କୋରୋନା ର ସଙ୍କଟ : ଔଷଧ ର ଦାମ ୪୫ ପ୍ରତିଶତ ପର୍ଯ୍ୟନ୍ତ ବଢିବ, ମୋବାଇଲ ଉପକରଣ-ପ୍ଲାଷ୍ଟିକ ଉତ୍ପାଦ ଦରରେ ବି ବୃଦ୍ଧି

ଚୀନରେ ୪୦ ଦିନରେ ଜାରି କୋରୋନା ର ସଙ୍କଟର ପ୍ରଭାବ ଭାରତ ଏବଂ ଚୀନ ଭିତରେ ବ୍ୟାପାରରେ ଦେଖିବାକୁ ମିଳିଛି । ଚୀନରୁ କଞ୍ଚା ମାଲ ନମିଳିବାରୁ ଔଷଧ ଏବଂ ଚିକତ୍ସା ଉପକରଣ ଗୁଡିକର ଦାମ ୪୫ ପ୍ରତିଶତ ପର୍ଯ୍ୟନ୍ତ ବଢି ଯାଇଛି । ପ୍ଲାଷ୍ଟିକ ଏବଂ ମୋବାଇଲ ବା ଇଲୋକଟ୍ରୋନିକ୍ସ ଉପକରଣ ଗୁଡିକର ଦାମ ବି ୩୦ ପ୍ରତିଶତ ପର୍ଯ୍ୟନ୍ତ ବଢିଯାଇଛି । ଏ ବିଷୟରେ ଜାଣିବା ପାଇଁ ପଢନ୍ତୁ ସଂପୂର୍ଣ୍ଣ ଖବର ।

ଗୋରଖପୁର- ନେବୁଲାଇଜର, ସର୍ଜିକାଲ ଉପକରଣ ମହଙ୍ଗା

ଗୋରଖପୁର ବଜାରରେ ପେନ କିଲର, ଜ୍ଵର ଏବଂ ଏଣ୍ଟିବାୟୋଟିକ ଔଷଧର ଦାମ ୩୦ ରୁ ୫୦ ପ୍ରତିଶତ ବଢିଯାଇଛି । ସର୍ଜିକାଲ ଉପକରଣର ଦାମ ବି ବଢିଯାଇଛି । ୫୦୦ml ବାଲା ସାନିଟାଇଜର ୨୩୦ ଟଙ୍କାରୁ ୩୫୦ ଟଙ୍କାରେ ପହଞ୍ଚି ଯାଇଛି । ବିପି ମେସିନ ୯୫୯ ରୁ ୧୧୦୦ ଟଙ୍କା ଏବଂ ନେମ୍ବୁଲାଇଜର ୧୦୮୦ ରୁ ୧୨୦୮ ଟଙ୍କା ହୋଇଯାଇଛି ।

ଆଗରା – ମୋବାଇଲ ଉପକରଣ ମହଙ୍ଗା

ଆଗରା ର ଜଣେ ମୋବାଇଲ, ଇଲୋକ୍ଟ୍ରୋନିକ୍ସ ପାର୍ଟ୍ସ ବ୍ୟବସାୟୀ ସନ୍ନି ଜେନ କହିଛନ୍ତି କି ଦିଲ୍ଲୀ ଏବଂ ଆଗରା ର ବେପାରିମାନେ ଚୀନ ଠାରୁ ମାଲ ନେବା ବନ୍ଦ କରିଦେଇଛନ୍ତି । ଛୋଟ ଛୋଟ ଦୋକାନ ବାଲାଙ୍କୁ ବହୁତ ଦାମରେ ମାଲ ମିଳୁଛି । ବେପାରି ସଂଗଠନର ର ରୋହିତ ପଚୌରୀ କହିଛନ୍ତି କି ମୋବାଇଲ ରିପ୍ୟାରିଙ୍ଗ ର ମାଲ ମହଙ୍ଗା ହୋଇଛି । ମୋବାଇଲ ଫୋଲ୍ଡର ର ଦାମ ୪୦ ରୁ ୧୦୦ପ୍ରତିଶତ ପର୍ଯ୍ୟନ୍ତ ବଢିଛି । ଚାର୍ଜିଙ୍ଗ ପ୍ଳେଟ ଏବଂ ସ୍ପିକର ବି ୪୦ ପ୍ରତିଶତ ପର୍ଯ୍ୟନ୍ତ ମହଙ୍ଗା ହୋଇଛି ।

ନଏଡା- କାରଖାନାକୁ ମିଳୁନି କଞ୍ଚା ମାଲ

ନଏଡା ର କାରଖାନାରେ କଞ୍ଚା ମାଲର ଦାମ ବଢିବାକୁ ଲାଗିଛି । ସହରର ୧୫୦କରବାରିଙ୍କ କାର୍ଯ୍ୟଳୟ ଚୀନରେ ଅଛି ,ଯେଉଁ ମାନେ କି ଡିସେମ୍ବର ରୁ ଚୀନ ଯାଇ ନାହାଁନ୍ତି ।ସବୁଠାରୁ ଅଧିକ ପ୍ରଭାବ ଔଷଧ ବଜାରରେ । ଔଷଧ ଆୟୋଗ କଞ୍ଚାମାଲ ପାଇଁ ୭୦ପ୍ରତିଶତ ଚୀନ ଉପରେ ନିର୍ଭର ଅଟେ ।

ଖେଳନା ବଜାର ଉପରେ ବି ୭୦ପ୍ରତିଶତ ରୁ ଅଧିକ ପ୍ରଭାବ ପଡୁଛି ଏବଂ ମୋବାଇଲ ଇଂଡ୍ରଷ୍ଟ୍ରି ରେ ୯୦ପ୍ରତିଶତରୁ ଅଧିକ ପ୍ରଭାବ ପଡୁଛି ।

ଗାଜିୟାବାଦ – ଭାରି ମସିନାରି ର ପାର୍ଟ ମିଳୁନାହିଁ

ଗାଜିୟାବାଦ ର ଚୀନ ଠାରୁ ଆସୁଥିବା ମେସିନ ର ପାର୍ଟ୍ସ ମିଳିବା ମୁସ୍କିଲ ହୋଇଯାଇଛି । ଚୀନ ରୁ ଆସୁଥିବା କପଡା ଏବଂ ମଫଲର ବି ଆସୁନାହିଁ କିନ୍ତୁ ଷ୍ଟକ ଥିବାରୁ ଏହାର ଦାମ ବଢିନାହିଁ ।

ମୁରାଦାବାଦ – ହାତତିଆରି ଉତ୍ପାଦନର କ୍ଷତି

ଚୀନରେ ପ୍ରସାରିତ ହୋଇଥିବା କୋରୋନା ଭାଇରସର ପ୍ରଭାବ ସିଧା ମୁରାଦାବାଦର ନିର୍ଯ୍ୟାତ କାରୋବାରରେ ପଡିଛି । ଏଠାରୁ ଅଢେଇ କୋରୋଡ ଟଙ୍କାର ଅଡର ଚୀନ ନେଉଥିଲା । କୋରୋନା ପାଇଁ ଚୀନ ଅଡର ବନ୍ଦ କରିଦେଇଚ୍ଛି ।

ଉତ୍ତରାଖଣ୍ଡ – ଏକ ସପ୍ତାହର ଷ୍ଟକ ବଞ୍ଚିଛି

ଚୀନ ଠାରୁ ଯେଉଁ ଫ୍ୟାକ୍ଟରୀ ପାଖକୁ କଞ୍ଚାମାଲ ଆସୁଥିଲା ତାଙ୍କ ପାଖରେ ଏକ ସପ୍ତାହର ଷ୍ଟକ ଅଛି । ବିଦେଶୀ ଫଳର ଦାମ କୋରୋନା ପାଇଁ ୬୦ପ୍ରତିଶତ ବଢିଛି ।

Leave a Reply

Your email address will not be published. Required fields are marked *