ଦୀପାବଳି ବା ଧନତେରସ ଦିନ ଭୁଲରେ ବି କାହାକୁ ଦିଅନ୍ତୁ ନାହିଁ ଏହି 6ଟି ଜିନିଷ ନଚେତ ହୋଇଯିବେ ଭିକାରି!

ବନ୍ଧୁଗଣ ଦୀପାବଳି ଭାରତ ବର୍ଷରେ ହିନ୍ଦୁ ମାନଙ୍କ ପାଇଁ ବହୁତ ଖାସ ଦିନ ହୋଇଥାଏ । ଏହି ଦିନ ହିନ୍ଦୁ ମାନେ ଭାରତରେ ବହୁତ ଧୂମଧାମରେ ଦୀପାବଳୀ ପର୍ବକୁ ପାଳନ କରନ୍ତି । ପ୍ରତେକ ସ୍ଥାନ ଆଲୋକମୟ ହୋଇଥାଏ । ଏହି ଥର ଦୀପାବଳି ନଭେମ୍ବର 12 ରବିବାର ଦିନ ପଡୁଛି । ପ୍ରତେକ ବର୍ଷ କାର୍ତ୍ତିକ ମାସ ଅମାବାସ୍ୟାରେ ଦୀପାବଳି ପାଳିତ ହୋଇଥାଏ । ଦୀପାବଳି ପର୍ବରେ ଅସତ୍ୟ ଉପରେ ସତ୍ଯର ଜୟ ହୋଇଥିଲା ଏମିତି ମାନ୍ୟତା ଅଛି ।

ପୁରାଣ ଶାସ୍ତ୍ର ଅନୁଯାୟୀ ଦୀପାବଳି ଅମାବାସ୍ୟାରେ ସମୁଦ୍ର ମନ୍ଥନ ହୋଇଥିଲା ଓ ସେଥିରୁ ମା ଲକ୍ଷ୍ମୀ ପ୍ରକଟ ହୋଇଥିଲେ । ଆଜି ଆମେ ଜାଣିବା ଦୀପାବଳିରେ କେଉଁ ଜିନିଷ ଦେଲେ ଗରିବୀ ଆସିଥାଏ । ଦୀପାବଳୀ ଦିନ ଗରିବ ବ୍ୟକ୍ତିଙ୍କୁ କମ୍ବଳ ଦାନ କରିବା ଦ୍ଵାରା ଜୀବନରେ ଥିବା ଶନି ଓ ରାହୁଙ୍କ ପ୍ରଭାବ କମ ହୋଇଥାଏ । ଏହି ଦିନ ରାତିରେ ମା ଲକ୍ଷ୍ମୀଙ୍କ ଚରଣ ତଳେ ଲାଲ କପଡାରେ ହଳଦୀ ବାନ୍ଧି ରଖନ୍ତୁ ।

ପୂଜା ପରେ ସେହି ହଳଦୀ କୁ ନିଜ ପର୍ସ ରେ ରଖନ୍ତୁ । ଏହି ଉପାୟ କରିବା ଦ୍ଵାରା କେବେ ବି ଧନର ଅଭାବ ହେବ ନାହିଁ । ଏହି ଦିନ କୌଣସି କିନ୍ନର ଙ୍କୁ ନିଶ୍ଚୟ ଦାନ କରନ୍ତୁ ଓ ତାଙ୍କ ଠାରୁ କଏନ ମାଗି ଆଣନ୍ତୁ । ଏହା ଦ୍ଵାରା କେବେ ଧନ ହାନି ହେବ ନାହିଁ । ଏହି ଦିନ କୁବେର ମହାରାଜାଙ୍କ ପୂଜା କରିବା ଉଚିତ । ଏହି ଦିନ ଦକ୍ଷିଣାବର୍ତ୍ତୀ ଶଙ୍ଖ ପୂଜା କରି ସ୍ଥାନ କରିବା ଦ୍ଵାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ।

ଏହି ଦିନ ଓସ୍ତ ଗଛରେ ଜଳ ଅର୍ପଣ କରିଲେ ଜାତକରେ ଶନି, ରାହୁ, କାଳସର୍ପ ଦୋଷ ଦୂର ହୋଇଥାଏ । ଧାନର ଭାବ ଦୂର ହୋଇଥାଏ । କୌଣସି ବଡ ଚିନ୍ତା ଥିଲେ ଏହି ଦିନ ଓସ୍ତ ଗଛ ମୂଳରେ କାଚର ଶିବଲିଙ୍ଗ ରଖନ୍ତୁ ଓ ପୂଜା କରନ୍ତୁ । ଏବେ ଆସନ୍ତୁ ଜାଣିବା କେଉଁ ଜିନିଷ ଏହି ଦିନ ଦେବା ଉଚିତ ନୁହେଁ ।

1- ଏହି ଦିନ ମା ଲକ୍ଷ୍ମୀ ଓ ଭଗବାନ ଗଣେଶଙ୍କ ମୂର୍ତ୍ତି କାହାକୁ ଉପହାର ଦିଅନ୍ତୁ ନାହିଁ ।

2- ଏହି ଦିନ ସୁନା, ଚାନ୍ଦି, ତମ୍ବା, ପିତଳରେ ତିଆରି ଜିନିଷ କାହାକୁ ଦେବା ଉଚିତ ନୁହେଁ ।

3- ଏହି ଦିନ ରେଶମୀ କପଡା କାହାକୁ ଦିଅନ୍ତୁ ନାହିଁ । ଏହା ମା ଲକ୍ଷ୍ମୀଙ୍କ ସ୍ୱରୂପ ହୋଇଥାଏ ।

4- ଏହି ଦିନ କେବେ ବି ଷ୍ଟିଲ ବା ଲୁହା ଜିନିଷ ଦେବା ଅନୁଚିତ ।

5- ଏହି ଦିନ ଲୁଣ, କ୍ଷୀର, ଦହି କାହାକୁ ଦିଅନ୍ତୁ ନାହିଁ । ଏହା ଦ୍ଵାରା ମା ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି । ଏହା ସହ ଛୁଞ୍ଚି ସୂତା କାହାକୁ ଦାନରେ ଦେବା ଅନୁଚିତ ।

6- ଏହି ଦିନ କାହାକୁ ଘଣ୍ଟା ଗିଫ୍ଟ ଆକାରରେ ଦିଅନ୍ତୁ ନାହିଁ । କାରଣ ଘଣ୍ଟାକୁ ସମୟର ସୂଚକ କୁହାଯାଏ । ଏହା ଦ୍ଵାରା ବ୍ଯକ୍ତିର ଖରାପ ସମୟ ଆରମ୍ଭ ହୋଇଥାଏ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *