ଏହି କଥା ସମସ୍ତେ ଜାଣିଛନ୍ତି ଯେ ଭାରତ ରେ ଟ୍ୟାଲେନ୍ଟ କମ ନାହିଁ, ଏଠାର ଶହର ରେ ଯେତେ ଟ୍ୟାଲେନ୍ଟ ଅଛି ସେତିକି ଗାଁରେ ମଧ୍ୟ ଉପଲବ୍ଧ ଅଟେ । ଏହା ସହ ଯଦି ଆମେ ଝିଅଙ୍କ ବିଷୟରେ କଥା ହବା ତେବେ ଆପଣ ଦେଖିବାକୁ ପାଇବେ ଯେ ଝିଅ ଆଜିକାଲି କମାଲ କରୁଛନ୍ତି । ଆଜି ଆମେ ଏହି ପରି ଗୋଟେ ଝିଅ ବିଷୟରେ କହିବାକୁ ଯାଉଛୁ ଯିଏ ନିଜ କାରନାମା ଦ୍ଵାରା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି ।
ୟୁପି ର ଝାନ୍ସି ରେ ଗୋଟେ ୧୧ କ୍ଳାସ ଛାତ୍ରା କଲ୍ୟାଣୀ ନିଜେ ମିନି ଏସି ବନେଇଛନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ଏହା ଛଡା ଆମେ ଆପଣଙ୍କୁ କହିଦବାକୁ ଚାହୁଁଛୁ ଯେ ଗାଁ ଲୋକଙ୍କ ସୁବିଧା ଅନୁଯାଇ ଏହି ମିନି ଏସି ମାତ୍ର ୧୦୦ ଟଙ୍କା ରେ ତିଆରି କରା ଯାଇଛି । ଏହା ସହ ଏସି ସବୁଠାରୁ ବଡ ବିଶେଷତଃ ଏହା ଅଟେ ଯେ ଏହି ଏସି ଲାଇନ ଦ୍ଵାରା ନୁହଁ ସୋଲାର ଏନର୍ଜି ଦ୍ଵାରା କାମ କରିବ ।
ଏମିତି କାମ ପାଇଁ କଲ୍ୟାଣୀ ଦେଶ ରେ ନୁହଁ ବିଦେଶ ରେ ମଧ୍ୟ ଚର୍ଚା ପାତ୍ର ହୋଇଛନ୍ତି, ଆପଣ ଜାଣି ଆଶ୍ଚର୍ଯ୍ୟ କରିବେ ଯେ ମିନି ଏସି ରହସ୍ୟ ଜାଣିବା ପାଇଁ ଜାପାନ ସରକାର କଲ୍ୟାଣୀ କୁ ସେଠି ଜାପାନରେ ଆମତ୍ରଣ ଦେଇଛନ୍ତି । ଆସନ୍ତୁ ଜାଣି ଏହି ସୁପର ଏସି କାମ କିପରି କରି ଥାଏ, ସର୍ବ ପ୍ରଥମେ ଏହି ମିନି ଏସି ବନେଇବା ଉଦେଶ୍ୟ ଗାଁ ଲୋକଙ୍କ ଆବଶ୍ୟକତା ପାଇଁ ସାହାଯ୍ୟ କରିବା ଅଟେ ଏବଂ ଏହି ପ୍ରୟାସ ସଫଳ ହୋଇଛି ।
ଏହା ଛଡା ସୋଲାର ଏନର୍ଜି ଦ୍ଵାରା ଚାଲୁ ଥିବା ଏହି ଏସି ପ୍ରଦୂଷଣ କରେ ନାହିଁ, କଲ୍ୟାଣୀ ଅନୁଯାଇ ଥର୍ମୋକୋଲ ରେ ତିଆରି ଏହି ଏସି ବକ୍ସ ରେ ୧୨ ଭୋଲ୍ଟ ଡିସି ଫ୍ୟାନ ଏହାକୁ ପବନ ଦେଇ ଥାଏ ଏହା ପରେ ଏଲବୋ ଦ୍ଵାରା ଥଣ୍ଡା ପବନ ବାହାରି ଥାଏ । ଏହା ସହ ମିନି ଏସି ଘଣ୍ଟେ ଚଳେଇଲା ପରେ ତାପମାତ୍ରା ୪ରୁ ୫ ଡିଗ୍ରୀ କମି ଯାଇ ଥାଏ ।
କଲ୍ୟାଣୀ ଶ୍ରୀବାସ୍ତବ ଲୋକମାନ୍ୟ ତିଲକ ଇଣ୍ଟର କଲେଜ ରେ ୧୧ କ୍ଳାସ ଛାତ୍ରା ଅଛନ୍ତି । ଏହା ପରେ ଏହି ପ୍ରୋଜେକ୍ଟ କୁ ୟୁପୀ ଏବଂ ତା ପରେ ନେସନଲ ଲେବଲ ପାଇଁ ଦିଲ୍ଲୀ ପଠା ଗଲା । ଯାହା ପରେ ଦିଲ୍ଲୀ ଆଇଆଇଟି କଲ୍ୟାଣୀ ଏହି ଦେଶୀ ଏସିର ବହୁତ ପ୍ରଶଂସା କରିଥିଲେ, ଏହା ପରେ ଜାପାନ ସରକାର କଲ୍ୟାଣୀକୁ ଜାପାନ ଯିବା ପାଇଁ ନିମନ୍ତ୍ରଣ ଦେଇଛନ୍ତି ।