Draupadi Murmuଙ୍କ ପ୍ରେମ କାହାଣୀ ବିଷୟରେ ଜାଣି ଆପଣଙ୍କ ଆଖିରେ ଆସିଯିବ ଲୁହ…

ବନ୍ଧୁଗଣ ଗୋଟିଏ ଗାଈ, ଗୋଟିଏ ବଳଦ ଓ ୧୬ ଯୋଗା ଲୁଗାର କାହାଣୀ ହେଉଛି ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର । ମୟୂରଭଞ୍ଜ ଜିଲ୍ଲାର ଏକ ଆଦିବାସୀ ଗାଁ ର ରାଇସିନା ହିଲ୍ସ । ମୁର୍ମୁଙ୍କ କାହାଣୀ ଗଣତନ୍ତ୍ରର ଜୟ ଯାତ୍ରା ଓ ଜନତାର ଶକ୍ତି ବାବଦରେ କୁହେ । ଏହା ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ହିନ ସମଭାବ । ଯେବେ ସମାଜର ସବୁଠାରୁ ତଳ ସ୍ତରରୁ ଆସିଥିବା ବ୍ୟକ୍ତି ସତ୍ତାର ସର୍ବୋଚ୍ଚ ଶିଖରରେ ପହଞ୍ଚନ୍ତି ମୁର୍ମୁଙ୍କ ମହାମହିମ ହେବ ପଛରେ ରହିଛି ସଙ୍ଘର୍ଷର ଲମ୍ବା ଯାତ୍ରା । ଯାହା ପାହାଡିଆ ରାସ୍ତାରୁ ଆରମ୍ଭ ହୋଇ ରାଇସିନା ହିଲ୍ସରେ ପହଞ୍ଚିଛି ।

ଓଡିଶା ପାଇଁ ଗର୍ବର ଏହି ମୂହୁର୍ତ୍ତରେ ଆସନ୍ତୁ ଜାଣିବା ଏକ ପ୍ରେମ କାହାଣୀ ବିଷୟରେ ଯେଉଁଠି ନାୟକ ନାୟିକାଙ୍କୁ ପାଇବାକୁ ତା ଗାଁରେ ୫ ଦିନ ଆଗି ଡେରା ପକାଇଥିଲେ ଆଉ ଶେଷରେ ସେମାନଙ୍କର ପ୍ରେମ କାହାଣୀର ସୁଖଦ କ୍ଲାଇମ୍ଯାକ୍ସ ବି ଆସେ । ଏହି କାହାଣୀର କେନ୍ଦ୍ର ହେଉଛନ୍ତି ଦ୍ରୌପଦୀ ମୁର୍ମୁ । ତାଙ୍କର ପୂର୍ବ ନାମ ଥିଲେ ଦ୍ରୌପଦୀ ଡୁଡୁ ଯାହା ତାଙ୍କର ମୁର୍ମୁ ବନିବାର କାହାଣୀ ।

ସେ ସପ୍ତମ ଶ୍ରେଣୀ ପାସ କରିବା ପରେ ୧୯୬୯ରେ ଭୁବନେଶ୍ବର ଆବାସିକ ହାଇସ୍କୁଲକୁ ପଢା ପାଇଁ ଆସିଥିଲେ । ୧୯୭୩ରେ ସ୍କୁଲ ପାସ ହେବା ପରେ ଦ୍ରୌପଦୀ ଭୁବନେଶ୍ଵର ସ୍ଥିତ ରମାଦେବୀ କଲେଜରେ ନାମ ଲେଖାଇ ଥିଲେ । ଆଉ ଏହି ଠାରୁ ଆରମ୍ଭ ହୋଇଥିଲା ତାଙ୍କ ଜୀବନର ଆଉ ଗୋଟେ ଅଧ୍ୟାୟ ।

ସେହି ସମୟରେ ମୟୂରଭଞ୍ଜର ପାହାଡପୁର ନାମକ ଆଦିବାସୀ ଗାଁର ଶ୍ୟାମ ଚରଣ ମୁର୍ମୁ ମଧ୍ୟ ଗୋଟିଏ କଲେଜରେ ପଡୁଥିଲେ । ଦ୍ରୌପଦୀ ଓ ଶ୍ୟାମଙ୍କ ମଧ୍ୟରେ ଦେଖା ସାକ୍ଷାତରୁ ପ୍ରେମ ଆରମ୍ଭ ହୋଇଥିଲା । ଏହି କାହାଣୀ ୪୦ରୁ ଅଧିକ ବର୍ଷର ତଳର କଥା । ଶ୍ୟାମ ଏହି ପ୍ରେମକୁ ବିବାହର ରୂପ ଦେବାକୁ ଚାହୁଁଥିଲେ ।

ଗାଁରେ ପହଞ୍ଚି ଶ୍ୟାମ ନିଜର ଦାଦା ଓ ଅନ୍ୟ କିଛି ସମ୍ପର୍କୀୟଙ୍କ ଆଗରେ ଦ୍ରୌପଦୀଙ୍କ ଆଗରେ କଥା ହୋଇଥିଲେ । ସେମାନଙ୍କୁ ନେଇ ଶ୍ୟାମ ଦ୍ରୌପଦୀଙ୍କ ଗାଁ ଉପର ବେଢାରେ ପହଞ୍ଚିଥିଲେ । ଦ୍ରୌପଦୀଙ୍କ ଆଗରେ ଶ୍ୟାମ ଚରଣଙ୍କ ଦାଦା ବିବାହ ପ୍ରସ୍ତାବ ରଖିଥିଲେ । କିନ୍ତୁ ଦ୍ରୌପଦୀଙ୍କ ବାପା ପ୍ରେମ ବିବାହ ପାଇଁ ରାଜି ନ ହେବାରୁ ଶ୍ୟାମ ନିଜ ଜିଦରେ ଅଟଳ ରହି ଉପରବେଢା ଗାଁରେ ସେ ୩ ଦିନ ରହିଥିଲେ । ଶେଷରେ ଦ୍ରୌପଦୀଙ୍କ ବାପା ବିବାହ ପାଇଁ ରାଜି ହୋଇଥିଲେ ।

ଆଦିବାସୀ ସମାଜର ପ୍ରଥା ଅନୁଯାୟୀ ପୁଅ ଘରକୁ ଝିଅ ଘରକୁ ଯୌତୁକ ଦେବାକୁ ପଡିଥାଏ । ଶ୍ୟାମଙ୍କୁ ଦ୍ରୌପଦୀଙ୍କ ହାତ ବଦଳରେ ଗୋଟେ ଗାଈ ବଳଦ, ୧୬ ଯୋଗା ଲୁଗା ମଗାଯାଇଥିଲା । ଶ୍ୟାମ ତୁରନ୍ତ ରାଜି ହୋଇଥିଲେ । ୧୯୮୦ରେ ଦ୍ରୌପଦୀଙ୍କ ବିବାହ ଶ୍ୟାମଙ୍କ ସହ ହୋଇଥିଲା । ଆଉ ଏହା ପରେ ଦ୍ରୌପଦୀ ଡୁଡୁ ପାଲଟିଥିଲେ ଦ୍ରୌପଦୀ ମୁର୍ମୁ । ସବୁଠାରୁ ରୋଚକ କଥା ହେଉଛି ଦ୍ରୌପଦୀ ଓ ଶ୍ୟାମଙ୍କ ବିବାହ କେଉଁ ମାସ କେଉଁ ତାରିଖରେ ହୋଇଥିଲା ତାହା କେହି ମାନେ ରଖି ନାହାନ୍ତି । ବନ୍ଧୁଗଣ ଆପଣଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *