କେବଳ ଭାରତ ରେ ନୁହଁ ପୁରା ଦୁନିଆରେ କେତେକ ପ୍ରଥା ଅଛି ଯାହା ବହୁତ ଭୟଙ୍କର ଅଟେ, ଆପଣଙ୍କୁ ଏମିତି ଗୋଟେ ପ୍ରଥା ବିଷୟରେ କହିବାକୁ ଯାଉଛୁ ଯାହା ଏହି ଦୁନିୟାର ସବୁଠାରୁ ନିର୍ଦୟ ପ୍ରଥା ଅଟେ । ଆଫ୍ରିକାରେ ଖାତନା ନାମକ ଗୋଟେ ପ୍ରଥା ପ୍ରଚଳନ ଅଛି । ଏହି ପ୍ରଥା ଆଗରେ ଭାରତ ସତୀ ପ୍ରଥା ଓ ବାଲ୍ୟ ବିବାହ ଫିକା ଅଟେ । ଏହି ପ୍ରଥା ରେ ଝିଅ ମାନସିକ ଓ ଶାରୀରିକ ଶୋଷଣ କରା ଯାଏ, ଖାତନା କରିବା ପାଇଁ ଝିଅଙ୍କର ଗୋଟେ ନିଶ୍ଚିତ ବୟସ ଥାଏ । ପ୍ରାୟତଃ ୭-୮ ବର୍ଷ ମଧ୍ୟ ରେ ସବୁ ଝିଅଙ୍କ ଖାତନା କରା ଯାଏ, ଯେତେବେଳେ ମିଡିଆ ଏହି ସମ୍ପ୍ରଦାୟର ମୁଖିଆକୁ ପ୍ରଶ୍ନ କଲେ ଯେ ଝିଅଙ୍କ ଖାତନା କରିବା କଣ ପାଇଁ ଦରକାର ?
ତେବେ ମୁଖିଆ କହିଲା ଝିଅଙ୍କ ମଧ୍ୟରେ ପୁରୁଷଙ୍କ ତୁଳନା ରେ ୪ ଗୁଣ କାମନାଇଛା ଥାଏ ଯାହାକୁ ଚାପିବା ପାଇଁ ଖାତନା କରା ଯାଏ । ଏହା ଦ୍ଵାରା ଝିଅ ବଡ ହୋଇ ଅନ୍ୟ ପୁରୁଷ ଆଡକୁ ଆକର୍ଷିତ ହୁଅନ୍ତି ନାହିଁ । ଏହି ପ୍ରଥା ରେ ଝିଅଙ୍କୁ ଅସହନୀୟ କଷ୍ଟ ସାମ୍ନା କରିବାକୁ ପଡି ଥାଏ, ଏହି ପ୍ରଥା ଅନୁଯାଇ କୋମଳ ଝିଅ କୁ ଦାଇମାଁ ପାଖକୁ ନିଆ ଯାଏ ଓ ନିର୍ଦୟ ଭାବରେ ଝିଅ କ୍ଲିଟୋରିସକୁ କାଟି ଦିଆ ଯାଏ ।
ଏହି ସମୟରେ ବହୁତ ଝିଅ କଷ୍ଟ ସହି ପାରନ୍ତି ନାହିଁ ଓ ମରି ଯାନ୍ତି । ଯଦି ଝିଅ କୌଣସି ଭାବରେ କଷ୍ଟ ସହି ବଞ୍ଚି ଯାଆନ୍ତି ତେବେ ଜୀବନ ସାରା ସେ ନିଜ ସହ ହୋଇଥିବା ଏହି ଘଟଣାକୁ କେବେ ଭୁଲି ପାରନ୍ତି ନାହିଁ । ବର୍ତମାନ ରେ ଗୋଟେ ରିପୋର୍ଟ ଅନୁଯାଇ ଖାତନା ପ୍ରଥା ରେ ପ୍ରାୟତଃ ୭ ଲକ୍ଷ ଝିଅ ପୀଡିତ ଅଛନ୍ତି, ଏହି ପ୍ରଥା ରେ ପ୍ରତି ୩ଟି ଝିଅ ମଧ୍ୟରେ ଗୋଟେ ଝିଅ ମୃତ୍ୟୁକୁ ପ୍ରାପ୍ତ ହୋଇଥାଏ, କିନ୍ତୁ ବି ଏଠାରେ ଥିବା ଲୋକଙ୍କୁ କିଛି ଫରକ ପଡୁ ନାହିଁ ।
ଏହିଭଳି ଏକ ନିରଦାୟୀ ପ୍ରଥା ଏବେବ ବି ଚାଲିଛି । ଯେଉଁଠି ଛୋଟ ଛୋଟ ଝିଅ ମାନଙ୍କୁ ଏତେ କଷ୍ଟ ସହିବାକୁ ପଡୁଛି । ଏହା କରିବା କେତେ ଦୂର ଠିକ ? କଣ ଆପଣଙ୍କର ମତ ? ତେବେ ଭାରତରେ ମଧ୍ୟ କିଛି କିଛି ସ୍ଥାନରେ ଏହି ପ୍ରଥା ପ୍ରଚାଳନ ଅଛି ଏବଂ ଏହାର ବିରୋଧ ମଧ୍ୟ ଚାଲିଛି । କିନ୍ତୁ ଏ ପର୍ଯ୍ୟନ୍ତ ଏହା ସମ୍ପୁର୍ଣ୍ଣ ବନ୍ଦ ହୋଇ ନାହିଁ ।