Dinesh ମୁଁ ତୁମକୁ ଆଉ ବାଧ୍ୟ କରିବିନି! କିନ୍ତୁ ଏହି ପିଲାଟି ତୁମର, ଏ କଥା ଯେମିତି… ଦେଖନ୍ତୁ Video କଣ କହୁଛନ୍ତି Dipika

ନମସ୍କାର ବନ୍ଧୁଗଣ, ଦୀର୍ଘ ଏକ ମାସ ହେବେ କେ ଦୀପିକା ଦିନେଶ ଙ୍କ ଘର ଆଗରେ ବସି ରହିଛନ୍ତି ତାହା ସାରା ରାଜ୍ୟ ଦେଖିଛି । ତେବେ ଦୀପିକା ଓ ଦିନେଶ ଙ୍କ ପ୍ରେମ ଦିନେ ଏତେ ସୁନ୍ଦର ଥିଲା ଆଉ ଏତେ ପବିତ୍ର ଥିଲା କି ଦୀପିକା ସନ୍ଦେହ କରି ନ ଥିଲେ ଆଗକୁ ଯାଇ ଦିନେଶ ତାଙ୍କ ସହ ଏଭଳି କରିବ । ଦିନେ ଦୀପିକା କହିଥିଲେ ଦିନେଶ ମୋ ବିନା ଗୋଟେ ମୂହୁର୍ତ୍ତ ବଞ୍ଚି ପାରିବ ନ ଥିଲା । ଏମିତିକି ଦୀପିକା କୁଆଡେ ଗଲେ କଣ କରିଲେ ସବୁ କିଛି ଖବର ରଖୁଥିଲେ ଦିନେଶ । କିନ୍ତୁ ସମୟ ବଦଳିବା ସହ ଯେବେ ପୁଅ ଟି ଜନ୍ମ ନେଇଥିଲା ଦିନେଶର କଥାବାର୍ତ୍ତା ବଦଳିବା ସହ ଦୀପିକାଙ୍କ ଠାରୁ ଦୂରେଇ ରହିବା ଆରମ୍ଭ କରିଥିଲେ ।

ଦିନେଶ ଆଉ ଦୀପିକାଙ୍କୁ ଧରା ଛୁଆଁ ଦେଇ ନ ଥିଲା । ଆଉ ପରେ ପରେ ଦିନେଶର ବାହାଘର କଥା ଯେବେ ଉଠିଥିଲା ଦୀପିକା ଖବର ପାଇଥିଲେ । ସେତେବେଳେ ଦୀପିକାଙ୍କ କୋଳରେ ୧୯ ମାସର ଛୁଆ ଥିଲା ସେହି ଦିନ ଠାରୁ ସେ ସେମିତି ଦିନେଶ ଘର ଆଗରେ ଧାରଣା ଦେଇ ବସିଛନ୍ତି । ଦୀପିକା ଆସା ରଖିଥିଲେ କି ଦିନେଶ ତାଙ୍କୁ ଗ୍ରହଣ କରିବ ।

କିନ୍ତୁ ଏବେ ଦୀପିକା ଙ୍କୁ ଲାଗୁଛି କି ଦିନେଶ ତୁମେ ମୋତେ ଗ୍ରହଣ କରିବା ତ କର ନ କର ନାହି କିନ୍ତୁ ତୁମ ରକ୍ତରୁ ଜନ୍ମ ନେଇଥିବା ଏହି ପୁଅକୁ ନିଶ୍ଚୟ ଗ୍ରହଣ କରିବ । ଆଗକୁ ଦୀପିକା କହିଛନ୍ତି ପୁଅକୁ ଦିନେଶ ତା ଅଧିକାର ଦେବେ ଆଉ ଏହା ବାବଦରେ କୋର୍ଟ ବି ବିଚାର କରିବେ । ଏହାରି ମଧ୍ୟରେ ଦୀପିକା ଦିନେଶଙ୍କ ଘର ଆଗରେ ବସିଥିଲେ ବି ଦିନେଶଙ୍କ ସପରିବାର ଘରେ ତାଲା ମାରି କୁଆଡେ ଚାଲି ଯାଇଛନ୍ତି ।

ଏଭଳି ଅବସ୍ଥାରେ ଦିନେଶ ଙ୍କ ପରିବାର ଠାରୁ ନ୍ୟାୟ ମାଗିବା ବ୍ୟର୍ଥ ବୋଲି ଅନୁଭବ କରିଛନ୍ତି କେ ଦୀପିକା । ଆଉ ଶେଷରେ ଦୀପିକା କହିଛନ୍ତି ଦିନେଶ ତୁମେ ବହୁତ ଲୁଚିଲ ଆଉ ମୋ ସହ ବହୁତ ଖେଳିଲ ପୁରା ବଦଳିଗଲ । ମୁଁ ଆଉ ତୁମକୁ ବାଧ୍ୟ କରିବିନି ତୁମେ ମୋତେ ସ୍ତ୍ରୀ ରୂପରେ ନ ଗ୍ରହଣ କରିଲେ ବି ମୋ ପୁଅକୁ ତା ବାପର ଅଧିକାର ଦିଅ ।

ଏବେ ଯେମିତି ଦୀପିକା ଥକି ଗଲେଣି ସେହି ଗୋଟେ କଥା କହି ଦିନେଶ ମୋର ସ୍ତ୍ରୀ ରୂପେ ଗ୍ରହଣ କର ଆଉ ମୋ ପୁଅକୁ ବାପର ଅଧିକାର ଦିଅ । କିନ୍ତୁ ଏବେ ଦୀପିକା କିଛି ଅନୁଭବ କରିଲେଣି ସେଥିପାଇଁ ତ ଆଜି ଦୀପିକା କହିଛନ୍ତି ଦିନେଶ ତୁମେ ମୋତେ ଗ୍ରହଣ ନ କରିଲେ ନାହି କିନ୍ତୁ ତୁମ ରକ୍ତରୁ ଜନ୍ମ ନେଇଥିବା ପୁଅକୁ ନିଶ୍ଚୟ ଗ୍ରହଣ କରିବ । ଏତିକି ନେହୁରା ହୋଇ ଦୀପିକା କହୁଛନ୍ତି ।

ଯଦି ଦିନେଶ ସ୍ତ୍ରୀ ଓ ପୁଅକୁ ବାପର ଅଧିକାର ନ ଦେବେ ତେବେ କୋର୍ଟ ଯାହା ସଜା ଦେବେ ତାହା ମାନିବେ । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *