ଏବେ କେଉଁଠି ନିର୍ଭୟାଙ୍କ ସାଙ୍ଗ ? ଯିଏ ଦୁର୍ଘଟଣା ସମୟରେ ସେଠାରେ ଉପସ୍ଥିତ ଥିଲେ, କାହିଁକି ସେ ବିତାଉଛନ୍ତି ଅଜଣା ଅଚିହ୍ନା ଜୀବନ

ସୋମବାର ଦିନ ପଟିୟାଲା ହାଉସ କୋର୍ଟ ନିର୍ଭୟା ଦୋଷୀମାନଙ୍କୁ ୩ ମାର୍ଚ୍ଚ, ୨୦୨୦ ସକାଳେ ଫାଶୀ ଦେବାକୁ ନୂଆ ନିଷ୍ପତ୍ତି ଶୁଣାଇଛନ୍ତି । ନିର୍ଭୟାଙ୍କ ସହିତ ଦୁର୍ଘଟଣା ଘଟିବା ସମୟରେ ସେଠାରେ ଥିବା ତାଙ୍କ ସାଙ୍ଗ ଅବନିନ୍ଦ୍ର ଏବେ କେଉଁଠି? ଯାହା ବିଷୟରେ ଗୋରଖପୁରରେ ରହୁଥିବା ତାଙ୍କ ପରିବାର ଲୋକେ କିଛି କହିବାକୁ ଚାହୁଁନାହାନ୍ତି । ହ୍ରିଂସୁକ ମାନଙ୍କ ସାମ୍ନା କରିଥିବା ଅବନିନ୍ଦ୍ର ଆଜି ଅଚିହ୍ନା ଜୀବନ ବଞ୍ଚିବାକୁ ବାଧ୍ୟ ହେଉଛନ୍ତି । ହେଲେ କାହିଁକି ?

୧୬ ଡିସେମ୍ବର ଘଟଣା ପରେ କିଛି ଦିନ ଯାଏ ଜୀବନ ସହ ଯୁଦ୍ଧ କରିବା ପରେ ଏବେ ସେ କେଉଁ ଅଜଣା ସ୍ଥାନରେ ରହୁଛନ୍ତି ଏ ବିଷୟରେ କାହାକୁ କିଛି ଜଣା ନାହିଁ ।

ତାଙ୍କ ଘର ଲୋକ ଗୋରଖପୁରରେ ରହୁଛନ୍ତି ହେଲେ ସେମାନେବି ଚାହାନ୍ତିନି ତାଙ୍କ ପୁଅ ବିଷୟରେ କେହି କିଛି ଜାଣନ୍ତୁ । ଏ ଦୁର୍ଘଟଣା ପରେ ଯେବେ ଅମର ଉଜାଲା ଟିମ ଗୋରଖପୁରରେ ପହଞ୍ଚି, ଜଣେ ନାମୀ ଓକିଲ ତାଙ୍କ ବାପା ଭାନୁ ପ୍ରତାପ ପାଣ୍ଡେୟଙ୍କୁ ନିର୍ଭୟା ଘଟଣା ବିସୟରେ କହିଲେ ସେ କହିଲେ ଏ ଘଟଣାଟି ୭ ବର୍ଷ ହେଇଗଲାଣି ହେଲେ ଏବେବି ମୋ ପୁଅ ଏଥିରୁ ବାହାରି ପାରୁନି ।

ଅବନିନ୍ଦ୍ରଙ୍କୁ ଏଘଟଣା ପରେ ଏତେ ପ୍ରଶ୍ନ ପଚରାଗଲାଣି ଯେ ସେ ଏଥିରୁ ଆଗକୁ ବଢିପାରୁନି । ସେ ଯଦି ଦିଲ୍ଲୀ ବା ଗୋରଖପୁରରେ ରହିଥାନ୍ତା ତ ଜୀବନରେ ଆଗକୁ କିଛି ବି କରିପାରିନଥାନ୍ତା । ସେ ମହାରାଷ୍ଟ୍ରର ପୁନେ ରେ ପ୍ରତିଯୋଗୀ ପରୀକ୍ଷାର ପ୍ରସ୍ତୁତି କରୁଥିଲା, ଏବେ ଗୋଟେ ପ୍ରାଇଭେଟ କମ୍ପାନୀରେ ଇଞ୍ଜିନିୟର ଭାବେ ବିଦେଶରେ କାମ କରୁଛନ୍ତି । ସେ ସବୁବେଳେ ଚାହାନ୍ତି ଯେ ନିର୍ଭୟା ଦୋଷୀମାନଙ୍କୁ ଫାଶୀ ଦିଆଯାଉ ।

ନିର୍ଭୟାଙ୍କ ବିଷୟରେ ଅବନିନ୍ଦ୍ର କହିଛନ୍ତିକି ଯେ ସବୁବେଳେ ଗୋଟେ କଥା କଷ୍ଟ ଦେଉଛି ଯେ ବନ୍ଧୁତା ଅଧାରେ ରହିଗଲା । ସାଙ୍ଗର ସହିତ ସବୁବେଳେ ରହିବାର କଥା ଭାଙ୍ଗିଗଲା । ମୁଁ ତାଙ୍କୁ ବଞ୍ଚେଇପାରିଥାନ୍ତି କି! କେଉଁଠି ନା କେଉଁଠି ମତେ ଅପରାଧୀ ପରି ଲାଗୁଚି ଯଦି ଆଗରୁ ରାଜଧାନୀ ସଜାଗ ହେଇଥାନ୍ତା ତ ସେ ଆମ ମଧ୍ୟରେ ଥାନ୍ତେ । ସେ କହିଛନ୍ତି ଯେ ପର୍ଯ୍ୟନ୍ତ ଦୋଷୀମାନଙ୍କୁ ଫାଶି ନହେଇଛି ସେ ଯାଏ ନ୍ୟାୟ ଅଧୁରା ରହିବ । ଏବେ ଖୁସି ଲାଗୁଛିଯେ ଲୋକମାନେ ନୂଆ ପରିବର୍ତ୍ତନ ଆଡ଼କୁ ଗତି କରୁଛନ୍ତି , ଆଗାମୀ କାଲି ଶୁଭରେ କଟିବ ।

Leave a Reply

Your email address will not be published. Required fields are marked *