ଦୁନିଆର ସବୁଠାରୁ ଶକ୍ତିଶାଳୀ ଜୁଷ କଣ ଅଟେ ? ଏହାର ସେବନ ଦ୍ଵାରା କେଉଁ ସବୁ ଚମତ୍କାରୀ ଫାଇଦା ମିଳିଥାଏ ! Health tips

ବନ୍ଧୁଗଣ କଥାରେ ଅଛି । ଯଦି ଶରୀର ସଫା ରହିଥାଏ । ତେବେ ଶରୀରରେ ବିଭିନ୍ନ ପ୍ରକାର ରୋଗବେମାରୀ ସୃଷ୍ଟି ହୋଇନଥାଏ । ତେଣୁ ଶରୀର ସଫା ରହିଲେ ରୋଗ ବେମାରୀ ନହୋଇବା ସହ ମନ ମଧ୍ୟ ପ୍ରଫୁଲ୍ଲିତ ରହିଥାଏ । ତେବେ ଶରୀର ଭିତରକୁ ସଫା ରଖିବା ପାଇଁ ଲୋକେ କେତେ କଣ ଉପାୟ ଆପଣାଇ ଥାନ୍ତି । ହେଲେ ଏଠାରେ ଆମେ ଯେଉଁ ଜୁଷ ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ । ଏହି ଜୁଷର ସେବନ ଦ୍ଵାରା ଆପଣ ନିଜ ଶରୀରରେ ଜମି ରହିଥିବା ସବୁ ବିଷାକ୍ତ ଓ ଅପରିଷ୍କାର ପଦାର୍ଥକୁ କାଢି ବାହାର କରିଦେଇଥାଏ ।

ଯାହା ଦ୍ଵାରା ଆପଣଙ୍କର ଶରୀର ଭିତରେ କୌଣସି ପ୍ରକାର ମଇଳା ଜମିକି ରହିନଥାଏ । ତେବେ ଆମେ ମାନେ ପ୍ରତିଦିନ ଖାଉଥିବା ଖାଦ୍ୟ ମଳ ରୂପରେ ବାହାରକୁ ବାହାରି ଯାଉଥିଲେ ମଧ୍ୟ କିଛି କିଛି ସେହି ସବୁ ଖାଦ୍ୟ ଅଂଶ ଶରୀରରେ ବର୍ଷ ବର୍ଷ ଜମି ହୋଇ ରାହିଜାଇଥାଏ । ତେଣୁ ଯାହାକି ଶରୀର ମଧ୍ୟରେ ଜମି ରହି ବିଭିନ୍ନ ପ୍ରକାର ବଡ ବଡ ସ୍ଵାସ୍ଥ ଜନିତ ସମସ୍ଯାର କାରଣ ପାଲଟି ଥାଏ ।

ତେଣୁ ଏହି ସବୁ ଟକ୍ଷିକ ବା ବିଷାକ୍ତ ପଦାର୍ଥକୁ ଶରୀର ମଧ୍ୟରୁ ବାହାର କରିବା ପାଇଁ ଆମକୁ ଯେଉଁ ଜୁଷର ସେବନ କରିବାକୁ ପଡିବ ତାହା ହେଉଛି ପାଣି କଖାରୁ ଜୁଷ । ଏହି ଜୁଷର ସକାଳୁ ପ୍ରତିଦିନ ସେବନ କରିବା ଦ୍ଵାରା ଶରୀରରେ ଜମି ରହିଥିବା ଜିଦିରୁ ଜିଦି ଅପରିଷ୍କାର ପଦାର୍ଥ ଶରୀରରୁ ବାହାରିକି ଚାଲି ଆସିଥାଏ । ଏଥିସହ ଶରୀର ଭିତର ସଫା ହୋଇବା ଦ୍ଵାରା ତାହା ଆପଣଙ୍କ ସ୍କିନରେ ସ୍ପଷ୍ଠ ଭାବେ ଦେଖାଯାଇଥାଏ ।

କାରଣ ପୂର୍ବ ଅପେକ୍ଷା ଆପଣଙ୍କ ଚେହେରା ତଥା ସଂପୂର୍ଣ୍ଣ ବଡି ସ୍କିନ ଦାଗମୁକ୍ତ ଓ ଉଜ୍ଜଳ ହୋଇଯାଇଥାଏ । ସେଥିପାଇଁ ଆପଣ 1 ଗ୍ଳାସ ପାଣି କଖାରୁ ଜୁଷ ପ୍ରସ୍ତୁତ କରିବା ପାଇଁ ପାଖାପାଖି 250 ଗ୍ରାମର ପାଣି କଖାରୁକୁ କାଟନ୍ତୁ । ସେଥିରେ ଥିବା ଚୋପା ଓ ମଞ୍ଜିକୁ ବାହାର କରି ଦିଅନ୍ତୁ । ତାପରେ ତାହାକୁ ଛୋଟ ଛୋଟ ପିସରେ କାଟି କାଟି ଗ୍ରାଇଣ୍ଡିଙ୍ଗ କରି ଦିଅନ୍ତୁ ।

ତାପରେ ଏକ ପତଳା କପଡା ସାହାଜ୍ଯରେ ପାଣି କଖାରୁର ଅଂଶରୁ ତାହାର ରସ ବାହାର କରିଦିଅନ୍ତୁ । ଏହି ଜୁଷ ପ୍ରସ୍ତୁତ କରିବାର 15 ମିନିଟ ମଧ୍ୟରେ ହିଁ ତାହାର ସେବନ କରନ୍ତୁ । ଏହି ଜୁଷରେ କୌଣସି ପ୍ରକାର ଜିନିଷର ଆଡ୍ ନକରି କେବଳ ପାଣି କଖାରୁର ଜୁଷ ବାହାର କରି ତାହାକୁ ହିଁ ପିଅନ୍ତୁ ।

ସକାଳୁ ଏହାକୁ ଖାଲି ପେଟରେ ସେବନ କରିବା ସହ ସେବନର କରିବାର 1 ରୁ 2 ଘଣ୍ଟା ପର୍ଯ୍ୟନ୍ତ କିଛି ଅନ୍ୟ ଜିନିଷ ଖାଆନ୍ତୁ ନାହିଁ । କାରଣ ଏହାକୁ ପିଇବା ପରେ ତାହା ଶରୀର ମଧ୍ୟକୁ ଯାଇ ଭଲ ଭାବରେ ଶରୀରକୁ ସଫା କରି ଶରୀରରେ ଜମି ରହିଥିବା ଅପରିଷ୍କାର ପଦାର୍ଥକୁ ବାହାରକୁ ଆଣିବା ପାଇଁ କାମ କରୁଥାଏ । ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *