ଓଡିଶାର ନିଆରା Doctor, ସବୁ ଡାକ୍ତରଙ୍କ ପାଇଁ ବଡ ଉଦାହରଣ! ମାତ୍ର 1 ଟଙ୍କାରେ କରନ୍ତି ରୋଗୀଙ୍କ ଚିକିତ୍ସା…. ଦେଖନ୍ତୁ କାମକୁ ନେଇ କଣ କହୁଛନ୍ତି Dr Shankar Ramchandani

ବନ୍ଧୁଗଣ ଆଜିର ସମୟରେ ଖାଦ୍ୟ ସାମଗ୍ରୀ ଠାରୁ ଆରମ୍ଭ କରି ଗ୍ଯାସ, ପେଟ୍ରୋଲ ଦର ବୃଦ୍ଧି ପାଇବାରେ ଲାଗିଛି । ଯଦି ସ୍ୱାସ୍ଥ୍ୟ ଖରାପ ହୁଏ ତେବେ ତାହା ମଧ୍ୟ ମହଙ୍ଗା ପଡିବ ବୋଲି କହିଲେ କିଛି ଭୁଲ ହେବ ନାହି । ଯେଉଁଠି ସ୍ୱାସ୍ଥ୍ୟ ସେବା ଅତି ବ୍ୟୟ ବହୁଳ ସେଠାରେ ଗରିବ ଲୋକଙ୍କୁ ମାତ୍ର ୧ ଟଙ୍କା ଚିକିତ୍ସା ଦେବା ସହ ୧ ଟଙ୍କାରେ ଔଷଧ ଦେଇଛନ୍ତି ଡାକ୍ତର । ଜାତୀୟ ସ୍ତରରେ ଖ୍ଯାତି ଲାଭ କରି ୧ ଟଙ୍କିଆ କ୍ଲିନିକ ଖୋଲିଛନ୍ତି ଭୀମସା ବୁର୍ଲାର ମେଡ଼ିସିନ ବିଭାଗର ଆସିଷ୍ଟାନ୍ଟ ପ୍ରଫେସର ଡାକ୍ତର ଶଙ୍କର ରାମଚନ୍ଦାନି ଯିଏ କି ୧ ଟଙ୍କାରେ କ୍ଲିନିକ ଖୋଲିବା ସହ ୧ ଟଙ୍କାରେ ଔଷଧ ମଧ୍ୟ ଦେଉଛନ୍ତି ।

ରାମଚନ୍ଦାନୀ ଏହା ବିଷୟରେ ମତ ଦେଇଛନ୍ତି ତାଙ୍କ ପରିବାର ହେଉଛି ମଧ୍ୟବିତ୍ତ ଶ୍ରେଣୀରେ ଯେଉଁଠି ୩୨ ଜଣ ସଦସ୍ୟ ଥିଲେ । ଏମିତିକି ତାଙ୍କ ବାପା ବହୁତ କଷ୍ଟ କରି ପରିବାର ଚାଲିବା ସହ ମା ସିଲାଇ କରୁଥିଲେ । ଏମିଟିକି ତାଙ୍କ ଘରେ ୨ ଜଣ କ୍ୟାନ୍ସର ରୋଗୀ ମଧ୍ୟ ଥିଲେ ଯାହାର କଷ୍ଟ ସେ ଦେଖିବା ସହ ଅନୁଭବ ମଧ୍ୟ କରିଛନ୍ତି ।

ଏମିତିକି ତାଙ୍କ ଗାଁରେ ରୋଗୀ ମାନେ ଡାଇରିୟାରେ ମରିବାର ମଧ୍ୟ ସେ ଦେଖିଛନ୍ତି । ତାଙ୍କ ବାପାଙ୍କର ସ୍ଵପ୍ନ ଥିଲା ସେ ବଡ ହୋଇ ଚିକିତ୍ସକ ହେବେ ଆଉ ଏକ ବଡ ହସପିଟାଲ ଖୋଲିବେ । ସେଥିପାଇଁ ସେ ୧ ଟଙ୍କିଆ କ୍ଲିନିକ ଖୋଲିବା ସହ ୧ ଟଙ୍କାରେ ଔଷଧ ମଧ୍ୟ ଲୋକଙ୍କୁ ଯୋଗାଇ ଦେଉଛନ୍ତି ନିଜର ଦରମା ପଇସାରେ ।

ଡାକ୍ତର ରାମଚନ୍ଦାନି ଆଗକୁ କହିଛନ୍ତି ସେ ଯେତିକି ଦରମା ପାଉଛନ୍ତି ଢେର ପାଉଛନ୍ତି ସେଥିପାଇଁ ସେ ନିଜର ଖର୍ଚ୍ଚକୁ ଛାଡି ଅନ୍ୟ ଟଙ୍କାରେ ଗରିବ ଲୋକଙ୍କର ଚିକିତ୍ସାରେ ଲଗାଉଛନ୍ତି । ଲୋକେ ୧ ଟଙ୍କାରେ ଚିକିତ୍ସା କରାଉଥିଲେ ମଧ୍ୟ ତାଙ୍କ ପାଖରେ ଔଷଧ କିଣିବାକୁ ପଇସା ନ ଥିଲା । ସେଥିପାଇଁ ସେ ୧ ଟଙ୍କାରେ ଔଷଧ ଦେବାର ନିସ୍ପତି ନେଲେ ।

ଯେବେ ସେ ୧ ଟଙ୍କାରେ ମେଡ଼ିସିନ ଦେବା ଆରମ୍ଭ କରିଥିଲେ କଷ୍ଟ ହୋଇଥିଲା କିନ୍ତୁ ବଦାନ୍ୟ ଲୋକଙ୍କର ସହାୟତା ମିଳିଛି । ସରକାରଙ୍କ ଜଣ ଔଷଧୀରୁ କିଛି ମେଡ଼ିସିନ କିଣିକି ଆଣୁଛନ୍ତି ଆଉ କମ ଦାମରେ କିଣିବା ସହ ୧ ଟଙ୍କାରେ ରୋଗୀଙ୍କୁ ଦେଉଛନ୍ତି । ତାଙ୍କ ଦ୍ଵାରା ଯେତେ ସମ୍ଭବ ସେ ସେତିକି କରିବା ପାଇଁ ଚେଷ୍ଟା କରୁଛନ୍ତି ।

ଏଥିପାଇଁ ସେ ବଦାନ୍ୟ ଲୋକଙ୍କୁ ଅନୁରୋଧ କରୁଛନ୍ତି ଗରିବ ଲୋକଙ୍କୁ ଔଷଧ ଯୋଗାଇ ଦେବା ପାଇଁ । ଗରିବ ତାଙ୍କ ମୁଣ୍ଡରେ ହାତ ରଖି ଆଶୀର୍ବାଦ ଦେଉଛନ୍ତି ସେଇଟା ହେଉଛି ସବୁଠାରୁ ବଡ ସମ୍ପତି ବୋଲି ରାମଚନ୍ଦାନୀ କହିଛନ୍ତି । ବର୍ଷକୁ ସେ ୭୦୦୦ ରୋଗୀ ଦେଖି ୭୦୦୦ ଟଙ୍କା ରୋଜଗାର କରିଥିଲେ ମଧ୍ୟ ତାଙ୍କ ମୁହଁରେ ହସ ଦେଖିଛନ୍ତି ତାହା ହେଉଛି ସବୁଠାରୁ ବଡ ଦୁଖ ।

ତାଙ୍କର ଏଭଳି ମହାନ କାମ ପାଇଁ ଶିକ୍ଷକ, ଛାତ୍ରମାନେ ପ୍ରୋଶ୍ଚାନନ କରିଛନ୍ତି ଯାହା ତାଙ୍କ ପାଇଁ ପ୍ରେରଣା । କୃଷ୍ଠ ରୋଗୀଙ୍କୁ ମଧ୍ୟ ସାହାଜ୍ଯ କରୁଛନ୍ତି ରାମଚନ୍ଦାନି । ବନ୍ଧୁଗଣ ଆପଣଙ୍କର ଡାକ୍ତର ରାମଚନ୍ଦାନିଙ୍କ ଏଭଳି ପଦକ୍ଷେପ ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *