ହାତରେ ଯଦି ଅଛି ଅଧା ଚାନ୍ଦ ତାହେଲେ ଭାଗ୍ୟଶାଳୀ ହୋଇଥାନ୍ତି ଆପଣ- ଏହା ହୋଇଥାଏ ଏହାର ଅସଲ ଅର୍ଥ

ମଣିଷ ସବୁବେଳେ ନିଜର ଭବିଷ୍ୟତକୁ ନେଇ ବହୁତ ଉଛୁକ ରହିଥାଏ । ପ୍ରଥମେ ଲୋକ ନିଜର ଭବିଷ୍ୟତ ବିଷୟରେ ଜାଣିପାରୁ ନଥିଲେ । କିନ୍ତୁ ଯେତବେଳେ ଲୋକମାନେ ଗ୍ରହ ଏବଂ ନକ୍ଷତ୍ରଙ୍କ ଗଣନା ବିଷୟରେ ଶିଖିଲେ ସେବେଠାରୁ ସେମାନେ କୌଣସି ବି ଜିନିଷକୁ ଗଣନା କରି ପାରିବେ । ନିଜ ଭବିଷ୍ୟତ ବିଷୟରେ ବି ଜାଣି ନେଇଥାନ୍ତି । ଜ୍ୟୋତିଷ ଶାସ୍ତ୍ରର ଏକ ଭାଗ ହସ୍ତରେଖା ବିଦ୍ୟା ବି ଅଛି । ଏଥିରେ କୌଣସି ବି ବ୍ୟକ୍ତିର ହାତ ରେଖାକୁ ଦେଖି ତାଙ୍କ ବିଷୟରେ ବହୁତ କିଛି ଜଣା ଯାଇଥାଏ । ହାତରେଖାକୁ ପଢିପାରିବା ସମସ୍ତଙ୍କ ଦ୍ଵାରା ସମ୍ଭବ ହୋଇନଥାଏ ।

ହସ୍ତରେଖା କୁ ପ୍ରାମାଣିକ ବିଦ୍ୟାଗୁଡିକ ଭିତରେ ଗୋଟିଏ ବୋଲି କୁହାଯାଇ ଥାଏ ।

ଏଥିରେ ହସ୍ତରେ ଥିବା ରେଖା ଏବଂ ଚିହ୍ନକୁ ଆଧାର କରି ମଣିଷର ଭବିଷ୍ୟତ ଏବଂ ତା ସ୍ଵଭାବ ବିଷୟରେ ବହୁତ କିଛି ଜଣା ଯାଇଥାଏ । ସବୁ ବ୍ୟକ୍ତିଙ୍କ ହାତରେ କେତେକ ପ୍ରକାରର ରେଖା ଥାଏ । ଏଥି ମଧ୍ୟରୁ କିଛି ଶୁଭ ରେଖା ଶୁଭ ଚିହ୍ନ କରିଥାଏ ଏବଂ କିଛି ଅଶୁଭ ଚିହ୍ନ କରିଥାଏ । ଏଥି ମଧ୍ୟରୁ ଏକ ଶୁଭ ଚିହ୍ନ ହେଉଛି ଅଧା ଚାନ୍ଦ ହେବା । ଆମେ ଆଜି ଆପଣଙ୍କୁ ଏହି ଅଧା ଚାନ୍ଦ ବିଷୟରେ କିଛି ମହତ୍ବପୂର୍ଣ୍ଣ କଥା କହିବାକୁ ଯାଉଛୁ ।

ଏହି ପ୍ରକାରର ହୋଇଥାଏ ଅଧା ଚାନ୍ଦ

ହାତର ସବୁଠାରୁ ଛୋଟ ଆଙ୍ଗୁଠି ତଳେ ହୃଦୟ ରେଖା ଥାଏ । ଏହା ଦୁଇଟି ହାତରେ ସମାନ ରୂପରେ ଥାଏ । ଯେତବେଳେ ଦୁଇଟି ହାତକୁ ଯୋଡା ଯାଇଥାଏ ସେତବେଳେ ହୃଦୟ ରେଖା ମିଶି ଅଧା ଚାନ୍ଦ ହୋଇଥାଏ । କେତେକ ଲୋକଙ୍କ ହାତରେ ଏହା ହୋଇ ନଥାଏ ।

ଅଧା ଚାନ୍ଦ ହୋଇଥାଏ ତାହେଲେ ଏହା ହୋଇଥାଏ

ଯେଉଁ ଲୋକଙ୍କର ଦୁଇଟି ହାତ ଯୋଡିଲେ ଅଧାଚାନ୍ଦ ହୋଇଥାଏ ସେମାନେ ବହୁତ ଆକର୍ଷଣ ସ୍ଵଭାବର ହୋଇଥାନ୍ତି । ଏମିତି ଲୋକ ନିଜର ଜୀବନସାଥୀ ଙ୍କୁ ନେଇ ବହୁତ ଖୁସିରେ ରୁହନ୍ତି । ଏମାନେ ନିଜର ଭାବନାକୁ ଲୁଚାଇବା ପାଇଁ ଚେଷ୍ଟା କରନ୍ତି । ଏମାନଙ୍କର ମତିଷ୍କ ଦ୍ରୁତଗତି ରେ ଚାଲିଥାଏ ,ଏଥିପାଇଁ ସେମାନେ କୌଣସି ବି କଥାକୁ ବହୁତ ଶୀଘ୍ର ବୁଝିଯାନ୍ତି ।

ଯଦି ହାତର ହୃଦୟ ରେଖାକୁ ମିଶାଇଲା ପରେ ଏକ ସିଧା ରେଖା ହୋଇଥାଏ ତାହେଲେ ଏମିତି ଲୋକ ଶାନ୍ତ ଏବଂ ଦୟାଳୁ ସ୍ଵଭାବର ହୋଇଥାନ୍ତି । ଏମାନେ ସବୁ କାମକୁ ଆରମରେ କରିବାକୁ ପସନ୍ଦ କରନ୍ତି । ଯେଉଁ ଲୋକଙ୍କର ଦୁଇଟି ହାତ ଯୋଡିଲା ପରେ ଅଧାଚାନ୍ଦ ହୋଇନଥାଏ ତାହେଲେ ସେହି ଲୋକ ଦାୟିତ୍ଵହୀନ ହୋଇଥାନ୍ତି ।

Leave a Reply

Your email address will not be published. Required fields are marked *