ଶନିବାର 14 ଡିସେମ୍ବର 2019 – ଏହି ରାଶି ଲୋକଙ୍କୁ ବହୁତ ଧନ ପ୍ରାପ୍ତ ହେବାର ଯୋଗ ହେଉଛି

ପ୍ରତ୍ୟକ ଦିନ ହେଉଥିବା ଗ୍ରହ ଚଳନକୁ ନେଇ ରାଶିଫଳ ବିଚାର କରାଯାଏ । ଏହା ସମସ୍ତଙ୍କ ପାଇଁ ଭିନ୍ନ ଭିନ୍ନ ହୋଇଥାଏ । କାହିଁକି ନା ପ୍ରତ୍ୟକ ବ୍ୟକ୍ତି ନିଜ କୁଣ୍ଡଳୀରେ ଚାଲିଥିବା ଗ୍ରହ ଦୋଷ ହିସାବରେ ଫଳ ପାଇଥାଏ । ତେବେ ଏହା ଏକ ସାମୁହିକ ବିଚାର ଅଟେ ଯାହା କେବଳ ୨୫% ଫଳ ବିଷୟରେ କୁହେ । ଏଥିରେ ଆପଣ ନିଜ ଦୈନଦିନ ଜୀବନରେ ଘଟୁଥିବା କର୍ମ, ଶିକ୍ଷା, ବ୍ୟାପାର, ସ୍ୱାସ୍ଥ୍ୟ ଆଦି ବିଷୟରେ ଜାଣିପାରିବେ ।

ମେଷ ରାଶି :

 

ଆପଣଙ୍କୁ କିଛି ଭଲ ଖବର ଦୂର ସମ୍ପର୍କୀୟ ଦ୍ଵାରା ପ୍ରାପ୍ତ ହୋଇ ପାରିବ, ଆଇନ କାର୍ଯ୍ୟ ଆପଣଙ୍କ ପକ୍ଷ ରେ ହବ ଚିନ୍ତା କରନ୍ତୁ ନାହିଁ । ଆଜି ଆପଣ ଅନ୍ୟ କାହା ଠାରୁ ସାହାଯ୍ୟ ପାଇ ପାରନ୍ତି, କୌଣସି ଧାର୍ମିକ ଯାତ୍ରା ଆପଣଙ୍କ ଜୀବନ ବଦଳି ପାରେ ଏବଂ ସକାରାତ୍ମକ ବିଚାର ଉତ୍ପନ ହେବ ।

ବୃଷ ରାଶି :

ସମ୍ପର୍କୀୟ ଲୋକଙ୍କ ଆଗରେ ମାନ ସମ୍ମାନ ବଢିବ, କୌଣସି ଭୁଲ ବୁଝା ମଣାରେ ଏହି ସମୟ ପଡିବା ଉଚିତ ନୁହେଁ । ଭାଗ୍ୟ ସାହାଯ୍ୟ ଦ୍ଵାରା ଅଟକିଥିବା କାର୍ଯ୍ୟ ଆରମ୍ଭ ହୋଇ ପାରେ । ଆର୍ଥିକ କାମ ପାଇଁ ସମୟ ପ୍ରତିକୂଳ ରହିବ, ରୋଜଗାର ରେ ଲାଭ ହବ । ନୂଆ କାର୍ଯ୍ୟ ପାଇଁ ଅଫର ମିଳିବ, ବ୍ୟବସାୟ ଓ ଚାକିରି ରେ ସବୁ ଭଲ ହବ ।

ମିଥୁନ ରାଶି :

ମିଥୁନ ରାଶି ଲୋକଙ୍କ ପାଇଁ  ଘରେ ସୁଖ ସମୃଦ୍ଧି ଦେଖାଦେବ, ଯାତ୍ରା ବହୁତ ଶୁଭ ଓ ସାର୍ଥକ ହୋଇବ । ଚାକିରିଆ ଲୋକଙ୍କ ଦିନ ସାମାନ୍ୟ ରୂପରେ ଶୁଭ ରହିବ, ପରିବାର ରେ କୌଣସି କଥା ପାଇଁ କାରୋବାର ଖୁସି ଖବର ମିଲିବ । ଭାଗ୍ୟ ଭରସା ରେ ହୋଇ ଥିବା ନିଷ୍ପତ୍ତି ଘର ପରିବାର ରେ ସୁଖ ଆଣିବ, ଛୁଆ ନିଜ କାର୍ଯ୍ୟରେ ସଫଳ ହୋଇବେ ।

କର୍କଟ ରାଶି :

ଏହି ରାଶି ଲୋକଙ୍କ ପାଇଁ କିଛି ଅସୁବିଧା ହୋଇ ପାରେ, ମନ ବିଚଳିତ ହୋଇ ପାରେ । ଆଜି ଆପଣ ନିଜ ସନ୍ତାନ ପାଇଁ ଚିନ୍ତିତ ରହିବେ, ଅବିବାହିତ ଲୋକଙ୍କ ପାଇଁ ନୂଆ ପ୍ରସ୍ତାବ ଆସି ପାରେ । କୌଣସି ଆବଶ୍ୟକ କାର୍ଯ୍ୟ ପାଇଁ ଯାତ୍ରା କରି ପାରନ୍ତି, ସ୍ୱାସ୍ଥ୍ୟ ଭଲ ରହିବ ।

ସିଂହ ରାଶି :

ସିଂହ ରାଶି ଲୋକଙ୍କ ପାଇଁ ଦିନଟି ବହୁତ ବିଶେଷ ରହିବ, ବହୁତ ସମୟ ଧରି ଚାଲୁଥିବା ଅସୁବିଧା ଆଜି ଅନ୍ତ ହୋଇବ । କାର୍ଯ୍ୟ କ୍ଷେତ୍ର ରେ ଟଙ୍କା ଖର୍ଚ କରନ୍ତୁ ନାହିଁ, ପରିବାର ସହ ଧାର୍ମିକ ସ୍ଥାନ ରେ ଯାତ୍ରା ପାଇଁ ଯାଇ ପାରନ୍ତି । ପ୍ରେମ ପ୍ରସଙ୍ଗ ଛୋଟ କଥା ପାଇଁ ଖରାପ ହୋଇ ପାରେ ସେଥିପାଇଁ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ ।

କନ୍ୟା ରାଶି :

ଏହି  ରାଶି ଲୋକଙ୍କ ପାଇଁ ମଙ୍ଗଳମୟ ରହିବ, କୌଣସି ସାଙ୍ଗ ସାହାଯ୍ୟ ରେ ଧନଅର୍ଜନ ବିକାଶ ହବ । ବ୍ୟର୍ଥ ଚିନ୍ତା ସ୍ୱାସ୍ଥ୍ୟ ଖରାପ କରି ପାରେ । ଚାକିରି ରେ କାର୍ଯ୍ୟ ଭାର ଅତ୍ୟଧିକ ରହିବ, ପ୍ରେମ ସମ୍ପର୍କ ବିବାହ ପ୍ରସ୍ତାବ ପାଇଁ ଭଲ ସମୟ ଅଟେ । ମିଡିଆ ଓ ଆଇଟି ଜାତକଙ୍କ ପାଇଁ ସଫଳତା ପ୍ରାପ୍ତ ଯୋଗ ଅଛି ।

ତୁଳା ରାଶି :

ଦୀପାବଳି ଦିନ ଜମି ବା ଘର ପାଇଁ କାର୍ଯ୍ୟ କରିବା ଯୋଜନା ହୋଇ ପାରେ, ଆଜି ପରିଶ୍ରମ ଆପଣଙ୍କ ବ୍ୟବସାୟକୁ ଆଗକୁ ବଢେଇବା ପାଇଁ ଲାଭକାରୀ ଅଟେ । କାର୍ଯ୍ୟ ପାଇଁ ମନ ଲାଗି ରହିବ, ମନ ଶାନ୍ତ କରି କାମ କରନ୍ତୁ, ଆତ୍ମବିଶ୍ଵାସ ପରି ପୂର୍ଣ୍ଣ ହବ । ଆଜି ଚାକିରିଆ ଲୋକଙ୍କ ପାଇଁ ବହୁତ ଶୁଭ ଦିନ ଅଟେ ଲାଭ ହେବ ।

ବିଛା ରାଶି :

ଆଜି ଆପଣଙ୍କ ନେଟୱର୍କ ବଢିବ ଏବଂ ଆପଣଙ୍କ ଛବି ସମସ୍ତଙ୍କୁ ପ୍ରୋତ୍ସାହିତ କରିବ । କାହା କଥା ମାନି ନିଜ ବ୍ୟବସାୟ ବା ଘର ନିଷ୍ପତ୍ତି କରନ୍ତୁ ନାହିଁ । ବିଦ୍ୟାର୍ଥୀମାନଙ୍କ ପାଇଁ ବହୁତ ଭଲ ଅବସର ପ୍ରାପ୍ତ ସମୟ ଅଟେ, କୌଣସି କଥା ପାଇଁ ମନ ଭିତରେ ଡର ରହିବ । ଆଜି ଯେଉଁ କାର୍ଯ୍ୟ ଆରମ୍ଭ କରିବେ ତାହା ପୂର୍ଣ ହୋଇବ ।

ଧନୁ ରାଶି :

ଆଜି ଆପଣଙ୍କ ମନ ଅଶାନ୍ତ ରହିବ, ପରିସ୍ଥିତି ବଦଳିବାକୁ ଲାଗିବ । ଆଜି ଅଫିସ କାର୍ଯ୍ୟ ବହୁତ କଷ୍ଟ ଓ ପରିଶ୍ରମ କରି ପୂର୍ଣ ହୋଇବ, ସାଙ୍ଗମାନେ ସାହାଯ୍ୟ କରି ପାରନ୍ତି । କିଛି ଭଲ ଅବସର ପ୍ରାପ୍ତ ହୋଇ ପାରେ, ଭାଗ୍ୟ ଭଲ ହୋଇ ପାରେ । ଆପଣଙ୍କ ପରିସ୍ଥିତି ଭଲ ହବାକୁ ଲାଗିବ ।

ମକର ରାଶି :

ଆଜି କିଛି ମହତ୍ଵପୂର୍ଣ ନିଷ୍ପତ୍ତି କରିବା ଆଗରୁ ଭଲ ଭାବରେ ଚିନ୍ତା କରନ୍ତୁ, ଗତ ସମୟରେ ହୋଇ ଥିବା ଅସୁବିଧା ସମାଧାନ କରିବା ପାଇଁ ସମୟ ଲାଗି ପାରେ । ଆଜି ଆପଣଙ୍କ ସାମ୍ନା ରେ ନୂଆ ଅସୁବିଧା ଆସି ପାରେ ସାବଧାନ ରହିବେ ଏବଂ ପ୍ରସ୍ତୁତ ରହିବେ, ମକର ରାଶି ଲୋକ ଆଜି ନିଜ ଯୋଗ୍ୟତା ଅନୁଯାଇ କାମ କରିବେ ।

କୁମ୍ଭ ରାଶି :

ଆପଣଙ୍କ ମନ ପ୍ରସନ୍ନ ରହିବ, ଆଜି ଖୁସି ଖବର ମିଳି ପାରେ । ଘର ପରିସ୍ଥିତି ଭଲ ରହିବ, ଆପଣ ନିଜ ସାକାରାତ୍ମକ ସ୍ଵଭାବ ପାଇଁ ନିଜ ଆଖ ପାଖ ଲୋକଙ୍କୁ ପ୍ରଭାବିତ କରି ପାରିବେ । ସାମାଜିକ ରୂପରେ ଆଜି ଆପଣ ବହୁତ ଲୋକପ୍ରିୟା ହୋଇବେ, ବିବାହିତା ଦମ୍ପତି ସୁଖପୁର୍ଣ ହୋଇବେ, କିନ୍ତୁ କିଛି କ୍ଷେତ୍ର ରେ ସଙ୍ଘର୍ଷ କରିବେ ।

ମୀନ ରାଶି :

ରୋଜଗାର ବଢିବାକୁ ଲାଗିବ, ସାବଧାନ ହେଇ ରୁହନ୍ତୁ ଏହା ସହ ଖର୍ଚ ମଧ୍ୟ ବଢିବାକୁ ଲାଗିବ । ଆଜି ଆପଣଙ୍କୁ କେତେକ ରହସ୍ୟ କଥା ଜଣା ପଡିବ, ଭବିଷ୍ୟତ କଥା ଚିନ୍ତା କରିବେ, ଟଙ୍କା ପରିସ୍ଥିତି ପାଇଁ ଚିନ୍ତା କରିବେ । ଆଜି ଆପଣଙ୍କ ସମ୍ପର୍କୀୟ ଲୋକଙ୍କ ସହ ଆପଣଙ୍କ ସମ୍ବନ୍ଧ ଭଲ ଓ ମଜବୁତ ରହିବ । ପିତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇ ପାରେ ଧ୍ୟାନ ରଖନ୍ତୁ ।

Leave a Reply

Your email address will not be published. Required fields are marked *