିଖିବା ଏବଂ କେମିତି ଶିଖିବା । ଯଦି ଆପଣ ସବୁକିଛି ଶିଖିବାକୁ ଚାହୁଁଛନ୍ତି ତେବେ ଆପଣ କିଛିବୀ ଭଲ ଭାବରେ ଶିଖିପାରିବେ ନାହିଁ । ଆପଣମାନେ ଜୀବନରେ ଏମିତି କେତେ ବଡ ଲୋକଙ୍କ ନାଁ ଶୁଣିଛନ୍ତି ଯେଉଁମାନେ ଗୋଟେ କାମରୁ ଅଧିକ କାମରେ ନାଁ କରିଛନ୍ତି,ତମକୁ ଏମିତି ଗୋଟେ କେହି ମିଳିବ ଯିଏ ସବୁ କାମରେ ଭଲ କରିଥିବ ।

Image Courtesy: Google

ଏମିତି କେହି କେହି ଅଛନ୍ତି ଯେଉଁମାନେ ଗୋଟେ କାମରେ ଭଲ କରିଥିବେ, ବୁଦ୍ଧିମାନ ସେହି ଲୋକଙ୍କୁ କହିବା ଯିଏ କୌଣସି ଏକ କାମରେ ଅନ୍ୟମାନଙ୍କଠୁ ଭଲ କରୁଥିବ । ଯଦି ଆପଣ ଚାହୁଛନ୍ତି ବୁଦ୍ଧିମାନ ହେବାପାଇଁ କୌଣସି ଏକ ଗୋଟିଏ କାମରେ ମନ ଲଗାନ୍ତୁ ଏବଂ ସେହି କାମ ମନ ଲଗେଇ କରନ୍ତୁ ଯେମିତି ଆପଣ ନିଜ ଲକ୍ଷ୍ୟକୁ ପାଇପାରିବେ ।

ଯଦି କୌଣସି କାମରେ ବୁଦ୍ଧିମାନ ହେବାକୁ ଚାହୁଁଛନ୍ତି ତାହେଲେ ଆପଣ ଦେଖନ୍ତୁ ଆପଣଙ୍କ ପୂର୍ବରୁ କେତେଜଣ ବୁଦ୍ଧିମାନ ଅଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ସବୁଠୁ ଉଚ୍ଚ ପଦବୀରେ କେଉଁମାନେ ଅଛନ୍ତି । ଏବଂ ସେମାନଙ୍କ ବିଷୟରେ ସବୁକିଛି ଜାଣନ୍ତୁ । ସେମାନଙ୍କ ବିଷୟରେ ବହୁତ କିଛି ଜାଣିପାରିବେ ଯେମିତିକି ଆପଣ ସେହି କାମରେ ବହୁତ ଆଗକୁ ଯାଇପାରିବେ ।

Image Courtesy: Google

ଯେତେବେଳେ ଆପଣ ଜାଣିଯିବେ ଆପଣଙ୍କର କଣ ଶିଖିବାର ଅଛି ଆଉ କିପରି ଶିଖିବାର ଅଛି ତାହେଲେ ଆପଣ ୫୦% ବୁଦ୍ଧିମାନ ହୋଇଯିବେ । ଯଦି ଆପଣଙ୍କୁ ଏମିତି ଲାଗିବ ମୁଁ ବହୁତ ଶିଖିସାରିଲିଣି ତା ହେଲେ ତାକୁ ବ୍ୟବହାର କେମିତି ଓ କେଉଁଠି କରିବା । ବର୍ତ୍ତମାନ ମୁଁ କଣ କରୁଛି ତା ଉପରେ ପୁରା ଧ୍ୟାନ ଦେବା ଦରକାର । ଯଦି ଆପଣଙ୍କୁ ଲାଗିବ କେତେବେଳେ ସମସ୍ୟାରେ ଅଛି ସେତେବେଳେ କିଛି ଶିଖିବାର ଅଛି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *