କଲେଜର ପ୍ରେମ ଜଙ୍ଗଲରେ ଶେଷ, ସମ୍ପୂର୍ଣ୍ଣ ଘଟଣା ବିଷୟରେ ଜାଣି ଆପଣଙ୍କ ରକ୍ତ ବି ହୋଇଯିବ ଗରମ… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଆଜିର ସମୟରେ ସୋସିଆଲ ମିଡିଆରେ ନାନା ପ୍ରକାରର ଭିଡିଓ ଭାଇରାଲ ହେଉଛି ଯାହାକୁ ନେଇ ଚର୍ଚ୍ଚା ଜୋର ଧରୁଛି । କିଛି ଭିଡିଓ ପ୍ରେମ କାହାଣୀ କୁ ନେଇ ତ ଆଉ କିଛି ଭିଡିଓ ପାରିବାରିକ ସମସ୍ଯା କୁ ନେଇ ଦେଖା ଯାଉଛି । ତେବେ ବର୍ତ୍ତମାନ ସମୟରେ ଏମିତି ଏକ ପ୍ରେମ କହନାନୀ ର ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲିବାରେ ଲାଗିଛି ଯାହାକୁ ଆପଣ ମାନେ ଦେଖିଲେ ବି ଆଶ୍ଚର୍ଯ୍ୟ ହୋଇଯିବେ । ଆଉ କହିବେ ମୃତ୍ୟୁ ଏତେ ପାଖରେ ଥିଲା କିନ୍ତୁ ପ୍ରେମ ଜାଣି ପାରିଲା ନାହି କେମିତି ?

ତେବେ ଏହି ଘଟଣା ଟି କିଛି ଏମିତି ଘଟିଛି କି ପ୍ରେମ ଟାଣି ନେଇଥିଲା ପ୍ରେମିକା ପାଖକୁ, ହେଲେ ମୃତ୍ୟୁ ଜାଲ ବୁଣି ଥିଲେ ପ୍ରେମିକାର ପରିବାର । କଲେଜର ପ୍ରେମ ଜଙ୍ଗଲରେ ଶେଷ । ଯାଇଥିଲେ ପୁରା ଶରୀରରେ ଫେରିଲେ କଙ୍କାଳ ହୋଇ । ୧୦ ଦିନ ପରେ ମିଳିଲା ପ୍ରେମିକର ଖପୁରି । କିଏ ଜାଣିଥିଲା ଛକି ବସିଛି ମୃତ୍ୟୁ । ପ୍ରେମିକର ଶିକାର କରିବାକୁ ଚାହିଁ ବସିଛନ୍ତି ପ୍ରେମିକାର ପରିବାର । ବୌଦ୍ଧ ଜିଲ୍ଲାର ପ୍ରେମ କନ୍ଧମାଳରେ ନେଲା ସମାଧି ।

ଅତି ବିଭତ୍ସ ଭାବେ ପ୍ରେମିକାର ପରିବାର ଲୋକେ ପ୍ରେମିକକୁ ହତ୍ୟାଆ କରି ଘଞ୍ଚ ଜଙ୍ଗଲରେ ଫୋପାଡ଼ି ଦେଇଥିଲେ ଶବ । ବୌଦ୍ଧ ଜିଲ୍ଲା ଘଟପଡା ଗାଁର ସୁକଦେବ କନ୍ଧମାଳ ଲଣ୍ଡା ଗାଁ ପୁଟୁକିପାଳିର ଜଣେ ଯୁବତୀଙ୍କ ପ୍ରେମରେ ପଡି ଥିଲେ । ଦୁହେଁ ଦୁହିଁଙ୍କୁ ଭଲ ପାଉଥିଲେ ୨୬ ତାରିଖର କଥା ପ୍ରେମିକାକୁ ଭେଟିବା ପାଇଁ ଗୋଟେ ସାଙ୍ଗକୁ ନେଇ ପୁଟୁକିପାଳି ଗାଁକୁ ଯାଇଥିଲେ ସୁକଦେବ । ସାଙ୍ଗ ବାଇକ ନେଇ ଘରକୁ ଫେରିଥିଲେ ହେଲେ ସୁକଦେବ ପ୍ରେମିକାର ଗାଁରେ ରହି ଯାଇଥିଲେ ।

ଆଉ ଏତିକି ବେଳେ ପ୍ରେମିକାର ପରିବାର ଲୋକେ ସୁକଦେବ ରଣାକୁ ଦେଖି ହତ୍ୟାର ଯୋଜନା ପ୍ରସ୍ତୁତ କରିଥିଲେ । କିଛି କଥା ହେବା ବାହାନାରେ ନିକଟସ୍ଥ ଜଙ୍ଗଲକୁ ନେଇ ଅତି ବିଭଶ୍ଚ ଭାବରେ ତାଙ୍କର ହତ୍ୟା କରିଥିଲେ ଆଉ ଅଖାରେ ପୁରାଇ ମୃତ ଦେହକୁ ଜଙ୍ଗଲରେ ଫୋପାଡି ଦେଇଥିଲେ । ଅନ୍ୟ ପରେ ସୁକଦେବ ନିଖୋଜ ଥିବାରୁ ପରିବାର ଲୋକେ ବାଲିଗଡା ଥାନାରେ ଅଭିଯୋଗ କରିଥିଲେ ।ଏହା ପରେ ଥାନା ଅଧିକାରୀ ଘଟଣାର ତଦନ୍ତ କରି ପୁଟୁକିପାଳି ଗାଁର ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ସେମାନେ ହେଉଛନ୍ତି ଦୁଶାସନ ମଲ୍ଲିକ, ଗିରୀଶ ମଲ୍ଲିକ ଓ ନୀଳବନ୍ତ ମଲ୍ଲିକ । ସେପଟେ ସୁକଦେବଙ୍କ କଙ୍କାଳ ଖପୁରି ହାଡକୁ ଜବତ କରି ପରୀକ୍ଷା ପାଇଁ ବ୍ରହ୍ମପୁର ପଠେଇଛି ପୋଲିସ । ଏହି ହତ୍ୟା କାଣ୍ଡରେ ଆଉ କେଉଁ ମାନଙ୍କର ସମ୍ପୃକ୍ତି ରହିଛି ସେନେଇ ବାଲିଗଡା ପୋଲିସ ତଦନ୍ତ କରୁଛି । ତେବେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *