ନାତୁଣୀକୁ ଗର୍ଭବତୀ କରି ଥିବା ଅଜାକୁ ଧରିଲା ପୋଲିସ… ଦେଖନ୍ତୁ Video କଣ କହୁଛନ୍ତି ଅଜା 

ନମସ୍କାର ବନ୍ଧୁଗଣ ଗତ କିଛି ଦିନ ତଳେ ରାଜ୍ୟରେ ଚହଳ ପକାଇ ଥିଲା ଅଜା ନାତୁଣୀ କୁ ଗର୍ଭବତୀ କରିଥିବା ଘଟଣା । ଆଉ ଏହି ଖବର ପ୍ରସାରଣ ହେବା ପରେ ଅଜଣା ଜଣକ କୁଆଡେ ପଳାଇ ଥିଲେ । ଆଉ ଦୀର୍ଘ ୯ ଦିନ ପରେ ଉକ୍ତ ଅଭିଯୋଗ କାରୀ ଅଜା କୁ ଗିରଫ କରିଛି ପୋଲିସ । ହଁ ଦର୍ଶକ ବନ୍ଧୁ ସେଦିନର ଘଟଣା ଥିଲା କିଛି ଏମିତି । କେନ୍ଦ୍ରାସଡା ଜିଲ୍ଲା ଅଲି ଥାନା ଅଧୀନ ଗୋବିନ୍ଦପୁର ପଞ୍ଚାୟତ ର କୈଳାସ ମଲ୍ଲିକ ଙ୍କ ୧୬ ବର୍ଷର ମା ଛେଉଣ୍ଡ ଝିଅ କୁ ଅଜା ରାଜୀବ ମଲ୍ଲିକ ଗର୍ଭବତୀ କରିଥିବା ନେଇ ଥାନା ରେ ଅଭିଯୋଗ ହୋଇଥିଲା ।

କୁଆଡେ ବଳ ପୂର୍ବକ ଜୋର ଜବରଦସ୍ତ ବାରମ୍ବାର ଅନୈତିକ ସମ୍ପର୍କ ରଖିଥିଲେ । ଅଜା ଜଣକ ନାତୁଣୀ କାହାକୁ ନ ଜଣାଇବାକୁ ଧମକ ମଧ୍ୟ ଦେଇଥିଲା । ନାତୁଣୀ ମଧ୍ୟ ଅଜା ଧମକ ଭୟ ରେ ପରିବାର ଲୋକଙ୍କୁ କିଛି ବି କହି ନ ଥିଲା । କିନ୍ତୁ ଦୀର୍ଘ ଦିନ ପରେ ଝିଅର ଶରୀର ରେ କିଛି ପରିବର୍ତ୍ତନ ହେବା କାରଣରୁ ପରିବାର ଲୋକେ ସନ୍ଦେହ କରିଥିଲେ ଆଉ ମେଡିକାଲ ନେଇଥିଲେ ଟେଷ୍ଟ କରିବା ପାଇଁ ।

ଏହା ପରେ ଝିଅ ଟି ପ୍ରେଗନେଣ୍ଟ ଥିବାର ସୂଚନା ମିଳିଥିଲା । ନାତୁଣୀ ପ୍ରେଗନେଣ୍ଟ ହେବା ପରେ ଘଟଣା ଟି ସାମନା କୁ ଆସିଥିଲା । ଆଉ ବର୍ତ୍ତମାନ ଗିରଫ କରିଛି ଅଜା କୁ ପୋଲିସ । ସୂଚନା ଅନୁଯାୟୀ ଶୁକ୍ରବାର ସନ୍ଧ୍ୟା ରେ ଅଜା ରାଜୀବ ମଲ୍ଲିକ ଙ୍କୁ ଗୋବିନ୍ଦପୁର ଫାଣ୍ଡି ଅଧିକାରୀ ନାରାୟଣ ସାହୁ ଙ୍କ ନେତୃତ୍ଵ ରେ ଏକ ଟିମ ଯାଜପୁର ଓ ବିଞ୍ଝାରର୍ପୂର ଥାନା ଅଞ୍ଚଳ ରୁ ଗିରଫ କରିଛି ।

ଆଉ ମେଡିକାଲ ଟେଷ୍ଟ ପରେ ଏବେ ଅଜା କୁ କୋର୍ଟ ଚାଲାଣ କରା ଯାଇଛି । ତେବେ ଏହି ଖବର ପ୍ରଚାର ହେବା ପରେ ସାରା ଅଞ୍ଚଳ ରେ ଚର୍ଚ୍ଚା ର ବିଷୟ ବସ୍ତୁ ପାଲଟିଛି । ବର୍ତ୍ତମାନ ଅଜା ଗିରଫ ହେବା ପରେ ପୋଲିସ ଏହି କେସ ର ଅଧିକରୁ ଅଧିକ ତଦନ୍ତ କରୁଛି ।

ଏମିତି କୋର୍ଟ ରେ ମଧ୍ୟ ଅଜା କୁ ଚାଳନ କରାଯିବା ପରେ ଏବେ କୋର୍ଟ ହିଁ ଅଭିଯୁକ୍ତ କୁ ଦଣ୍ଡ ଦେବ ବୋଲି ଆଶା କରା ଯାଉଛି । ତେବେ ଆଜିର ସମାଜରେ ଏଭଳି ଲୋକ ଅଛନ୍ତି ଯେଉଁ ମାନେ ସମ୍ପର୍କର ମାନେ କଣ ଭୁଲି ଯାଉଛନ୍ତି ।

ଯେଉଁ ବୟସରେ ନାତି ନାତୁଣୀ ସହ ଅଜା ହିସାବ ରେ ଖେଳିବା କଥା ତାଙ୍କର ଭଲ ମନ୍ଦ ବୁଝିବା ପାଇଁ ସେହି ବୟସରେ ରାଜୀବ ମଲ୍ଲିକ ଭଳି ଅମଣିଷ ମାନେ ସମ୍ପର୍କ ର ମହତ୍ଵ କୁ ଭୁଲି ଯାଇଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *