ଧୋନୀଙ୍କୁ ନେଇ CSKର ମାଲିକ ଙ୍କ ବଡ ବୟାନ, ଚେନ୍ନାଇ ସୁପର କିଙ୍ଗସ ର କ୍ୟାପଟେନ ହେବେ ଏହି ବଡ ଖିଲାଡ଼ି

ମହେନ୍ଦ୍ର ସିଂହ ଧୋନୀ ଝାଡଖଣ୍ଡ । ରାଞ୍ଚିର ଏକ ସାଧାରଣ ପରିବାରରେ ଜନ୍ମ, ପଦ୍ମ ଭୂଷଣ ,ପଦ୍ମ ଶ୍ରୀ ଏବଂ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ଦ୍ଵାରା ସମ୍ମାନିତ ଭାରତୀୟ କ୍ରିକେଟର ଅଟନ୍ତି । ଧୋନୀ ଭାରତୀୟ କ୍ରିକେଟର ତଥା ଭାରତୀୟ କ୍ରିକେଟ ଟିମର ପୂର୍ବ କ୍ୟାପଟେନ ଅଟନ୍ତି ଏବଂ ଭାରତର ସବୁଠାରୁ ସଫଳ ଏକ ଦିବସୀୟ ଅନ୍ତରାଷ୍ଟ୍ରୀୟ କ୍ୟାପଟେନ ଅଟନ୍ତି । ଆରମ୍ଭରୁ ତାଙ୍କୁ ଜଣେ ଅସାଧାରଣ ଖେଳାଳି ନାମରେ ଜଣା ଯାଇଥିଲା ।

ଧୋନୀ ଯେବେ ଖେଳ ଜଗତରେ ପାଦ ରଖିଥିଲେ ସେ ଏକ ନୂଆ ଇତିହାସ ରଚିଥିଲେ ।

୧୯ ଡିସେମ୍ବର ରେ ବା କିଛି ଦିନ ପୂର୍ବେ ଆଇପିଏଲ ୨୦୨୦ ପାଇଁ କୋଲକାତାରେ ନିଲାମି ପ୍ରକ୍ରିୟାର ଆୟୋଜନ କରାଯାଉଥିଲା ଯେଉଁଥିରେ ଦେଶ ବିଦେଶର ଖେଳାଳିଙ୍କ ଉପରେ ଫ୍ରିଚାଇଜ କୋଟି କୋଟି ଟଙ୍କାରେ ଖେଳାଳିଙ୍କୁ କିଣି ଛନ୍ତି । ମହେନ୍ଦ୍ର ସିଂହ ଧୋନୀ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ଙ୍କ ପାଇଁ ଖେଳୁଛନ୍ତି । ଧୋନୀଙ୍କୁ ନେଇ ପ୍ରତିଦିନ ନୂଆ ନୂଆ ଖବର ଆସୁଛି ।

ଆଇପିଏଲ ୨୦୨୦ ପାଇଁ ମହେନ୍ଦ୍ର ସିଂହ ଧୋନୀ ଚେନ୍ନାଇ ସୁପର କିଙ୍ଗସ ର କ୍ୟାପଟେନ ହେବେ । ଏହି କଥାର ଘୋଷଣା ନିଜେ ଚେନ୍ନାଇ ସୁପର କିଙ୍ଗସ ର ମାଲିକ ଏନ ଶ୍ରୀନିବାସ କହିଛନ୍ତି । କିଛି ସମୟ ପୂର୍ବରୁ ଏନ ଶ୍ରୀନିବାସ ମହେନ୍ଦ୍ର ସିଂହ ଧୋନୀଙ୍କୁ ନେଇ ବଡ ବୟାନ ଦେଇଥିଲେ । ଶ୍ରୀନିବାସ କହିଛନ୍ତି କି କିଛି ବି ହେଇଯାଉ ଧୋନୀ ଆଗାମୀ ଆଇପିଏଲ ରେ ଚେନ୍ନାଇ ସୁପର କିଙ୍ଗସ ର କ୍ୟାପଟେନ ହେବେ । ସେ ଏବେ ଅନ୍ତରାଷ୍ଟୀୟ କ୍ରିକେଟ କୁ ବିଦାୟ ଦେବେ ନାହିଁ । ସେ ଭାରତୀୟ ଟିମ ପାଇଁ ମଧ୍ୟ ଖେଳିବେ ।

ଧୋନୀ ଙ୍କର ବିଦାୟ ନେବାର କେତେ ଥର ମିଛ ଖବର ଆସି ସାରିଛି । ବିରାଟ କୋହଲି ଯେତବେଳେ ଏକ ଫଟୋ ଶେୟାର କରିଥିଲେ ଏହା କହିଥିଲେ କି ଧୋନୀ ବିଦାୟ ନେବେ । ସେହି ଫଟୋରେ ଧୋନୀଙ୍କ ସାମ୍ନାରେ ବିରାଟ କୋହଲି ନିଜ ମୁଣ୍ଡ ନୂଆଇଥିଲେ ।

ବିରାଟ କୋହଲି ଲେଖିଥିଲେ କି ଏହା ମୋ କ୍ୟାରିୟର ର ସବୁଠାରୁ ସ୍ମାରକ ମ୍ଯାଚ ଥିଲା । ୱୋର୍ଲ୍ଡ କପ ୨୦୧୯ ପରେ ହିଁ ଧୋନୀ କୌଣସି ବି ମ୍ୟାଚ ଖେଳି ନାହାଁନ୍ତି । ଧୋନୀଙ୍କ ପାଇଁ ଖୁସିର କଥା ହେଉଛି କି ଧୋନୀ ଆଇପିଏଲ ୨୦୨୦ ରେ ଚେନ୍ନାଇ ର କ୍ୟାପଟେନ ହେବେ ।

Leave a Reply

Your email address will not be published. Required fields are marked *