ଦୁନିଆର ଏହି ସବୁ ଦେଶକୁ ବର୍ବାଦ କରିସାରିଲାଣି କରୋନା ଭାଇରସ, କେଉଁ ଦେଶରେ କେତେ ସଂକ୍ରମିତ ଓ କେତେ କଲେଣି ମୃତ୍ୟୁ ବରଣ ଜାଣନ୍ତୁ

ବିଶ୍ଵର ପ୍ରାୟତଃ ଦେଶରେ ବ୍ୟାପୀଥିବା କରୋନା ଭାଇରସ ବ ‘କୋବିଡ ୧୯’ର ପ୍ରକୋପ ଥମିବାର ନାମ ହିଁ ନେଉନି, ଏପର୍ଯ୍ୟନ୍ତ ଏହି ଭୟଙ୍କର ଭାଇରସ ଦ୍ଵାରା ପୁରା ଦୁନିଆରେ ୨୭,୩୭୨ ଲୋକଙ୍କ ମୃତ୍ୟୁ ହୋଇ ସାରିଛି, ତେବେ ପ୍ରାୟତଃ ୬ ଲକ୍ଷରୁ ଅଧିକ ଲୋକ ଏହି ଭାଇରସ ଦ୍ଵାରା ସଂକ୍ରମିତ ଅଛନ୍ତି, ଭାରତରେ ମଧ୍ୟ କରୋନା ସଂକ୍ରମଣ ବ୍ୟାପିବାକୁ ଲାଗିଛି ଓ ସଂକ୍ରମଣ ବଢି ଯାଇ ୯୦୮ ସଂଖ୍ୟା ପର୍ଯ୍ୟନ୍ତ ପହଞ୍ଚିଲାଣି ଓ ମୃତ୍ୟୁ ବରଣ କରୁଥିବା ଲୋକଙ୍କ ସଂଖ୍ୟା ୨୦ ହୋଇଯାଇଛି ।

ଏହି ମହାମାରୀ କେନ୍ଦ୍ର ଚୀନ ରେ ୮୧,୯୩୪ ଲୋକଙ୍କୁ କରୋନା ଭାଇରସ ସଂକ୍ରମିତ ହବାର ପୃଷ୍ଟି ହୋଇଛି ଓ ପ୍ରାୟତଃ ୩,୨୯୫ ଲୋକଙ୍କ ଏହି ଭୟଙ୍କର ଭାଇରସ ଦ୍ଵାରା ମୃତ୍ୟୁ ହୋଇଛି ।

ଗତ ୨୪ ଘଣ୍ଟା ସବୁଠାରୁ ଖରାପ ପ୍ରକୋପ ଇଟାଲୀ ଉପରେ ପଡିବାରେ ଦେଖା ଯାଇଛି, ଏଠାରେ ମୃତ୍ୟୁ ବରଣ କରୁଥିବା ଲୋକଙ୍କ ସଂଖ୍ୟା ବଢି ଯାଇ ୯,୧୩୪ ହୋଇଯାଇଛି ତେବେ ଏପର୍ଯ୍ୟନ୍ତ ୮୬,୪୯୮ ଲୋକ ଏହି ଭୟଙ୍କର ସଂକ୍ରମଣ ଦ୍ଵାରା ପୀଡିତ ଅଛନ୍ତି । ଆମେରିକାରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ବଢିଯାଇ ୧ଲକ୍ଷ ଠାରୁ ଅଧିକ ହେଲାଣି, ଆମେରିକା ରେ ଏହି ସଂକ୍ରମଣ ଦ୍ଵାରା ମୃତ୍ୟୁ ହୋଇଥିବା ଲୋକଙ୍କ ସଂଖ୍ୟା ୧,୭୦୪ ଅଟେ କିନ୍ତୁ ସଂକ୍ରମିତ ହୋଇଥିବା ଲୋକଙ୍କ ସଂଖ୍ୟା ୧୦୪,୨୫୬ ହୋଇଯାଇଛି ।

ସ୍ପେନ ରେ ଭାଇରସ ଆତଙ୍କ ବ୍ୟାପ୍ତ କରିଛି ଏଠାରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ସଂଖ୍ୟା ୫,୧୩୮ ହୋଇଯାଇଛି ଯାହା ଚୀନ ଠାରୁ ବି ଅଧିକ ଅଟେ । ତାଜା ଖବର ଅନୁଯାଇ ସ୍ପେନରେ ଭାଇରସ ଦ୍ଵାରା ସଂକ୍ରମିତ ଲୋକଙ୍କ ସଂଖ୍ୟା ୬୫,୭୧୯ ହୋଇଯାଇଛି । ଇରାନରେ ମଧ୍ୟ କରୋନା ଭାଇରସ ଆତଙ୍କ ଦେଖିବାକୁ ମିଳିଛି, ଇରାନ ଭାଇରସ ଦ୍ଵାରା ମୃତ୍ୟୁ ବରଣ କରୁଥିବା ଲୋକଙ୍କ ସଂଖ୍ୟା ବଢିଯାଇ ୨,୩୭୮ ହୋଇଯାଇଛି ତେବେ ସଂକ୍ରମିତ ହୋଇଥିବା ଲୋକଙ୍କ ସଂଖ୍ୟା ୩୨,୩୩୨ ଅଟେ ।

ଦକ୍ଷିଣ କୋରିଆ ରେ ମୃତକ ଲୋକଙ୍କ ସଂଖ୍ୟା ୧୪୪ ପର୍ଯ୍ୟନ୍ତ ପହଞ୍ଚି ଗଲାଣି ତେବେ ସଂକ୍ରମିତ ହୋଇଥିବା ଲୋକଙ୍କ ସଂଖ୍ୟା ୯,୪୭୮ ହୋଇଯାଇଛି, ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁଯାଇ ଚୀନ ପରେ ଏହି ଭାଇରସ ଇଟାଲୀ ରେ ଯାଇଛି ଓ ଏଠାରେ ଭାଇରସ କଣ୍ଟ୍ରୋଲ କରିବା ବହୁତ କଷ୍ଟକର ହୋଇ ଯାଇଛି, ଏଠାରେ ମୃତ୍ୟୁ ବରଣ କରୁଥିବା ଲୋକଙ୍କ ସଂଖ୍ୟା ଚୀନ ଠାରୁ ଦୁଇ ଗୁଣ ଅଧିକ ହୋଇଯାଇଛି । ବିଶ୍ଵ ଅନ୍ୟ କିଛି ଦେଶ ମଧ୍ୟ ଗମ୍ଭୀର ଅବସ୍ତାରେ ଅଛନ୍ତି । ସେଥିପାଇଁ ଆମ ଭାରତରେ ଏହାକୁ ରୋକିବାକୁ ଆପଣମାନଙ୍କ ସହାୟତା ଦରକାର । ନିଜ ଘରେ ରୁହନ୍ତୁ ଓ ସୁରକ୍ଷିତ ରୁହନ୍ତୁ ।

Leave a Reply

Your email address will not be published. Required fields are marked *