SBI ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା ! ଏତିକି ଦିନ ମଧ୍ୟରେ କରନ୍ତୁ ଏହି କାମ, ନଚେତ ବନ୍ଦ ହେଇପାରେ ଆକାଉଣ୍ଟ

ଯଦି ଆପଣ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଗ୍ରାହକ ଅଟନ୍ତି ଏବଂ ଏବେ ପର୍ଯ୍ୟନ୍ତ ନିଜର କେୱାଇସି (KYC) ଦାଖଲ କରିନାହାନ୍ତି ତେବେ ଯଥା ଶୀଘ୍ର କରି ନିଅନ୍ତୁ । ଆପଣଙ୍କ ପାଖରେ ଏବେ ସ୍ୱଳ୍ପ ଦିନ ରହିଲା, ନଚେତ ଆପଣଙ୍କ ଆକାଉଣ୍ଟ ବନ୍ଦ ହେଇପାରେ । ଏସବିଆଇ କେୱାଇସି ଦାଖଲ କରିବା ପାଇଁ ଫେବୃୟାରୀ ୨୮ ପର୍ଯ୍ୟନ୍ତ ନିଜର ଗ୍ରାହକ ମାନଙ୍କୁ ସମୟ ଦେଇଛି । ଯଦି ଆପଣ ନିର୍ଧାରିତ ସମୟ ସୀମା ମଧ୍ୟରେ କେୱାଇସି ଦାଖଲ କରିବାରେ ବିଫଳ ହେଉଛନ୍ତି ତେବେ ଆପଣ ନିଜ ଖାତାରେ କୌଣସି ପ୍ରକାର ଦେଣନେଣ କରିପାରିବେ ନାହିଁ ।

ଆପଣଙ୍କୁ କହିରଖୁଛୁ ଯେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ସମସ୍ତ ବ୍ୟାଙ୍କ ପାଇଁ କେୱାଇସି ଜରୁରୀ ବୋଲି ଘୋଷଣା କରିଛି । କେୱାଇସି ପୂରଣ ନକଲେ ଆପଣଙ୍କ ଖାତାକୁ ଅସ୍ଥାଇ ରୂପେ ରଦ୍ଧ କରାଯିବ ।

କେୱାଇସି ପାଇଁ ଜରୁରୀ ଦସ୍ତାବିଜ :- ଏସବିଆଇର ୱେବସାଇଟ ମୁତାବକ କେୱାଇସି ପାଇଁ ଗ୍ରହକଙ୍କୁ ନିଜର ପରିଚୟପତ୍ର ଦେବାକୁ ପଡିବ ।

ନିମ୍ନରୁ କୌଣସି ଗୋଟିଏ ପରିଚୟ ପତ୍ର ହେଇପାରେ :-

·         ଭୋଟର ଆଇଡି

·         ପାସପୋର୍ଟ

·         ଆଧାର କାର୍ଡ

·         ଡ୍ରାଇଭିଂ ଲାଇସେନ୍ସ

·         ନରେଗା କାର୍ଡ

·         ପେନସନ ଭୁଗତାନ ଆଦେଶ

·         ଡାକଘର ଦ୍ଵାରା ଜାରି ପରିଚୟ ପତ୍ର

ଠିକଣା ପାଇଁ ପ୍ରମାଣ ପତ୍ର :-

·         ଟେଲିଫୋନେ ବିଲ (ଯେଉଁଟା ୩ମାସରୁ ଅଧିକ ପୁରୁଣା ହେଇନଥିବ)

·         ବିଜୁଳି ବିଲ (ଯେଉଁଟା ୬ ମାସରୁ ଅଧିକ ପୁରୁଣା ହେଇ ନଥିବ)

·         ବ୍ଯାଙ୍କ ଖାତା ବିବରଣୀ (ଯେଉଁଟା ୩ମାସରୁ ଅଧିକ ପୁରୁଣା ହେଇନଥିବ)

·         ରାଶନ କାର୍ଡ

·         କ୍ରେଡିଟ କାର୍ଡ ବିବରଣୀ (ଯେଉଁଟା ୩ମାସରୁ ଅଧିକ ପୁରୁଣା ହେଇନଥିବ)

କେୱାଇସି କଣ ?

KYC – know your costumer । ଅର୍ଥାତ ନିଜର ଗ୍ରାହକକୁ ଯାନନରୁ । ଏହାଦ୍ବାରା ବ୍ଯାଙ୍କ ନିଜର ଗ୍ରହକଙ୍କୁ ଭଲରେ ଜାଣିପାରିବେ । ଏଥିପାଇଁ ଗ୍ରହକଙ୍କୁ କେୱାଇସି ଫର୍ମ ସହ ନିଜର ପରିଚୟପତ୍ର ସାଥିରେ ଆଣିବାକୁ ପଡିବ ।

ଘରେ ବସି କରିପାରିବେ କେୱାଇସି :-

ଯଦି ଆପଣ ବ୍ଯାଙ୍କ ଯିବାକୁ ଇଛୁକ ନାହାନ୍ତି ତେବେ RBI ଆପଣଙ୍କ ପାଇଁ ଘରେ ବସି କେୱାଇସି ଦେବାର ସୁବିଧା ଯୋଗାଇ ଦେଇଛି । ଏଥିପାଇଁ RBI ନିକଟ ଅତୀତରେ ଆଧାର ବେଷ୍ଟ ଭିଡିଓ କଷ୍ଟମର ଆଇଡେଣ୍ଟିଫିକେସନ ପ୍ରୋସେସ (V-CIP)କୁ ମଞ୍ଜୁରୀ ଦେଇଛି । ଏବେ ବ୍ଯାଙ୍କ, ଏନବିଏଫସି ଓ ଅନ୍ୟ ରୁଣ ଦେଉଥିବା କମ୍ପାନୀ ଏହି V-CIPର ବ୍ୟବହାର କେୱାଇସି ପାଇଁ କରି ପାରିବେ ।

Leave a Reply

Your email address will not be published. Required fields are marked *