ଓଡିଆ ଆଲବମ କୁଇନ ଦୀପା ସାହୁଙ୍କ ଜୀବନୀ, ପରିବାର ଓ ସମ୍ପତ୍ତି

ଓଡିଆ ଫିଲ୍ମ ଓ ଆଲବମ କୁଇନ ଦୀପା ସାହୁଙ୍କର କାଲି ଦେହାନ୍ତ ହୋଇଯାଇଛି । ସେ ଦୀର୍ଘ ଦିନ ଧରି କ୍ୟାନ୍ସରରେ ପୀଡିତ ଥିଲେ । ଦୀପା ସାହୁ ଭୁବନେଶ୍ବରର ସ୍ପର୍ଶ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ଅନେକ ଦିନ ଧରି ସେ ଏହି ରୋଗରେ ପୀଡିତ ଥିଲେ । ଏହି କିଛି ଦିନ ହେବ ତାଙ୍କ ଅବସ୍ଥା ବହୁତ ଗୁରୁତ୍ଵର ହୋଇ ଯାଇଥିଲା । ତେବେ ତାଙ୍କର ମୃତ୍ୟୁରେ ସାରା ଓଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି ।

ତେବେ ଆଜି ଆମେ ଜାଣିବା ଦୀପା ସାହୁଙ୍କ ପରିବାର ସମ୍ପର୍କରେ । ତାଙ୍କ ପରିବାରରେ କିଏ କିଏ ଅଛନ୍ତି । ୧୯୮୫ ମସିହା ଅକ୍ଟୋବର ମାସ ୨୫ ତାରିଖରେ ଢେଙ୍କାନାଳରେ ଜନ୍ମ ନେଇଥିବା ଏହି ସୁନ୍ଦରୀ ଓଡିଆ ଆଲବମ କୁଇନ ନାମରେ ଖୁବ ପରିଚିତ । କିନ୍ତୁ ୨୦୨୦ ମସିହା ଜୁଲାଇ ୨୭ ତାରିଖରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ଯେମିତିକି ଆପଣ ଜାଣିଛନ୍ତି ଦୀପା ବିବାହ କରିଥିଲେ ଓ ସେ ତାଙ୍କ ସ୍ଵାମୀଙ୍କ ସହ ବହୁତ ଖୁସିରେ ଥିଲେ । ତାଙ୍କ ସ୍ବାମୀଙ୍କ ନାମ ହେଲା ମହେନ୍ଦ୍ର ନାଥ ଦତ୍ତ ।

ସେମାନଙ୍କର ଗୋଟେ ଝିଅ ମଧ୍ୟ ଅଛି । ସେମାନେ ଓଡିଶା ବାହାରେ ରହୁଥିଲେ କିନ୍ତୁ ଯେବେ ସେ କ୍ୟାନ୍ସର ରୋଗରେ ପୀଡିତ ହେଲେ ସେ ଭୁବନେଶ୍ବରରେ ରହି ନିଜର ଚିକିତ୍ସା କରୁଥିଲେ । ଦୀପାଙ୍କ ସ୍ଵାମୀ ଜଣେ ବିଜନେସମ୍ୟାନ, ଦୀପା ମଧ୍ୟ ଅଭିନୟ କରିବା ସହ ଚାକିରି ମଧ୍ୟ କରିଥିଲେ । ତେବେ ଦୀପା ୨୦୦୨ ମସିହାରୁ ଓଡିଆ ଆଲବମ କରିବା ଆରମ୍ଭ କରିଥିଲେ ଓ ପରେ ତାଙ୍କୁ ଫିଲ୍ମରେ ଅଭିନୟ କରିବାର ସୁଯଗ ମଧ୍ୟ ମିଳିଥିଲା । ସାରା ଓଡିଶାରେ ତାଙ୍କର ଅଭିନୟ ପାଇଆନ ସେ ଖୁବ ଚର୍ଚ୍ଚିତ ଥିଲେ ।

ଅନେକ ଆଲବମରେ ତାଙ୍କ ଜାଦୁ ସମସ୍ତେ ଦେଖିଛନ୍ତି କିନ୍ତୁ ଆଜି ସେ ସମସ୍ତଙ୍କୁ ଛାଡି ଆରପାରିକୁ ଚାଲିଯାଇଛନ୍ତି । ସେ ଓଡିଶୀ ନାଚରୁ ନିଜର ଅଭିନୟ କ୍ଯାରିୟର ଆରମ୍ଭ କରିଥିଲେ । ସେ ଆଲବମ କରିବା ସହିତ ବହୁତ ସାରା ଟିଭି ସିରିଏଲ ରେ ମଧ୍ୟ କାମ କରିସାରିଛନ୍ତି । ତେବେ ସେ ମୁଖ୍ୟ ନାୟିକା ଭାବେ କାମ କରିଥିବା ଚଳଚିତ୍ର ହେଲା ନାରୀ ଆଖିରେ ନିଆଁ ।

ପ୍ରକୃତରେ ଦେଖିବାକୁ ଗଲେ ତାଙ୍କ ସମ୍ପତ୍ତି ଭିତରେ ତାଙ୍କର ଏକ ଆଲିଶାନ ଘର ଅଛି ଓ ଗୋଟେ କାର ମଧ୍ୟ ଅଛି । ବାକି ସବୁ ସେଭିଂସ ସେ ନିଜର ଚିକିତ୍ସା ପାଇଁ ଖର୍ଚ୍ଚ କରି ଦେଇଥିଲେ । କାହିଁକି ନା କିଛି ଦିନ ତଳେ ଦେଖିବାକୁ ମିଳିଥିଲା କି ସେ ତାଙ୍କ ଚିକିତ୍ସା ପାଇଁ ତାଙ୍କର ଫ୍ୟାନ୍ସ ଓ ଓଲିଉଡ ଜଗତର କିଛି କଳାକାର ମାନଙ୍କୁ ସାହାଯ୍ୟ ମାଗିଥିଲେ । ତେବେ ବର୍ତ୍ତମାନ ଭଗବାନଙ୍କ ଆଗରେ ଆମର ଏତିକି ଅନୁରୋଧ ତାଙ୍କ ଆତ୍ମାକୁ ଶାନ୍ତି ମିଳୁ ।

Leave a Reply

Your email address will not be published. Required fields are marked *