ଦୁର୍ଗନ୍ଧ ହେବାରୁ ଜାଣିଲେ ସ୍ଵାମୀ ନାହାନ୍ତି…. ଏଭଳି କରୁଣ କାହାଣୀ ଜାଣି ଅକହିରେ ଲୁହ ଆସିଯିବ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ୪ ଦିନ ହେଲାଣି ସ୍ବାମୀଙ୍କୁ ଡାକୁଛି କିନ୍ତୁ ସେ ଶୁଣୁ ନାହାନ୍ତି ସବୁ ଦିନ ଶୁଣନ୍ତି ହେଲେ ଗଲା ୪ ଦିନ ହେଲା କାହିଁକି ଯେ ଶୁଣୁ ନାହାନ୍ତି । କିନ୍ତୁ କେମିତି ଗୋଟେ ଗନ୍ଧ ହେଉଛି ଏମିତି ଗନ୍ଧ ତ କେବେ ହୁଏନି ଇଏ ହେଉଛନ୍ତି ସେହି ସ୍ତ୍ରୀ ଯାହାର ବାର୍ଦ୍ଧକ୍ୟ ବେଡି ବାନ୍ଧି ଅସହାୟ କରି ରଖିଛି ଆଉ ରୋଗ ଦେହକୁ ଦୁର୍ବଳ କରି ଦେଇଛି । ଆଉ ଏ ହେଉଛନ୍ତି ସେହି ସ୍ଵାମୀ ବିଗତ ୪ ଦିନ ହେଲାଣି ସ୍ତ୍ରୀ ର ଡାକ ଶୁଣୁ ନାହାନ୍ତି । କାରଣ ତାଙ୍କର ମୃତ୍ୟୁ ହୋଇ ସାରିଥିଲା । ଏବେ ସ୍ଵାମୀ ଙ୍କ ଶରୀରକୁ ମାଟିରେ ମିସାଇବାକୁ ନିଆ ଯାଇଛି ।

ସଂସାର କହିଲେ ଏହି ଦୁଇ ବୃଦ୍ଧ ବୃଦ୍ଧା । ଜୀବନରେ ଶେଷାର୍ଦ୍ଧ ରେ ମୃତ୍ୟୁ ରୁ ବଞ୍ଚିବା ପାଇଁ ଦାନା ଖଣ୍ଡେ ଖାଇ ପଡି ରହିଥିବା ୨ ଜଣ ମଣିଷ ୪ ଦିନ ହେଲା ଲକ୍ଷ୍ମଣ ସେନାପତି ଙ୍କ ପାଖକୁ ଚାଲି ଯାଇଥିଲେ କିନ୍ତୁ ରୋଗିଣା ସ୍ତ୍ରୀ ଜାଣି ପାରି ନ ଥିଲେ । ଯାହା ଫଳରେ ଦୀର୍ଘ ୪ ଦିନ ହେବ ଶବ ହୋଇ ପଡି ରହିଥିଲେ ଲକ୍ଷ୍ମଣ । ଶେଷରେ ଦୁର୍ଗନ୍ଧ ହେବାରୁ ଗ୍ରାମ ବାସି ତାଙ୍କ ମୃତ୍ୟୁ କଥା ଜାଣି ପାରିଥିଲେ । ଆଉ ସାବା ସତ୍କାର କରିଥିଲେ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଖଇରା ମାଟିଆଳ ପଦ ଗାଁ ରେ ସତରେ ଦେହ ଥରାଇ ଦେଲା ଭଳି ।

ସ୍ଵାମୀ ଚାଲିଯିବା ଜାଣି ଏବେ ଦ୍ଵାରା ମୁହଁ ରେ ସେମିତି ଚାତକ ପରି ବସି ରହିଛନ୍ତି ବୃଦ୍ଧ ଜଣକ । ତେବେ ଏ ନେଇ ସମାଜସେବୀ ରାଜେସ କୁମାର ମହାକୁଡ କହିଛନ୍ତି ଯେ ଲକ୍ଷ୍ମଣ ସେନାପତି ଯିଏ ଦୀର୍ଘ ଦିନ ହେବ ରୋଗାଗ୍ରସ୍ତ ଥିଲେ ଆଉ ତାଙ୍କର ୪ ଦିନ ହେବେ ଦେହାନ୍ତ ହୋଇ ସାରିଥିଲା ଯାହା ବିଷୟରେ ଗ୍ରାମ ବାସୀ ଜାଣିବା ପରେ ଖବର ଦେଇଥିଲେ ।

ତାଙ୍କର ଶବ ଏତେ ଅଶୋଚନୀୟ ଅବସ୍ଥାରେ ପଡି ରହିଥିଲା କି ପୋକ ସାଲୁ ବାଲୁ ହୋଇ ଯାଇଥିଲା । ଗ୍ରାମ ବାସୀ ଖବର ଦେବା ପରେ ସମାଜସେବୀ ଆସି ଗାଁ ଲୋକଙ୍କର ମିଳିତ ଉଦ୍ୟମରେ ଶବ ସତ୍କାର କରିଥିଲେ । ତେବେ ସ୍ଥାନୀୟ ଲୋକେ କହିଛନ୍ତି କି ବୃଦ୍ଧ ଦାମ୍ପତ୍ୟଙ୍କର ଝିଅ ମାନେ ବାହା ହୋଇ ବାହାରେ ରହିଛନ୍ତି । ଉଅ ପୁଅ ଘର ଜ୍ଵାଇଁ ହୋଇ ଶ୍ଵଶୁର ଘରେ ରହୁଛି ।

ନିଜର କହିଲେ କେହି ବି ନାହାନ୍ତି । ସତରେ ସ୍ତ୍ରୀ ଜଣକ ନିଜ ସ୍ଵାମୀଙ୍କୁ ପରିଣତ ବୟସରେ ହରାଇ କେଉଁ ଅବସ୍ଥାରେ ଥିବା ତାହା ଆପଣ ମାନେ ନିଶ୍ଚୟ ଅନୁ ଭାବ କରି ପାରିବେ । ତେବେ ବୃଦ୍ଧା ମହିଳାଙ୍କର ସାହାରା କହିଲେ କେହି ନାହାନ୍ତି । ବାସ୍ତବରେ ଏହି ଘଟଣା ଟି ହୃଦୟ ବିଦାରକ ଅଟେ ଯାହାକୁ ଯିଏ ଦେଖିଲେ ଆଖି ରେ ଲୁହ ଚାଲି ଆସିବ । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *