ମୋ ଘର ଆଗରୁ ଚାଲିଯାଅ Dipika, ମୁଁ କେବେ ତୁମକୁ ଗ୍ରହଣ କରିବିନି… ଦେଖନ୍ତୁ କାହିଁକି ଏମିତି କହିଲେ Dinesh

ତୁମକୁ ମୁଁ ଗ୍ରହଣ କରିବାକୁ ବାଧ୍ୟ ନୁହେଁ କି ଗ୍ରହଣ କରିପାରିବି ନାହି ତୁମ ଓ ମୋ ଭିତରେ ପ୍ରେମ ଥିଲା କିନ୍ତୁ ଦୀପିକା ତୁମେ ଏଭଳି ବାଧ୍ୟବାଧକତାରେ ମୋ ଘର ଆଗରେ ବସି ତୁମେ ପସିବାକୁ ଚେଷ୍ଟା କରୁଛ । ଯାହା କି ମୁଁ ଚାହୁଁ ନାହି । ପ୍ରେମ ଥିଲା ସମ୍ପର୍କ ମଧ୍ୟ ରହିଥିଲା ହେଲେ ତୁମେ ମୋ ଘର ଆଗରେ ବସିବ ମୁଁ କେବେ ଭାବି ନ ଥିଲି । ଆଉ ପିଲାକୁ ଜନ୍ମ ଦେଇ ପୁଣି ବାପାର ଅଧିକାର ମୋତେ ମାଗିବ ଏହା କେବେ ମୁଁ ଜାଣି ନ ଥିଲି । ତୁମେ ଜାଣିଛ ଆମର ହାଇ ଷ୍ଟାଟସ ପରିବାର ତୁମର ଷ୍ଟାଟସ ତୁମେ ଜାଣିଛ । ଆଉ ମୋ ଘର ଲୋକେ ତୁମକୁ ଗ୍ରହଣ କରିବେ ନାହି କି ମୁଁ ମଧ୍ୟ ଚାହୁଁ ନାହି ।

ତୁମେ କେତେ ଦିନ ବସୁଛ ମୋ ଘର ଆଗରେ ବସ । ତେବେ ଏଭଳି ଅଭିଯୋଗ କରିଛନ୍ତି ବ୍ରହ୍ମପୁର ସହରର ଦୀପିକା ଯିଏ ନିଜ ପିଲକୁ ଧରି ପ୍ରେମିକ ଦିନେଶ ଘର ଆଗରେ ଦୀର୍ଘ ୬ ଦିନ ହେବ ଧାରଣା ଦେଇ ବସିଛନ୍ତି । ଦୀପିକା କହିଛନ୍ତି ପୁଅର ଘର ଲୋକେ ବହୁତ ହାଇ ଷ୍ଟାଟସ ର ହୋଇଥିବାରୁ ତାଙ୍କୁ ବୋହୁ ଭାବେ ଗ୍ରହଣ କରିବାକୁ ନାରାଜ ।

ଦିନେ ଯେଉଁ ଦିନେଶ ପାଗଳ ଭଳି ଦୀପିକାଙ୍କୁ ଭଲ ପାଉଥିଲେ ବୋଲି ଦାବି କରୁଥିଲେ ଆଜି ସେ ଦୀପିକା ଙ୍କୁ ଦେଖି ବି ଅଣଦେଖା କରି ଚାଲି ଯାଉଛନ୍ତି । ଦିନ ଥିଲା ଦିନେଶ ଦୀପିକାଙ୍କୁ ବେସ ସ୍ପା ସୋ ରୁମରୁ ଭଲ ପାଇଥିଲେ । ଏମିତି ଅନେକ ସ୍ଵପ୍ନ କଥା ଦୀପିକାଙ୍କୁ ଦେଇଥିଲେ ଦିନେଶ । ସାରା ଜୀବନ ପାଇଁ ହାତ ଧରି ବଞ୍ଚିବାକୁ କଥା ଦେଇଥିଲେ ଦିନେଶ ।

ପ୍ରେମ ସମ୍ପର୍କ ରଖିବା ସମୟରେ ଦିନେଶ ଦୀପିକାଙ୍କ ହାତ ଛାଡିବେ ନାହି ବୋଲି କଥା ଦେଇଥିଲେ । ପ୍ରତି ମୂହୁର୍ତ୍ତରେ ପ୍ରତି ସେକେଣ୍ଡ ରେ ତୁମ ସହ ରହିବି ତୁମର ସାଥ ଦେବି ଆଉ ଶେଷ ନିଶ୍ଵାସ ହେବା ଯାଏଁ ହାତ ଛାଡିବି ନାହି ବୋଲି ଦିନେଶ ପ୍ରତିଶୃତି ଦେଇଥିଲେ ଦୀପିକାଙ୍କୁ । କିନ୍ତୁ ଯେବେ ଦୀପିକା ନିଜର ଛୁଆକୁ ଏ ଦୁନିଆକୁ ଆଣିଲେ ସେହି ସମୟରେ ହାତ ଛାଡି ଦେଲେ ଦିନେଶ ।

ତେବେ ପ୍ରଶ୍ନ ଉଠୁଛି ଦିନେଶ ଏମିତି କାହିଁକି କରିଲେ । ପାଗଳ ଭଳି ଭଲ ପାଇଲେ ଶାରୀରିକ ସମ୍ପର୍କ ରଖିଲେ ହେଲେ ଛୁଆ ଜନ୍ମ ହେବା ପରେ କଣ ପାଇଁ ଦୂରେଇ ଗଲେ ଦିନେଶ ଦୀପିକାଙ୍କ ଠାରୁ । ଏ କେଉଁ ଭଳି ଷ୍ଟାଟସ ? ଷ୍ଟାଟସ କଣ ପ୍ରେମ କୁ ଅଲଗା କରି ଦେଇପାରେ ?

ଦୀପିକା ନିଜର ଜିଦରେ ଅଟଳ ଅଛନ୍ତି ଆଉ କହିଛନ୍ତି ଦିନେଶ ଯେତେ ଯାଏଁ ତାଙ୍କୁ ଓ ତାଙ୍କ ଛୁଆକୁ ଗ୍ରହଣ କରି ନାହାନ୍ତି ତାଙ୍କ ଘର ଆଗରୁ ଉଠିବେ ନାହି । ଅନ୍ୟ ପକ୍ଷରେ ପ୍ରମିଳା ତ୍ରିପାଠି ମଧ୍ୟ ଦୀପିକାଙ୍କୁ ସାହାଜ୍ଯ କରିବା ଆସି ପହଞ୍ଚି ଯାଇଛନ୍ତି ।

ଏହି ଯୁଦ୍ଧରେ ଲଢେଇ ଜାରି ରଖିବାକୁ ପ୍ରମିଳା ଦୀପିକାଙ୍କୁ କହିଛନ୍ତି । ତେବେ ଦେଖିବାକୁ ବାକି ରହିଲା ଦିନେଶଙ୍କ ଘରେ ଲୋକେ କେବେ ଗେଟ ଖୋଲିବେ । ବନ୍ଧୁଗଣ ଆପଣଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *