ଡୋନାଲ୍ଡ ଟ୍ରମ୍ଫଙ୍କ ନିଷ୍ପତ୍ତି ଦ୍ଵାରା ହତାସ ଯୁବକ କହିଲେ- “ମୋର କେବଳ ଏତିକି ଭୁଲ ଯେ ମୁଁ ଭାରତରେ ଜନ୍ମ ହୋଇଛି”, ପଢନ୍ତୁ ସମ୍ପୁର୍ଣ୍ଣ ଖବର

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଆସନ୍ତା ଦୁଇ ମାସ ପାଇଁ ଦେଶରେ ଇମିଗ୍ରେସନ ପ୍ରୋସେସ ଉପରେ ହୋଲ୍ଡ କରିବାର ଘୋଷଣା କରିଛନ୍ତି । ତେବେ ଏହି ଘୋଷଣା ପାଇଁ H1B ଭିସା ଉପରେ କୌଣସି ପ୍ରକାର ପ୍ରଭାବ ପଡିବ ନାହିଁ, ତେବେ ଟ୍ରମ୍ଫଙ୍କ ଏହି ନିଷ୍ପତ୍ତି ଦ୍ଵାରା ବହୁତ ଲୋକଙ୍କ ଜୀବନ ଅଧାରେ ଲଟକି ଯାଇଛି, ଗୋଟେ ରିପୋର୍ଟ ଅନୁଯାଇ ଏହା ଜଣା ପଡିଛି ଯେ ଭାରତୀୟ ମୂଳର କେତେ ଲୋକ ଟ୍ରମ୍ଫଙ୍କ ଏହି ନିଷ୍ପତ୍ତି ଦ୍ଵାରା ବହୁତ ହତାସ ଏବଂ ନିରାଶ ହୋଇଛନ୍ତି । ୩୯ ବର୍ଷ ପ୍ରିୟଙ୍କା ନାଗାର କହିଛନ୍ତି ଯେ ‘ମୁଁ ସରକାରଙ୍କୁ ନିବେଦନ କରୁଅଛି ଯେ ଆମକୁ ଶତୃ ଭଳି ମନେ କରନ୍ତୁ ନାହିଁ’ ସଫ୍ଟୱେୟାର ଇଞ୍ଜିନିୟର ନାଗାର କହିଛନ୍ତି, ‘ମୁଁ ସ୍ଥାଇ ଭାବରେ ଆମେରିକନ ହବାକୁ ଚାହୁଁଛି, ଏହି ଦେଶ ଆମକୁ ବହୁତ କିଛି ଦେଇଛି ।’

ୟୁପିର ଗୋଟେ ଜିଲ୍ଲାରେ ନିଜ ପରିଜନ ସହ ବାସ କରୁଥିବା ନାଗାରଙ୍କ ସ୍ଵାମୀ ମାଇକ୍ରୋସଫ୍ଟ ରେ କାମ କରନ୍ତି, ଗୋଟେ ଭିଡିଓ କଲ ରେ ତାଙ୍କ ୫ ବର୍ଷ ଝିଅ କହିଲା ମା ଭାଇରସ ମରିଗଲେ ତମେ ଆସିବ, ମୁଁ ଭାଇରସ ମରିବାର ଅପେକ୍ଷା କରୁଛି । କଥା ସମାପ୍ତ କଲା ପରେ ନାଗାର କହିଲେ ବହୁତ ଥର କାନ୍ଦୁଛି କିନ୍ତୁ ତା ମନରେ ଆଶା ଅଛି ଯେ ଦିନେ ସବୁ କିଛି ଭଲ ହୋଇଯିବ ।

‘ମୁଁ ଭାରତ ରେ ଜନ୍ମ ହେଲି ଏହାହିଁ ଭୁଲ’:

ନାଗାର କହିଲେ, ଆମେରିକା ରେ ଆପଣଙ୍କ ପାଖରେ ଗୋଟେ ସାମାନ୍ୟ ଲକ୍ଷ ଦିଶା ରେ ପୁରା ଦୁନିଆ ଏକା ସହ କାମ କରୁଛନ୍ତି, ଆପଣ ଏହି ଭଳି ବିବିଧତା ଅନ୍ୟ କେଉଁଠି ପାଇବେ ନାହିଁ, ମତେ ଏହି ଦେଶ ପ୍ରେମ ଅଟେ । ୨୦୧୧ରେ ଗ୍ରୀନ କାର୍ଡ ପାଇଁ ଅପଲାୟ କରିଥିବା ଇଲେକ୍ଟ୍ରିକଲ ଇନଜିନିଅର ସୋମକ ଗୋସ୍ଵାମୀ କହିଛନ୍ତି ଯେ ଯେତେବେଳେ ପର୍ଯ୍ୟନ୍ତ ଏହି ନିୟମ ବଦଳି ଯାଇ ନାହିଁ ସେ ପର୍ଯ୍ୟନ୍ତ ମତେ ଗ୍ରୀନ କାର୍ଡ ପ୍ରାପ୍ତ ହବ ନାହିଁ । ମୋନ ସହ କାମ କରୁଥିବା ଅନ୍ୟ କେତେକ ଲୋକ ଯିଏ ୨୦୧୭ରେ ଆମେରିକା ଆସିଲେ ତାଙ୍କୁ ଗ୍ରୀନ କାର୍ଡ ପ୍ରାପ୍ତ ହୋଇଯାଇଛି ।

ମୋର କେବଳ ଏତିକି ଦୋଷ ଯେ ମୁଁ ଭାରତରେ ଜନ୍ମ ହୋଇଛି । ଟ୍ରମ୍ଫ ସୋମବାର ରାତିରେ ତ୍ଵିଟର ରେ ଲେଖିଲେ, ଅଦୃଶ୍ୟ ଶତ୍ରୁ ହମଲା କୁ ନଜର ରେ ରାଖୀ, ଏହା ସହ ଆମ ମହାନ ଆମେରିକୀୟ ନାଗରିକଙ୍କ ଚାକିରି ବଞ୍ଚେଇବା ପାଇଁ ମୁଁ ସଂଯୁକ୍ତ ରାଷ୍ଟ୍ର ରେ ଅସ୍ଥାଇ ରୂପରେ ଅପ୍ରବାସନ କୁ ନିଲମ୍ବିତ କରିବା ପାଇଁ ଗୋଟେ କାର୍ଯ୍ୟକାରୀ ଆଦେଶ ଉପରେ ହସ୍ତାକ୍ଷର କରିବି । ତେବେ ଏହି କାର୍ଯ୍ୟକାରୀ ଆଦେଶ ବର୍ତମାନ ରେ ହସ୍ତାକ୍ଷର କରା ଯାଇ ନାହିଁ ବୋଲି ସାମ୍ନା କୁ ଆସି ନାହିଁ ।

Leave a Reply

Your email address will not be published. Required fields are marked *