ଅଭିନେତ୍ରୀ Bidusmita ହେଲେ ଧୋକାର ଶିକାର, ଖଣ୍ଡଗିରି ଥାନାରେ କଲେ ଅଭିଯୋଗ… ଦେଖନ୍ତୁ Video କଣ ସମ୍ପୂର୍ଣ୍ଣ ଖବର

ନମସ୍କାର ବନ୍ଧୁଗଣ । ଆପଣ ମାନେ ଓଲିଉଡ ଅଭିନେତ୍ରୀ ବିଦୂସ୍ମିତା ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ଓଡିଆ ସିରିଏଲ କରିବା ସହ ଫିଲ୍ମ ରେ ମଧ୍ୟ ନିଜର ଅଭିନୟ ପରିଦର୍ଶନ କରିଛନ୍ତି । ତାଙ୍କର ଚମତ୍କାର ଅଭିନୟ ପାଇଁ ସେ ଖୁବ ଲୋକପ୍ରିୟତା ହାସଲ କରି ପାରିଛନ୍ତି । ତେବେ ବର୍ତ୍ତମାନ ସମୟରେ ତାଙ୍କ ସମ୍ପର୍କ ରେ ଏକେ ବଡ ଖବର ଆସି ପହଞ୍ଚିଛି । ସୂଚନା ଅନୁଯାୟୀ ଅଭିନେତ୍ରୀ ବିଦୂସ୍ମିତା ଙ୍କୁ ଜମି କିଣି ଦେବାକୁ କହି ତାଙ୍କ ଠାରୁ ୧୫ ଲକ୍ଷ ଟଙ୍କା ଠକି ନେଇଛି ଜଣେ ଦଲାଲ । ଆଉ ଏ ନେଇ ଖଣ୍ଡଗିରୀ ଥାନା ରେ ଅଭିଯୋଗ କରିଛନ୍ତି ବିଦୂସ୍ମିତା ।

ସୂଚନା ଅନୁଯାୟୀ ତାଙ୍କ ଠାରୁ ଜଣେ ବିଲଡର ୧୫ ଲକ୍ଷ ଟଙ୍କା ଠକି ନେଇଛି ଯାହାକୁ ଖଣ୍ଡଗିରି ଥାନା ର ଦ୍ଵାରସ୍ଥ ହୋଇଛନ୍ତି ଓଲିଉଡ ଅଭିନେତ୍ରୀ ବିଦୂସ୍ମିତା । ସୂଚନା ଅନୁଯାୟୀ ୨୦୧୯ ରେ ଜମି କିଣିବା ପାଇଁ ରିୟାଲ ଡେଭଲପର୍ସ ଆଣ୍ଡ କଣ୍ଟ୍ରାକ୍ଟସନ ଲିମିଟେଡ ନାମକ ଏକ ସଂସ୍ଥା ସହ ଯୋଗାଯୋଗ କରିଥିଲେ ବିଦୂସ୍ମିତା ।

ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଅରୁଣ ଜ୍ଯୋତି ପଟ୍ଟନାୟକ ବିଦୂସ୍ମିତା ଙ୍କୁ କଳିଙ୍ଗ ବିହାର ରେ ଏକ ଜମି କିଣାଇ ଦେବେ ବୋଲି କହିଥିଲେ । ଚୁକ୍ତି ଅନୁଯାୟୀ ଜମି କିଣିବା ଆଗରୁ ୧୫ ଲକ୍ଷ ଟଙ୍କା ଓ ପଞ୍ଜୀକରଣ କରିବା ପରେ ବକିୟା ଟଙ୍କା ସଂସ୍ଥା କୁ ଦେବେ ବୋଲି ବିଦୂସ୍ମିତା କହିଥିଲେ ।

ଆଉ ଯାହା ପାଇଁ ଅଗ୍ରୀମ ୧୫ ଲକ୍ଷ ଟଙ୍କା ଦେଇଥିଲେ ଅଭିନେତ୍ରୀ ବିଦୂସ୍ମିତା । ଟଙ୍କା ଦେବାର ଦୁଇ ମାସ ପରେ ଜମିର ପଞ୍ଜୀକରଣ କରାଯିବ ବୋଲି ଅରୁଣ ଜ୍ଯୋତି କହିଥିଲେ । କିନ୍ତୁ ଦୁଇ ମାସ ବିତିଯାଇ ଦୁଇ ବର୍ଷ ବିତି ଯାଇଥିଲା ମଧ୍ୟ ଅରୁଣ ବିଦୂସ୍ମିତାଙ୍କର ପଞ୍ଜୀକରଣ କରିଲେ ନାହି କି ତାଙ୍କର ଟଙ୍କା ଫେରସ୍ତ କରିଲେ ନାହି ।

ଏମିତିକି ଉକ୍ତ ସଂସ୍ଥା ଓ କର୍ତ୍ତୁପକ୍ଷ ଙ୍କୁ ବାରମ୍ବାର ଫୋନ କରି ଏହି ବିଷୟରେ ଜଣାଇଥିଲେ ବିଦୂସ୍ମିତା କିନ୍ତୁ କେହି ସନ୍ତୋଷଜନକ ଉତ୍ତର ଦେଇ ନ ଥିଲେ । ତେଣୁ ବାଧ୍ୟ ହୋଇ ଆଜି ବିଦୂସ୍ମିତା ଖଣ୍ଡଗିରୀ ଥାନା ରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ କୁ କେନ୍ଦ୍ର କରି ଖଣ୍ଡଗିରୀ ପୋଲିସ ମାମଲା ରୁଜୁ କରିବା ସହ ଏହି ଘଟଣା ର ଯାଞ୍ଚ ଆରମ୍ଭ କରିଛି ।

ତେବେ ଦେଖିବାକୁ ବାକି ରହିଲା ବିଦୂସ୍ମିତା ଙ୍କୁ ଧୋକା ଦେଇଥିବା ଅରୁଣ ଜ୍ଯୋତି ପଟ୍ଟନାୟକ ଙ୍କୁ କେବେ ଗିରଫ କରିବା ପୋଲିସ । ତେବେ ବିଦୂସ୍ମିତା ଯେଉଁ ଠକାମିର ଶିକାର ହେଇଛନ୍ତି ପୋଲିସ ଏହା ବିରୁଦ୍ଧରେ ଆଗକୁ କେଉଁ ଭଳି ତଦନ୍ତ କରିବା ଆଉ ଯେଉଁ ସଂସ୍ଥା କୁ ବିଦୁସ୍ମିତା ଟଙ୍କା ଦେଇଛନ୍ତି ତା ବିରୁଦ୍ଧରେ ପୋଲିସ କଣ କଣ ପଦକ୍ଷେପ ନେବ ତାହା ଦେଖିବା ବାକି ରହିଲା ।

ତେବେ ଏବେ ବଡ ଜଣେ ହସ୍ତୀ ବା ଅଭିନେତ୍ରୀ ଙ୍କୁ ଦଲାଲ ଠକି ଦେଲା ଆଉ ତାଙ୍କ ଠାରୁ ଟଙ୍କା ଲୁଟ କରି ନେଲା ତାହା ସବୁଠାରୁ ଆଶ୍ଚର୍ଯ୍ୟ ଜନକ କଥା । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *